ମାସ୍କ ତିଆରିରେ ନିମଗ୍ନ ହିମାଂଶୁ

0
552

ବରଗଡ଼: କରୋନା ମୁକାବିଲାରେ ଅନ୍ୟ ଏକ ଯୋଦ୍ଧା ହିମାଂଶୁ ଭୋଇ। ସେ ପ୍ରାୟ ୫୦୦୦ ରୁ ଅଧିକ ମାସ୍କ ତିଆରି କରି ଗରିବ ଲୋକଙ୍କୁ ବାଣ୍ଟିଲେଣି। ଏହା ସହିତ ବହୁ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ମଧ୍ୟ ମାଗଣାରେ ମାସ୍କ ଯୋଗାଉଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ରାମପୁର ପଞ୍ଚାୟତ କଟାପାଲି ନିବାସୀ ହିମାଂଶୁ ବରଗଡ଼ ଜିଲ୍ଲା ବରପାଲି ଠାରେ ନିଜସ୍ବ ଟେଲର୍ (ଦର୍ଜି) ଦୋକାନ କରି ପରିବାର ଚଳାଇଥାନ୍ତି। ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବାରୁ କିଛି ଅସାଧୁ ବ୍ୟବସାୟୀ ଏହା ସୁଯୋଗ ନେଇ ଚଢ଼ା ଦରରେ ଏହାକୁ ବିକ୍ରି କରୁଥିଲେ।

ଏହି ସମୟରେ ହିମାଂଶୁ ନିଜେ ମାସ୍କ ତିଆରି କରି ବାଣ୍ଟିବାକୁ ନିଷ୍ପତ୍ତି ନେଇଥିଲେ। ନିଜସ୍ବ ଉଦ୍ୟମରେ ଦିନରାତି ଏକ୍‌ କରି ନିଜର ଛୋଟିଆ ଟେଲର୍ ଦୋକାନରେ ସମ୍ବଲପୁରୀ ମା‌ସ୍କ ତିଆରି କରି ଗରିବଙ୍କୁ ବାଣ୍ଟିବା ଆରମ୍ଭ କରିଥିଲେ। ଆଗକୁ ଏହି କାର୍ଯ୍ୟ ଜାରି ରହିବ ବୋଲି ସୂଚନା ଦେଇଛନ୍ତି। ତେବେ ପଶ୍ଚିମ ଓଡ଼ିଶାର ପରିଚୟ ସମ୍ବଲପୁରୀ କପଡ଼ାରେ ମାସ୍କ ତିଆରି କରି ହିମାଂଶୁ କଳା ସଂସ୍କୃତି ପ୍ରତି ନିଜର ସମର୍ପଣ ଭାବ ଦେଖାଇବା ସହିତ କରୋନା ମୁକାବିଲାର ଯୋଦ୍ଧା ହୋଇପାରିଛନ୍ତି। କରୋନା ମୁକାବିଲା ପାଇଁ ବହୁ ଲୋକ ଲକ୍ଷ ଲକ୍ଷ ଟଙ୍କା ଦାନ କରୁଛନ୍ତି। ଆମେ ତ ସେତିକି ପାରିବୁ ନାହିଁ। ଗୁଣ୍ଡୁଚି ମୂଷା ସଦୃଶ ମୋର ଏହି ପ୍ରୟାସ। ସମ୍ବଲପୁରୀ ମାସ୍କକୁ ଲୋକେ ଆଦର କରୁଥିବାରୁ ଖୁସି ଲାଗୁଛି ବୋଲି କହନ୍ତି ହିମାଂଶୁ।

LEAVE A REPLY

Please enter your comment!
Please enter your name here