ମାଟିରେ ମିଶିଲା ୫୦୦ କୋଟିର ଟ୍ବିନ୍ ଟାୱାର

0
31

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀ ଉପକଣ୍ଠ ନୋଏଡାର ସେକ୍ଟର ୯୩ଏରେ ନିର୍ମିତ ଉଭୟ ୩୨ ଓ ୨୯ ମହଲା ବିଶିଷ୍ଟ ଟ୍ବିନ୍ ଟାୱର ମାତ୍ର ୯ ମିନଟରେ ଧରାଶୟୀ ହୋଇଯାଇଛି। କିନ୍ତୁ ଏହାକୁ ନିର୍ମାଣ କରିବାରେ ୯ ବର୍ଷ ଲାଗିଥିଲା। ନିର୍ମାଣାଧୀନ ଏହି କୋଠାରେ ଯେଉଁ ୯୧୫ଟି ପରିବାର ବସବାସ କରିବା ପାଇଁ ସ୍ପପ୍ନ ଦେଖୁଥିଲେ, ତାହା ଫଳବତୀ ହୋଇପାରି ନାହିଁ। ଏମାନଙ୍କୁ ନିର୍ମାଣାଧୀନ କମ୍ପାନି ଟଙ୍କା ଫେରାଇବା ସୁନିଶ୍ଚିତ। ମାତ୍ର ଏଠାରେ ଯେଉଁମାନେ ରହିବାର ସ୍ବପ୍ନ ଦେଖିଥିଲେ, ତାହା ଅପୂରଣୀୟ ହୋଇଥିବାରୁ ପୁଣି ଆବାସିକ ଚିନ୍ତା ଘାରିବ। କୋଠାଟି ନିର୍ମାଣ ହେବା ଦିନଠାରୁ ବିବାଦ ଲାଗି ରହିଥିଲା। ତେବେ ଏହି ବିବାଦ ଭିତରେ ରହିବାଯୋଗ୍ୟ ହୋଇ ନଥିଲେ ବି ମୂଳକାମ ଶେଷ ହୋଇଥିଲା। କିନ୍ତୁ ଆଇନଗତର ସମସ୍ୟା ଯୋଗୁଁ ଶେଷରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଟ୍ବିନ୍ ଟାୱାରକୁ ଧ୍ବଂସ କରାଗଲା।

ଟାୱାର ବିସ୍ଫୋରଣ ହେଲା। ପୃଥିବୀ ଉପରେ ଏବେ ଯେଁ କୃତ୍ରିମ ପାହାଡ଼ ସଫା ହୋଇଛି ଏହାକୁ ନେଇ ଚିନ୍ତା ଆରମ୍ଭ ହୋଇଯାଇଛି। ଯାହା ଆଶା କରାଯାଉଛି ଏହାଦ୍ବାରା ୮୦,୦୦୦ ଟନ୍ ଭଗ୍ନାବେକଶଷ ବାହାରିବ। ଯଦି ଠିକ୍ ଭାବେ କାମ କରାଯାଏ, ତାହେଲେ ଏହାକୁ ସଫା କରିବା ପାଇଁ ଅତିକମରେ ୩ ମାସ ଲାଗିପାରେ। ଅନ୍ୟପଟରେ ପରିବେଶବିତ୍ଙ୍କ ଚିନ୍ତା ଯେ, ବିସ୍ଫୋରଣରେ ରସାୟନିକ ସାମଗ୍ରୀ ବ୍ୟବହାର ହୋଇଥିବାରୁ ପରିବେଶ ଉପରେ ଖରାପ ପକାଇପାରେ। ସ୍ଥାନୀୟ ବାସିନ୍ଦାଙ୍କ ମନରେ ମଧ୍ୟ ଏହି ଭଳି ଶଙ୍କା ଜାତ ହୋଇଛି।

ଅଟ୍ଟାଳିକା ଭାଙ୍ଗିବାକୁ ବିସ୍ତୃତ ଯୋଜନା

ଗ୍ରୀନ ଜୋନ୍ରେ ବେଆଇନ ଭାବେ ନିର୍ମିତ ହୋଇଥିବାରୁ ଟାୱାରକୁ ଭାଙ୍ଗି ଦେବାକୁ ସୁପ୍ରିମ୍କୋର୍ଟ ଦେଇଥିଲେ ନିର୍ଦ୍ଦେଶ।  ସୁପରଟେକ୍ ଟ୍ୱିନ୍ ଟାୱାର୍ସକୁ ଭାଙ୍ଗିବା ପାଇଁ ୩୭୦୦କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯାଇଥିଲା। ଟ୍ୱିନ୍ ଟାୱାର୍ସକୁ ଧ୍ବଂସ କରିବା ପାଇଁ ଉକ୍ତ କୋଠାର ବିଭିନ୍ନ ମହଲାରେ ୯୬୪୦ଟି ଗାତ ଖୋଳାଯାଇଥିଲା। ପ୍ରତ୍ୟେକ ଗାତର ଗଭୀରତା ୨.୬୪୩ ମିଲିମିଟର ରହିଥିଲା। ଗୋଟିଏ ଲେଖାଏଁ ଗାତରେ ୨୫୦ ଗ୍ରାମରୁ ୧ କିଲୋଗ୍ରାମ ପର୍ଯ୍ୟନ୍ତ ବିସ୍ଫୋରକ ରଖାଯାଇ ଥିଲା। ଅଟ୍ଟାଳିକା ଭଙ୍ଗାର ରେକର୍ଡିଂ ପାଇଁ ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଯାଇଥିଲା। ଏହି ବିଶାଳ ଅଟ୍ଟାଳିକା ମାଟିରେ ମିଶିବା ସମୟରେ ସେହି ଅଞ୍ଚଳରେ ବହୁମାତ୍ରାରେ ଧୂଳି ଉଡ଼ିବାର ସମ୍ଭବନା ଥିବାରୁ ତାହାକୁ ନିୟନ୍ତ୍ରଣ କରିବା ଏବଂ ତାହାର ପ୍ରଭାବ ଯେଭଳି କମ୍ ବ୍ୟାପିବ ସେଥିପାଇଁ ସଫେଇ ମେସିନ, ଆଣ୍ଟି ସ୍ମଗ୍ ଗନ ଏବଂ ପାଣି ସିଞ୍ଚନ ଯନ୍ତ୍ର ଆଦି ରଖାଯାଇଥିଲା। ଏଥିସହିତ ଆଖପାଖରେ ଥିବା ଅଟ୍ଟାଳିକାକୁ ଘୋଡ଼ାଇ ରଖାଯାଇଥିଲା।

ବିଦ୍ଧିବଦ୍ଧ ନିୟମ ଅନୁଯାୟୀ ଟାୱାର ନିର୍ମାଣ

ସୁପରଟେକ୍ ଟ୍ୱିନ୍ ଟାୱାରକୁ ଆଜି ଭଙ୍ଗାଯିବା ପରେ କଂପାନିର ଅଧ୍ୟକ୍ଷ ଆର କେ ଆରୋରା କହିଛନ୍ତି ଯେ, ବିଲଡିଂ ପ୍ଲାନରେ କୌଣସି ଏପଟସେପଟ ହୋଇ ନାହିଁ। ନୋଏଡା କର୍ତ୍ତୃପକ୍ଷଙ୍କୁ ସମସ୍ତ ପ୍ରାପ୍ୟ ଦେବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଦୁଇଟି ଟାୱାର ପାଇଁ ନୋଏଡା କର୍ତ୍ତୃପକ୍ଷ ଜମି ଦେଇଥିଲେ। ସେକ୍ଟର ୯୩-ଏରେ ନିର୍ମାଣ ହୋଇଥିବା ଟ୍ୱିନ୍ ଟା଼ୱାର୍ସ ଆପେକ୍ସ ଏବଂସିୟାନେ ବିଲଡଂ ଦୁଇଟି  ଇମେରାଲଡ୍ କୋର୍ଟ ପ୍ରୋଜେକ୍ଟର  ଅଂଶବିଶେଷ।  ୨୦୦୯ରେ ନୋଏଡା କର୍ତ୍ତୃପକ୍ଷ ଏହି ଦୁଇଟି ଟାୱାର ପାଇଁ ବିଲଡିଂ ପ୍ଲାନ ମଞ୍ଜୁର କରିଥିଲେ। ପରେ ଉତ୍ତରପ୍ରଦେଶ ସରକାରଙ୍କ ବିଧିବଦ୍ଧ ନିୟମ ଅନୁଯାୟୀ ଏହି ଟାୱାର ନିର୍ମାଣ ହୋଇଥିଲା। ଜମି କିଣିବା ଓ ଟାୱାର ନିର୍ମାଣରେ ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ସଂକ୍ଷେପରେ ଟ୍ବିନ୍ ଟାୱର

ସୁପରଟେକ୍ର ଦୁଇଟି ଯାକ ଅଟ୍ଟାଳିକାରେ ମୋଟ ୭.୫ ଲକ୍ଷ ବର୍ଗଫୁଟର ନିର୍ମାଣ ହୋଇଥିଲା। ଆପେକ୍ସ ଅଟ୍ଟାଳିକାର ଉଚ୍ଚତା ୧୦୩ ମିଟର ହୋଇଥିବାବେଳେ ସିୟେନ ଅଟ୍ଟାଳିକାର ଉଚ୍ଚତା ଥିଲା ୯୭ ମିଟର। ଏହି  ପ୍ରକଳ୍ପ ନିର୍ମାଣ ପାଇଁ ବର୍ଗଫୁଟ୍ ପିଛା ୯୩୩ ଟଙ୍କା ଖର୍ଚ୍ଚ ହୋଇଥିଲା। ଦ୍ବୈତ ଅଟ୍ଟାଳିକାର ନିର୍ମାଣ ଖର୍ଚ୍ଚ ୧୦୦ କୋଟି ଟଙ୍କାରୁ ଅଧିକ ବୋଲି ବୋଲି କୁହାଯାଉଛି। କିନ୍ତୁ ଏହାକୁ ଭାଙ୍ଗିବାକୁ ପ୍ରାୟ ୨୦ କୋଟି ଟଙ୍କା ବ୍ୟୟ ହେବ,ଯେଉଁଥିରେ କି ପ୍ରାୟ ୫ କୋଟି ଟଙ୍କା ସୁପରଟେକ୍ ପ୍ରଦାନ କରିବ। ଅବଶିଷ୍ଟ ୧୫ କୋଟି ଟଙ୍କା ଲୁହା ଓ ଡେବ୍ରିସ ବିକ୍ରିରୁ ସଂଗ୍ରହ କରାଯିବ।

Share the article

LEAVE A REPLY