ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

0
659
Spread the love

ଭୁବନେଶ୍ୱର: କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଚଳିତ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ଗର୍ଭବତୀ ଓ ପ୍ରସୂତି ମହିଳା ତଥା ଶିଶୁମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧୀନରେ ଅତିରିକ୍ତ ପୁଷ୍ଟିସାଧନ କାର୍ଯ୍ୟକ୍ରମ ଯେଭଳି ବାଧାପ୍ରାପ୍ତ ନ ହୁଏ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି। ପ୍ରତିମାସର ୧ ତାରିଖରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ରେ ହିତାଧିକାରୀଙ୍କୁ ବଣ୍ଟନ କରାଯାଉଥିବା ଶୁଖିଲା ରାସନକୁ ଅଙ୍ଗନବାଡ଼ି କର୍ମୀମାନେ ହିତାଧିକାରୀଙ୍କ ଘରେ ପହଞ୍ଚି ଅଗଷ୍ଟ ମାସ ପାଇଁ ବଣ୍ଟନ କରିଛନ୍ତି। ରାଜ୍ୟର ୩୩୮ଟି ଆଇସିଡିଏସ୍‌ ପ୍ରକଳ୍ପ ଅଧୀନରେ ସମନ୍ୱିତ ପୁଷ୍ଟିସାଧନ ଯୋଜନାରେ ୪୨ ଲକ୍ଷ ମହିଳା ଓ ଶିଶୁ ଉପକୃତ ହେଉଛନ୍ତି। କୋଭିଡ୍‌ ମହାମାରୀ ସମୟରେ ଓଡ଼ିଶାକୁ ଫେରିଥିବା ପ୍ରବାସୀମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀମାନ ଙ୍କୁ ମଧ୍ୟ ଏହି ଯୋଜନା ଅଧୀନରେ ଶୁଖିଲା ରାସନ ଯୋଗାଇ ଦିଆଯାଉଛି। ଅଙ୍ଗନବାଡ଼ି କର୍ମୀମାନେ ଗ୍ରାମାଞ୍ଚଳରେ ସ୍ଥାପିତ ବିଭିନ୍ନ ଟିଏମ୍‌ସିରେ ଥିବା ଯୋଗ୍ୟ ମହିଳା ଓ ଶିଶୁଙ୍କୁ ଶୁଖିଲା ରାସନ ବଣ୍ଟନ କରିଛନ୍ତି। ସେହିଭଳି ଦୁର୍ଗମ ଏବଂ ଅପହଞ୍ଚ ଅଞ୍ଚଳରେ ଥିବା ଶିଶୁ ଓ ମହିଳାଙ୍କୁ ଶୁଖିଲା ରାସନ ଦିଆଯାଉଛି। ରନ୍ଧାଖାଦ୍ୟ ପରିବର୍ତ୍ତେ ଶିଶୁମାନଙ୍କ ପାଇଁ ଘରେ ଚାଉଳ, ଡାଲି, ତେଲ, ଅଣ୍ଡା ଏବଂ ପନିପରିବା ଯୋଗାଇ ଦିଆଯାଉଛି। ରାଜ୍ୟ ସରକାରଙ୍କ ୫‘ଟି’ ସୂତ୍ର ଆଧାରରେ ଛତୁଆ ବଣ୍ଟନରେ ସ୍ୱଚ୍ଛତା ଆଣିବା ଏବଂ ଗୁଣାତ୍ମକ ମାନ ବଜାୟ ରଖିବା ନିମନ୍ତେ ‘ମୋ ଛତୁଆ’ ଆପ୍‌ ଏବଂ େୱବ୍‌ସାଇଟ୍‌ ଜରିଆରେ ନିର୍ଦ୍ଦିଷ୍ଟ ଦିନରେ ଛତୁଆ ମିଶ୍ରଣ ଏବଂ ବଣ୍ଟନ ପ୍ରକ୍ରିୟାକୁ ତଦାରଖ କରାଯାଉଛି।

LEAVE A REPLY