କ୍ରୀଡ଼ାରେ ବିଦାୟକାଳୀନ ଯନ୍ତ୍ରଣା

0
27

ଭୁବନେଶ୍ବର: ସ୍ବାଗତ ସମାରୋହ ମନରେ ଯେତିକି ଖୁସି ଦେଇଥାଏ, ବିଦାୟକାଳୀନ ସମାହେରା ତା’ଠାରୁ ଦୁଇ ଗୁଣ ଯନ୍ତ୍ରଣା ଦେଇଥାଏ। କିନ୍ତୁ ଗୋଟିଏ କଥା ମନେ ରଖିବାକୁ ହେବ, ସ୍ବାଗତ ପାଉଥିବା ବ୍ୟକ୍ତିଙ୍କୁ ଭବିଷ୍ୟତରେ ବିଦାୟ ନେବାକୁ ମଧ୍ୟ ପଡ଼ିବ। କୌଣସି କ୍ଷେତ୍ର ହେଉନା କାହିଁକି, ସ୍ବାଗତ ଓ ବିଦାୟ ହେଉଛି ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ବ। କ୍ରୀଡ଼ା କ୍ଷେତ୍ରରେ ବିଦାୟ ନିଶ୍ଚିତ ଭାବେ ଏକ ବଡ଼ ଦୁଃଖର ବିଷୟ। କାରଣ ଜଣେ ଖେଳାଳିଙ୍କ କୋଟି କୋଟି ପ୍ରଶଂସକ ଥାଆନ୍ତି। ଖେଳାଳିମାନଙ୍କୁ ପିଲାଠାରୁ ଆରମ୍ଭ କରି କ୍ରୀଡ଼ାପ୍ରେମୀ, ପ୍ରଶଂସକ, ବୁଦ୍ଧିଜୀବୀମାନେ ଜାଣିଥାନ୍ତି।

ଜଣେ ଖେଳାଳି ଯେତେବେଳେ ନିଜ କ୍ରୀଡ଼ା କ୍ୟାରିୟରରେ ଅନ୍ତ ଘଟାଇ ସବୁଦିନ ପାଇଁ ପଡ଼ିଆରୁ ବିଦାୟ ନିଅନ୍ତି, ସଂପୃକ୍ତ ଖେଳାଳି କେତେ ଯନ୍ତ୍ରଣା ପାଆନ୍ତି ସେ ହିଁ ଅଧିକ ଭଲଭାବରେ ଜାଣିଥାନ୍ତି। କାରଣ ଥରଟିଏ କ୍ରୀଡ଼ାରୁ ଅବସର ନେଲା ପରେ ତାଙ୍କୁ ପଡ଼ିଆର ଡ୍ରେସିଂ ରୁମ୍ରେ ମିଳୁଥିବା ନିଆରା ଆନନ୍ଦ ମିଳି ନଥାଏ। ଭଲ ଖେଳାଳି ହୋଇଥିଲେ, ଯଦିଓ କ୍ରୀଡ଼ା ସମାବେଶ ଅର୍ଥାତ ସମାରୋହକୁ ଯିବାପାଇଁ ନିମନ୍ତ୍ରଣ ମିଳିଥାଏ, ତଥାପି ପଡ଼ିଆରେ ଖେଳିବା ଅପେକ୍ଷା ମଂଚଳରେ ବସି ଭାଷଣ ଦେବା ଭିନ୍ନ କଥା।

ଅବସର  ବେଳେ ଭାବୁକ ହୋଇଥିଲେ ସଚିନ

କ୍ରିକେଟ ଜଗତରେ ମହାନ ଖେଳାଳି ସଚିନ ତେନ୍ଦୁଲକର ୨୦୧୩ ମସିହା ନଭେମ୍ବର ୧୬ ତାରିଖରେ ଯେତେବେଳେ ସନ୍ୟାସ ନେଇଥିଲେ, ପୂରା ଭାରତର ଯୁବପୀଢ଼ିଙ୍କ ମନରେ ଦୁଃଖ ଲାଗିଥିଲା। ପଡ଼ିଆରେ ଉପସ୍ଥିତ ଦର୍ଶକଙ୍କ ଆଖିରୁ ଲୁହ ନିଗିଡ଼ ପଡୁଥିଲା। ସଚିନ ସାଥୀ ଖେଳାଳିଙ୍କ କାନ୍ଧ ଉପରେ ଷ୍ଟାଡିୟମ ଚାରିପଟରେ ବୁଲିବୁଲି ଭାବୁକ ହୋଇ ଦର୍ଶକଙ୍କ ଠାରୁ ବିଦାୟ ନେଉଥିଲେ। ଖେଳାଳିଙ୍କ ଜୀବନ ସମାଜର ଅନ୍ୟ କୌଣସି ବିଭାଗରେ କାର୍ଯ୍ୟରତ ବ୍ୟକ୍ତିଙ୍କ ଠାରୁ ଅଲଗା। ଖେଳାଳିମାନେ ପୂରା ମେଳାପି। ସେମାନଙ୍କ ମନରେ ଛନ୍ଦ କପଟ ଅଥବା ରାଜନୀତି ନ ଥାଏ। ଖେଳାଳି ମାନେ ପୂରାପୁରି ଭାବେ ମିଷ୍ଠାବାଦୀ। ମାତ୍ର ସମୟ କ୍ରମେ କ୍ରୀଡ଼ାରେ ମଧ୍ୟ ରାଜନୀତି ପ୍ରବେଶ କରିଛି। କୌଣସି ମ୍ୟାଚକୁ ନେଇ ଚୟନ ପ୍ରକ୍ରିୟାକୁ ନେଇ ଅନେକ ସମୟରେ ଖେଳାଳିମାନେ ନିଜର ଅସନ୍ତୁଷ୍ଟତା ସଂପର୍କରେ ମୁହଁ ଖୋଲିଥାନ୍ତି।

ସନ୍ୟାସ ନେଲେ ଝୁଲନ ଗୋସ୍ବାମୀ

ଭାରତୀୟ ମହିଳା କ୍ରିକେଟ୍ ଟିମ୍ର ଦ୍ରୁତ ବୋଲର ଝୁଲନ ଗୋସ୍ୱାମୀ ଶନିବାର ଅବସର ନେଇଛନ୍ତି। ଇଂଲଣ୍ଡ ଗସ୍ତରେ ଭାରତୀୟ ଟିମ୍ ଶୃଙ୍ଖଳାକୁ ୩-୦ରେ ଜିତିବା ପରେ ଝୁଲନ ଗୋସ୍ବାମୀଙ୍କୁ ସ୍ମରଣୀୟ ଉପହାର ଦେଇ ବିଦାୟ ଦେଇଛି ଟିମ୍ ଇଣ୍ଡିଆ। ଝୁଲନ ନିଜର ଶେଷ ମ୍ୟାଚରେ ୨ଟି ୱିକେଟ ନେଇଥିଲେ। ତେବେ ୨ୟ ଦିନିକିଆ ଆରମ୍ଭ ହେବା ପୂର୍ବରୁ ଟିମ ତରଫରୁ ଝୁଲଙ୍କୁ ସ୍ମୃତି ଚିହ୍ମ ଉପହାର ଦିଆଯାଇଥିଲା । ଏହି ସମୟ ଝୁଲନ ଆଉ ପୂରା ଟିମ ପାଇଁ ଖାସ ଥିଲା। କାରଣ କ୍ୟାପଟେନ ହରମନପ୍ରିତ ସିଂ ଝୁଲନଙ୍କୁ ଧରି ଭାବୁକ ହୋଇ କାନ୍ଦି ପକାଇଥିଲେ ମଧ୍ୟ। ଝୁଲନ ୧୯ ବର୍ଷ ବୟସରେ ୨୦୦୨ରେ ଟିମ ଇଣ୍ଡିଆ ପାଇଁ ପଦାର୍ପଣ କରିଥିଲେ। ସେ ଭାରତ ପାଇଁ ୧୨ ଟେଷ୍ଟ, ୨୦୪ ଦିନିକିଆ, ୬୮ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଏହାସହ ସେ ଟେଷ୍ଟରେ ୪୪, ଦିନିକିଆରେ ୨୫୪ ଓ ଟି-୨୦ରେ ୫୬ଟି ୱିକେଟ ନେଇଛନ୍ତି । ଦିନିକିଆରେ ୨୦୦ରୁ ଅଧିକ ୱିକେଟ ନେଇଥିବା ସେ ହେଉଛନ୍ତି ପ୍ରଥମ ମହିଳା ଖେଳାଳି ।

ଅବସର ପରେ କାନ୍ଦିଲେ ଫେଡରର

ସେହିପରି ସ୍ବିଜରଲାଣ୍ଡ୍ ତାରକା ଖେଳାଳି ରୋଜର ଫେଡେରର୍ ମଧ୍ୟ ସେପ୍ଟେମ୍ବର ୨୩ ତାରିଖରେ ଟେନିସ କୋର୍ଟରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି। ଶୁକ୍ରବାର ଦିନ ଲାଭେର କପରେ ସେ ତାଙ୍କର ଶେଷ ମ୍ୟାଚ ରାଫେଲ ନାଦାଲଙ୍କ ସହ ଖେଳିଥିଲେ। ଏହି ମ୍ୟାଚ୍ ଶେଷ ହେବା ପରେ ରୋଜର ଫେଡେରର କାନ୍ଦି ପକାଇଥିଲେ |ଫେଡେରରଙ୍କ ସହ ତାଙ୍କ ସାଥି ଖେଳାଳି ରାଫେଲ ନାଦାଲ ମଧ୍ୟ କାନ୍ଦିପକାଇଥିଲେ। ଲଣ୍ଡନର ବ୍ଲାକ୍ କୋର୍ଟରେ ପହଞ୍ଚିବା ମାତ୍ରେ ପ୍ରଶଂସକମାନେ ଠିଆ ହୋଇ ଫେଡେରରଙ୍କୁ ସମ୍ମାନ ଜଣାଇଥିଲେ। ମ୍ୟାଚ୍ ପରେ ଟିମ୍ ୱାର୍ଲ୍ଡ ଏବଂ ଟିମ୍ ୟୁରୋପର ଖେଳାଳିମାନେ ଫେଡେରରଙ୍କୁ କାନ୍ଧରେ ଉଠାଇଥିଲେ।

Share the article

LEAVE A REPLY