ମାଓବାଦୀଙ୍କ ଯୋଜନା ପଣ୍ଡ

0
12

ଭୁବନେଶ୍ବର: କିଛି ଦିନର ନିରବତା ପରେ ରାଜ୍ୟ ସୀମାନ୍ତ ଓ ଦୁର୍ଗମ ଅଞ୍ଚଳରେ ମାଓବାଦୀ ଗତିବିଧି ପୁଣି ଥରେ ସକ୍ରିୟ ଦେଖାଯାଇଛି। ମାଓବାଦୀମାନେ ନିରୀହ ଜନତାଙ୍କୁ ଟାର୍ଗେଟ କରି ସେମାନେ ନିଜକୁ ପ୍ରସ୍ତୁତ କରୁଛନ୍ତି। ବଡ଼ଧରଣର କ୍ଷୟକ୍ଷତି କରିବା ପାଇଁ ଯୋଜନା କରୁଥିଲା ବେଳେ ରାଜ୍ୟ ପୁଲିସ ସମେତ ଡିଭିଏଫ୍ ଓ ବିଏସ୍ଏଫ୍ ଯବାନମାନେ ମଧ୍ୟ ସତର୍କ ରହିଛନ୍ତି। କୋରାପୁଟ, ମାଲକାନଗିରି, କନ୍ଧମାଳ, ବଲାଙ୍ଗୀର, ବରଗଡ଼, ନୂଆପଡ଼ାର ଦୁର୍ଗମ ଅଞ୍ଚଳର ମାଓ ଇଲାକାରେ କମ୍ବିଂ ଅପରେସନର ଜୋରଦାର ଚାଲିଛି।

ସୁରକ୍ଷାବାହିନୀ ତରଫରୁ ଜନସାଧାରଣଙ୍କ ସୁରକ୍ଷା ପ୍ରତି ଗୁରୁତ୍ବ ଦିଆଯାଉଛି। କିନ୍ତୁ ଏହାରି ମଧ୍ୟରେ ମାଓବାଦୀମାନେ ମଧ୍ୟ ବଡ଼ ଚତୁରତାର ସହିତ କାମ କରୁଛନ୍ତି। କିନ୍ତୁ ସୁରକ୍ଷାବାହିନୀର ସତର୍କତା ଯୋଗୁଁ ମାଓବାଦୀମାନେ ଧରାପଡ଼ିଯାଉଛନ୍ତି। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ‘ହରିଶଙ୍କର’ ସନ୍ନିକଟ ଗନ୍ଧମାର୍ଦ୍ଧନ ପାହାଡ଼ ଅଞ୍ଚଳରେ ଏସ୍ଓଜି ଯବାନଙ୍କ ଏକ ଟିମ୍ ମାଓବାଦୀଙ୍କୁ କଡ଼ା ମୁକାବିଲା କରିଛନ୍ତି। ଯବାନଙ୍କ ଗୁଳିରେ ଗୁଳିରେ ୨ ଜଣ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ମାଓସାମଗ୍ରୀ ଜବତ ହୋଇଛି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ଗଣମାଧ୍ୟମକୁ ଏହା କହିଛନ୍ତି।

ପର୍ଯ୍ୟଟକଙ୍କ ଶଙ୍କା ବଢ଼ିଲା

ସମ୍ଭବତଃ ଆଶା କରାଯାଉଛି ଯେ, ମାଓବାଦୀମାନେ ଗନ୍ଧମାର୍ଦ୍ଧନ ଅଞ୍ଚଳରେ ବଡ଼ଧରଣର କ୍ଷତି କରିଥାନ୍ତେ। ଗନ୍ଧମାର୍ଦ୍ଧନ ପାହାଡ଼ର ଉଭୟ ପାର୍ଶ୍ବରେ ୨ଟି ବଡ଼ ତୀର୍ଥସ୍ଥଳୀ (ହରିଶଙ୍କର ଓ ନରସିଂହନାଥ) ଥିବାରୁ ଏଠାକୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଆସିଥାନ୍ତି। ନଭେମ୍ବର ମାସ ଶେଷ ହେବାକୁ ଯାଉଥିବାରୁ ଏଠାରେ ଏବେ ପିକ୍ନିକ୍ ସମୟ ମଧ୍ୟ ଆସିଛି। ତେଣୁ ଆସନ୍ତା ଫେବ୍ରୁଆରି ମାସ ପର୍ଯ୍ୟନ୍ତ ଏହି ୨ଟି ସ୍ଥାନରେ ଲୋକଙ୍କର ଭିଡ଼ ଅଧିକ ରହିବ। ଗନ୍ଧମାର୍ଦ୍ଧନ ପାହାଡ଼ରେ ମାଓବାଦୀ ଥିବାରୁ ଏହା ସାଧାରଣ ଜନତାଙ୍କ ପାଇଁ ବିପଦ ମଧ୍ୟ ହୋଇପାରେ। ତେଣୁ ସୁରକ୍ଷାବାହିନୀ ତରଫରୁ ସର୍ଚ୍ଚ ଅପରେସନକୁ କଡ଼ାକଡ଼ି କରାଯିବାର ଆବଶ୍ୟକତା ରହିଛି।

ମାଲକାନଗରିରରେ ମାଓ ଡମ୍ପ

ଗନ୍ଧମାର୍ଦ୍ଧନରେ କେବଳ ନୁହେଁ, ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଡାବଗୁଡା ଠାରେ ମାଓ ଡମ୍ପକୁ ପୁଲିସ ଠାବ କରିଛି। ଏସଓଜି ଏବଂ ଡିଭିଏଫ ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନରେ ଡାବଗୁଡା ଜଂଗଲରେ ଠାବ ହୋଇଥିବା ଡମ୍ପରୁ ବିସ୍ଫୋରକ ସମେତ ମାଓ ସାମଗ୍ରୀ ଜବତ କରାଯାଇଛି। ସ୍ବାଭିମାନ ଅଂଚଳର ଧାକଡପଦର ଠାରେ ବୁଧବାର ପୁଲିସ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିଲା। ଲଗାତାର ଜିଲ୍ଲାର ଦୁଇଟି ସ୍ଥାନରେ ମାଓବାଦୀ ମାଟି ତଳେ ଲୁଚାଇଥିବା ବିସ୍ଫୋରକ ଏବଂ ମାଓ ସାମଗ୍ରୀକୁ ଜବତ କରି ନକ୍ସଲଙ୍କ ବଡ ଧରଣର ଏକ ଯୋଜନାକୁ ପଣ୍ଡ କରିଥିବା କୁହାଯାଇଛି। ସୁରକ୍ଷାକର୍ମୀ ଏବଂ ନିରୀହ ଲୋକଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ଏହାକୁ ଲୁଚାଇ ରଖିଥିବା କୁହାଯାଇଛି।

ପୁଲିସକୁ ମାଓବାଦୀଙ୍କ ନିନ୍ଦା

ଅନ୍ୟପଟରେ ପୁଲିସ ପକ୍ଷରୁ ଧାକପଦର ଏବଂ ଡାବଗୁଡା ଗ୍ରାମରେ ବିପୁଳ ପରିମାଣର ମାଓ ବିସ୍ଫୋରକ, ବନ୍ଧୁକ ଏବଂ ବିପୁଳ ପରିମାଣର ମାଓ ସାମଗ୍ରୀ ଏକ ଡମ୍ପରୁ ଉଦ୍ଧାର କରିଥିବା ନେଇ ଗଣମାଧ୍ୟମରେ ଯେଉଁ ପ୍ରଚାର ପ୍ରସାର କରୁଛି ତାହା ସଂପୂର୍ଣ୍ଣ ମିଥ୍ୟା ଏବଂ ଅପପ୍ରଚାର ବୋଲି ଆଜି କୋରାପୁଟ-ମାଲକାନଗିରି ବଡର ଡିଭିଜନର ସଚିବ ରାକେଶ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ମାଓନେତା କହିଛନ୍ତି ଯେ, ଏହି ଡମ୍ପ ନକ୍ସଲ ସଂଗଠନର ନଥିଲା। ପୁରୁଣା ସାମଗ୍ରୀକୁ ପୁଣି ଥରେ ଗଣମାଧ୍ୟମ ଆଗରେ ରଖି ବିଭିନ୍ନ ଦୁର୍ଗମ ଅଂଚଳରୁ ନକ୍ସଲଙ୍କ ଡମ୍ପ ଉଦ୍ଧାର କରିଥିବା ନେଇ ମିଥ୍ୟା ପ୍ରଚାର କରାଯାଉଛି ବୋଲି ଅଭିଯୋଗ ଅଣାଯାଇଛି। ଆଗାମୀ ଡିସେମ୍ବର ୨ ତାରିଖରୁ ଆରମ୍ଭହେବାକୁ ଥିବା ପିଏଲଜିଏ ସପ୍ତାହକୁ ଭଣ୍ଡୁର କରିବା ପାଇଁ ପୁଲିସର ଏହା ଏକ ଚାଲ ବୋଲି ମାଓନେତା ରାକେଶ କହିଛନ୍ତି।

Share the article

LEAVE A REPLY