କାର୍ଯ୍ୟକ୍ଷମ ହେଲା ସଦେଇପାଲି-ବଲାଙ୍ଗୀର ୨୨୦ କେଭି ଲାଇନ୍

0
416
Spread the love

ଭୁବନେଶ୍ୱର : ଦୀର୍ଘ ଦିନ ଧରି ଧିମେଇ ଯାଇଥିବା ସଦେଇପାଲି ସବ୍‌ଷ୍ଟେସନରୁ ପିଜିସିଆଇଏଲ ବଲାଙ୍ଗୀର ସବ୍‌ଷ୍ଟେସନ ୨୨୦ କେଭି ଲାଇନ ଗତ ଶୁକ୍ରବାର କାର୍ଯ୍ୟକ୍ଷମ ହୋଇଛି। ଏହା କାର୍ଯ୍ୟକ୍ଷମ ହେବା ପରେ ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ବିଦ୍ୟୁତ୍‌ ସେବାରେ ଉନ୍ନତି ଆସିବ ଶକ୍ତି ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି। ଏହି ଅଞ୍ଚଳରେ କ୍ରମାଗତ ଭାବେ ଅତ୍ୟଧିକ ବିଦୁ୍ୟତ ଲୋଡ଼ ଯୋଗୁଁ ଅଧିକ ଚାହିଦା ଆବଶ୍ୟକ ସମୟରେ ଲୋ-ଭୋଲଟେଜ୍‌, ବିଦ୍ୟୁତ୍‌ ବିଭ୍ରାଟ ଭଳି ସମସ୍ୟା ଦେଖାଦେଉଥିଲା। ଏହା ଅତିରିକ୍ତ ଭାବେ ୨୨୦ କେଭି ଶକ୍ତି ଯୋଗାଇବା ଯୋଗୁଁ ପୂର୍ବ ସମସ୍ୟାରେ ସୁଧାର ଆସିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ଏତଦ୍‌ବ୍ୟତୀତ ଜୁଲାଇ ମାସରେ ଆଉ ୩ଟି ଟ୍ରାନ୍ସଫରମର୍‌ ସ୍ଥାପନ କରାଯିବା ଫଳରେ ଏ ଅଞ୍ଚଳର ବିଦ୍ୟୁତ୍‌ ସେବା ଅଧିକ ସୁଦୃଢ଼ ହୋଇପାରିଛି। ଏହା ଦ୍ୱାରା ଘରୋଇ ଉପଭୋକ୍ତା ସହିତ କୃଷି କ୍ଷେତ୍ରରେ ବ୍ୟବହୃତ ଉଠାଜଳସେଚନ ତଥା କ୍ଷୁଦ୍ର ଶିଳ୍ପପୁଞ୍ଜଗୁଡ଼ିକ ବିଶେଷ ଭାବେ ଉପକୃତ ହୋଇପାରିବେ।

 ସେହିପରି ବଲାଙ୍ଗୀର-କେସିଙ୍ଗା ଓ ସଦେଇପାଲି-କେସିଙ୍ଗା ମଧ୍ୟରେ ଦୋହରା ୨୨୦ କେଭି ଲାଇନ୍‌ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ଏଥି ପାଇଁ ଶକ୍ତିମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ ଆୟୋଜନ କରି ନିୟମିତ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରୁଛନ୍ତି। ବିଶେଷ ଭାବେ ଆବଶ୍ୟକ ଗଛକଟା ପାଇଁ ଜଙ୍ଗଲ ବିଭାଗ ଅନୁମତି ନିମନ୍ତେ ସେ ଡିଏଫ୍‌ଓ ଏବଂ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହ ଭର୍ଚୁଆଲ୍‌ ବୈଠକ କରି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଥିଲେ।

ନିକଟରେ ଅତୀତରେ ଶକ୍ତି କ୍ଷେତ୍ରକୁ ଅଧିକ କାର୍ଯ୍ୟଦକ୍ଷ କରିବା ପାଇଁ ବିଭିନ୍ନ ଡିଭିଜନ୍‌ରେ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରାଯାଉଛି। ତନ୍ମଧ୍ୟରେ ଉପକୂଳବର୍ତ୍ତୀ ୯ଟି ଜିଲ୍ଲାରେ ବାତ୍ୟା ପ୍ରତିରୋଧ ବିଦ୍ୟୁତ ବ୍ୟବସ୍ଥା, ସୌରଶକ୍ତି ଉତ୍ପାଦନ, ଲକ୍ଷ୍ମୀପୁରଠାରେ ୨୦ ଏମ୍‌ଭିଏ, ଯୋଡ଼ାଠାରେ ୧୬୦ ଏମ୍‌ଭିଏ, ଚାନ୍ଦବାଲିଠାରେ ୨୦ ଏମ୍‌ଭିଏ ଟ୍ରାନସ୍‌ଫର୍ମର ସ୍ଥାପନ ଅନ୍ତର୍ଭୁକ୍ତ।

LEAVE A REPLY