ବିସ୍ଧୋରଣ ହେଉଛି ଇଲେକ୍ଟ୍ରିକ୍‌ ବାଇକ୍‌ର ବ୍ୟାଟେରି

0
18

ଭୁବନେଶ୍ବର: ଇଲେକ୍ଟ୍ରିକ୍‌ ଯାନର ଚଳାଚଳ ପ୍ରତି ପରିବେଶ ପ୍ରତି ଖରାପ ପ୍ରଭାବ ପଡୁ ନ ଥିବା ସରକାର, ପରିବେଶବିତ୍‌ ଓ ଇଲେକ୍ଟ୍ରିକବାହନ ନିର୍ମାତା କଂପାନିଗୁଡ଼ିକ ଦାବି କରୁଛନ୍ତି। ପୁଣି ଏହି ପ୍ରକାରର ଯାନବାହନର ବ୍ୟବହାର ଦ୍ବାରା ଗ୍ରାହକଙ୍କୁ କମ୍‌ ଖର୍ଚ୍ଚାନ୍ତ ହେବାକୁ ପଡୁଛି। କିନ୍ତୁ ଇଲେକ୍ଟ୍ରିକ୍‌ ଯାନରେ ବ୍ୟବହୃତ ବ୍ୟାଟେରି କାରଣରୁ ଦେଶର ବିଭିନ୍ନ ସ୍ଥାନରେ ବାରମ୍ବାର ଅଘଟଣ ଘଟୁଛି। ତେଲେଙ୍ଗାନାରେ ସୋମବାର ବିଳମ୍ବିତ ରାତିରେ ଇଲେକ୍ଟ୍ରିକ ବାଇକର ବ୍ୟାଟେରି ବିସ୍ଫୋରଣ ହୋଇ ୮ ଜଣ ଲୋକଙ୍କର ମୃତ୍ୟୁ ‌ ଘଟିଛି।  

ତେଲେଙ୍ଗାନାରେ ଇଲେକ୍ଟ୍ରିକ ବାଇକ୍‌ର ବ୍ୟାଟେରି ବିସ୍ଫୋରଣ ଘଟିବାରୁ ଦୁର୍ଘଟଣା ଘଟିବା ନୂଆ ନୂହେଁ। ପୂର୍ବରୁ ମଧ୍ୟ ଏହି ଭଳି ଅଘଟଣ ଘଟିଛି। ତେବେ ସୋମବାର ରାତିରେ ଯେଉଁ ଅଘଟଣ ଘଟିଛି ତାହା ଅତି ଭୟଙ୍କର। ସିକନ୍ଦରାବାଦସ୍ଥିତ ଏକ ଲଜ୍‌ ‘ରୁବି ଲଗ୍‌ଜରୀ ପ୍ରାଇଡ’ରେ ମଧ୍ୟ ରାତ୍ରିରେ ସମସ୍ତେ ଶୋଇଥିବା ବେଳେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା। ଅଳ୍ପ ସମୟ ମଧ୍ୟରେ ଏହି ଲଜ୍‌ରେ ଶୋଇଥିବା ପ୍ରାୟ ୨୦ ଜଣ ଅଗ୍ନିକାଣ୍ଡର ଶିକାର ହୋଇଥିଲେ। ଅଗ୍ନିକାଣ୍ଡରେ ୮ ଜଣ ପର୍ଯ୍ୟଟକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଦୁଃଖର ବିଷୟ ହେଲା ଯେ, ଏହି ଦୁର୍ଘଟଣାରେ ଯେଉଁ ୮ ଜଣଙ୍କର ମୃତ୍ୟୁ ହୋଇଛି, ସେଥିରେ ଓଡ଼ିଆ ଦଂପତି ଅଛନ୍ତି।

ଓଡ଼ିଆ ଦଂପତି ଜଳିଗଲେ

କଟକ ସହରର ସତିଚଉରା ଅଂଚଳର ଚନ୍ଦନ ଜେଠି ଏବଂ ତାଙ୍କ ପତ୍ନୀ ମିତାଲି ଜେଠି ଗତବର୍ଷ ନଭେମ୍ବର ୨ ତାରିଖରେ ବିବାହ କରିଥିଲେ। ଉଭୟ ସ୍ବାମୀ-ସ୍ତ୍ରୀ ବେଙ୍ଗାଲୁରରେ ଘରୋଇ କଂପାନିରେ ଚାକିରି କରୁଥିଲେ। ଚନ୍ଦନ ଏକ ସଫ୍ଟେୱେୟାର କଂପାନିରେ କାମ କରୁଥିବା ବେଳେ ମିତାଲି ଏକ ବିଉଟି ପ୍ରଡକ୍ଟ କଂପାନିରେ କାର୍ଯ୍ୟ କରୁଥିଲେ। ମିତାଲିଙ୍କ ସିକନ୍ଦରାବାଦରେ ଏକ ତାଲିମ କାର୍ଯ୍ୟକ୍ରମ ଥିବାରୁ ସାଥୀରେ ଚନ୍ଦନ ମଧ୍ୟ ଆସିଥିଲେ। କିନ୍ତୁ ଲଜରେ ସେମାନେ ଅନ୍ତିମ ନିଃଶ୍ବାସ ନେବେ‌ ବୋଲି କେହି ଜାଣି ନ ଥିଲେ। ଚନ୍ଦନ ଓ ମିତାଲିଙ୍କ ମୃତ୍ୟୁ ପରେ ସେମାନଙ୍କର କଟକ ଘରେ ପରିବାର ଲୋକେ ବୁକୁ ଫଟାଇ କାନ୍ଦୁଛନ୍ତି।  

ଅବିଭକ୍ତ ଆନ୍ଧ୍ରରେ ବାରମ୍ବାର ଅଘଟଣ

ଅବିଭକ୍ତ ଆନ୍ଧ୍ରପ୍ରଦେଶରେ ଇଲେକ୍ଟ୍ରିକ୍‌ ବାଇକ୍‌ର ବ୍ୟାଟେରି ବିସ୍ଫୋରଣ କାରଣରୁ ବାରମ୍ବାର ଅଘଟଣ ଘଟୁଛି। ବିଗତ ୫ ମାସ ମଧ୍ୟରେ ୧୦ ଜଣଙ୍କର ମୃତ୍ୟୁ ଘଟିସାରିଛି। ବିସ୍ଫୋରଣ କାରଣରୁ ୧୬ ଜଣ ଆହତ ହୋଇଛନ୍ତି। ସିକନ୍ଦରାବାଦ୍‌ ବ୍ୟତୀତ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ପୂର୍ବରୁ ସମାନ ପ୍ରକାରର ପରିସ୍ଥିତି ସୃଷ୍ଟି ହୋଇଛି। ଗତ ଏପ୍ରିଲ ୨୨ ତାରିଖ ନିଜାମାବାଦ ଜିଲ୍ଲାରେ ଜଣେ ୮୦ ବର୍ଷିୟ ବ୍ୟକ୍ତି ରାମସ୍ବାମୀ। ରାମସ୍ବାମୀଙ୍କର ମୃତ୍ୟୁ ଘଟିଥିଲା। ରାମସ୍ବାମୀଙ୍କର ପ୍ରକାଶ, ପତ୍ନୀ କମଳାମ୍ମା ଏବଂ ବୋହୂ କୃଷ୍ଣାବେଣୀ ଆହତ ହୋଇଥିଲେ। ସେହିପରି ଏପ୍ରିଲ ୨୪ ତାରିଖରେ ନୂଆ ଇଲେକ୍ଟ୍ରିକ୍‌ ବାଇକ୍‌ର ବ୍ୟାଟେରି ଫାଟିବାରୁ ବିଜୟୱାଡ଼ା ସହରରେ ଜଣେ ୪୦ ବର୍ଷିୟ ବ୍ୟକ୍ତି କେ ଶିବକୁମାରଙ୍କର ମୃତ୍ୟୁ ଘଟିଥିଲା ଓ ତାଙ୍କ ପତ୍ନୀ ଆହତ ହୋଇଥିଲେ।

ରାତିରେ ଫାଟୁଛି ବ୍ୟାଟେରି

ଉପରୋକ୍ତ ୩ଟି ଘଟଣାରୁ ସ୍ପଷ୍ଟ ହେଉଛି ଯେ, ଇଲେକ୍ଟ୍ରିକ୍‌ ବ୍ୟାଟେରିଗୁଡ଼ିକ ରାତିରେ ଯେତେବେଳେ ଚାର୍ଜିଂ କରାଯାଉଛି, ‌ବିସ୍ଫୋରଣ ଘଟୁଛି। ଗାଡ଼ିର ମାଲିକମାନେ ଖିଆପିଆ ସାରି ରାତିରେ ଗାଡ଼ିର ବ୍ୟାଟେରି ଚାର୍ଜ କରୁଛନ୍ତି। ଚାର୍ଜ ପୂରା ହୋଇଯିବା କାରଣରୁ ବ୍ୟାଟେରି ବିସ୍ଫୋରଣ ହେଉଛି। ଅନ୍ୟ ଏକ କାରଣ ହେଲା ଦିନ ବେଳା ଅପେକ୍ଷା ରାତିରେ ବିଦ୍ୟୁଚ୍‌ର ଭୋଲଟେଜ ଅଧିକ ରହୁଥିବାରୁ ମଧ୍ୟ ବ୍ୟାଟେରି ଚାର୍ଜିଂ ଉପରେ ମଧ୍ୟ ଅଧିକ ଚାପ ପଡୁଥାଏପାରେ ବୋଲି ସନ୍ଦେହ ହେଉଛି। କିନ୍ତୁ ଇଲେକ୍ଟ୍ରିକ୍‌ ବାଇକର ବ୍ୟାଟେରି ସଟ୍‌ସର୍କିଟ୍‌ ଯୋଗୁଁ ଦେଶର ଅନ୍ୟ ସ୍ଥାନରେ ଦିନରେ ମଧ୍ୟ ଅଗ୍ନିକାଣ୍ଡ ଘଟିଛି। କିନ୍ତୁ ଦିନ ସମୟରେ ଅଗ୍ନିକାଣ୍ଡ ଯୋଗୁଁ କାହାରି ମୃତ୍ୟୁ ହୋଇନାହିଁ।  

Share the article

LEAVE A REPLY