ବିଦ୍ୟୁତ ତାର ସ୍ପର୍ଶରେ ଆସି ଲାଇନ୍ ମ୍ୟାନ୍ ମୃତ

0
474
Spread the love

କ୍ଷତପୂରଣ ଦାବିରେ ଭଦ୍ରକ ନେସ୍କୋ ଅଫିସ ଆଗରେ ଧାରଣା

ଭଦ୍ରକ: ମଙ୍ଗଳବାର ବିଳମ୍ବିତ ରାତିରେ ଭଦ୍ରକ ବିଦୁତ୍ ବିଭାଗର କର୍ମଚାରୀ ଜ୍ଞାନ ଜିତ୍ ଦାସ (୩୩) ଭଦ୍ରକ କଲେଜ ରୋଡ ନିକଟରେ ବିଦ୍ୟୁତ ମରାମତି କରୁଥିଲେ। ଏହି ସମୟରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ବୁଧବାର ସକାଳେ ତାଙ୍କ ନିଜ ଘର ଧାମନଗର ବ୍ଲକ୍  କରଦା ଅଞ୍ଚଳର ଲୋକ ଓ ପରିବା ଲୋକ ଆସି ମୃତ ଜ୍ଞାନ ଜିତ ର ଶବ୍ ଭଦ୍ରକ ବାଇପାସ୍ ନେସ୍କୋ ଅଫିସ ଆଗରେ ରଖି ଧାରଣା ଦେଇଥିଲେ। ସେମାନେ ମୃତ କର୍ମଚାରୀଙ୍କ ଦୁଇ ପୁଅଙ୍କୁ ବିଦ୍ୟୁତ ବିଭାଗରେ ଚାକିରି ପ୍ରଦାନ ସହ ମୃତକଙ୍କ  ପରିବାରକୁ କ୍ଷତିପୂରଣ ଦିଆଯିବାକୁ ଦାବି କରିଛନ୍ତି।

LEAVE A REPLY