ସାଂଘାଇ ସହଯୋଗ ପ୍ରତିଷ୍ଠାନର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ଡିଜିଟାଲ ବୈଠକ

0
388

ଡା. ହର୍ଷବର୍ଦ୍ଧନ ଉପସ୍ଥାପନ କଲେ ଭାରତର କୋଭିଡ ନିୟନ୍ତ୍ରଣ ରଣନୀତି ସଂପର୍କରେ ତଥ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ନୂଆଦିଲ୍ଲୀର ନିର୍ମାଣ ଭବନଠାରେ ଆୟୋଜିତ ଏକ ଡିଜିଟାଲ କାର୍ଯ୍ୟକ୍ରମରେ ସାଂଘାଇ ସହଯୋଗ ପ୍ରତିଷ୍ଠାନ (ଏସ୍‌ସିଓ)ର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ବୈଠକରେ ଭାଗ ନେଇଥିଲେ। ରୁଷିଆର ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ ମୁରାସ୍କୋଭ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବର୍ତ୍ତମାନର କରୋନା ମହାମାରୀ ଉପରେ ଆଲୋଚନାର ହୋଇଥିଲା। ଏଥିରେ ଡା. ହର୍ଷବର୍ଦ୍ଧନ କହିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି କରୋନା ସ୍ଥିତିକୁ ବ୍ୟକ୍ତିଗତଭାବେ ଅନୁଧ୍ୟାନ କରୁଛନ୍ତି ଏବଂ ଏହାର ମୁକାବିଲା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଦେଶରେ ଏହି ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପର୍ଯ୍ୟାୟକ୍ରମେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। କୋଭିଡ ନିୟନ୍ତ୍ରଣ ପାଇଁ ଯାହାସବୁ ଦରକାର ପଡୁଥିଲା ଏବେ ସେ ସବୁ କ୍ଷେତ୍ରରେ ଭାରତ ଦେଶୀ ଜ୍ଞାନକୌଶଳ ଉପଯୋଗ କରି ଆତ୍ମନିର୍ଭରଶୀଳ ହୋଇପାରିଛି ବୋଲି ସେ କହିଥିଲେ। ଡା. ହର୍ଷବର୍ଦ୍ଧନ ଏହି ଅବସରରେ ସବୁ ସଭ୍ୟ ରାଷ୍ଟ୍ରମାନଙ୍କୁ ମିଳିମିଶି କୋଭିଡ ମୁକାବିଲା କରିବା ପାଇଁ ଆହ୍ୱାନ ଦେଇଥିଲେ।

LEAVE A REPLY

Please enter your comment!
Please enter your name here