କୃଷି ଭିତ୍ତିଭୂମି ପାଣ୍ଠି ବ୍ୟବସ୍ଥାରେ ଏକ ଲକ୍ଷ କୋଟି ଟଙ୍କାର ଅର୍ଥ ଯୋଗାଣ ପ୍ରକ୍ରିୟା ଆରମ୍ଭ

0
352
Spread the love

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ନୂତନ କେନ୍ଦ୍ରୀୟ ଯୋଜନା ଆରମ୍ଭ କରି କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ବିଭିନ୍ନ କୃଷି ଭିତ୍ତିକ ଭିତ୍ତିଭୂମି ସୃଷ୍ଟି ପାଇଁ ଏକ ଲକ୍ଷ କୋଟି ଟଙ୍କା ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ଏହି ଯୋଜନା ଦ୍ୱାରା ଚାଷୀ, ପ୍ୟାକ୍ସ, ଏଫ୍‌ପିଓ, କୃଷି ଉଦ୍ୟୋଗୀ ଆଦି ଉପକୃତ ହେବେ। ଅମଳ ପରବର୍ତ୍ତୀ ଫସଲ ପରିଚାଳନା ଓ ସଂରକ୍ଷଣ ତଥା ଚାଷୀ ସମୁଦାୟ ଦ୍ୱାରା ବିଭିନ୍ନ ପ୍ରକାର କୃଷିଭିତ୍ତିକ ନିର୍ମାଣ ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ। ଏହା ଫଳରେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ସାଇତି ରଖିବା ସହ ପରବର୍ତ୍ତୀ ସମୟରେ ଅଧିକ ଦାମରେ ବିକିବାକୁ ସକ୍ଷମ ହେବେ। ଉତ୍ପାଦିତ ସାମଗ୍ରୀର ପ୍ରକ୍ରିୟାକରଣ ଓ ମାନ ବୃଦ୍ଧି ସହିତ ସେସବୁକୁ ମଧ୍ୟ ଅପଚୟରୁ ରକ୍ଷା କରିପାରିବେ।

କ୍ୟାବିନେଟ ଅନୁମୋଦନର ୩୦ ଦିନ ଭିତରେ ଆଜି କୃଷି ଭିତ୍ତିଭୂମି ପାଣ୍ଠିରୁ ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଏକ ହଜାର କୋଟି ଟଙ୍କା ୨୨୮୦ ଚାଷୀ ସମବାୟ ସମିତିକୁ ପ୍ରଦାନ କରିଛନ୍ତି। ଭିଡିଓ କନ୍‌ଫରେନ୍‌ସିଂ ବ୍ୟବସ୍ଥାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଲକ୍ଷ ଲକ୍ଷ ଚାଷୀ, ଏଫ୍‌ପିଓ, କୋଅପରେଟିଭ ଓ ପ୍ୟାକ୍ସର ସଦସ୍ୟ ଏବଂ ନାଗରିକ ଭାଗ ନେଇଥିଲେ। ସେହି ଏକା ମଞ୍ଚରେ ପ୍ରଧାନମନ୍ତ୍ରୀ ମଧ୍ୟ ପିଏମ-କିସାନ ଯୋଜନାର ଷଷ୍ଠ କିସ୍ତିରେ ୮.୫ କୋଟି ଚାଷୀଙ୍କ ପାଇଁ ୧୭ ହଜାର କୋଟି ଟଙ୍କା ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ବଟନ ଚିପିବା ମାତ୍ରେ ଏହି ନଗଦ ସୁବିଧା ସଂପୃକ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଯାଇଥିଲା। ଏହି ପର୍ଯ୍ୟାୟ ସହିତ ସରକାର ମୋଟ୍‌ ୯୦ ହଜାର କୋଟିରୁ ଅଧିକ ଟଙ୍କା ୧୦ କୋଟି ଚାଷୀଙ୍କୁ ୨୦୧୮ ଡିସେମ୍ବର ପହିଲାରୁ ଯୋଗାଇଦେଲେଣି। ଡିସେମ୍ବର ପହିଲା ୨୦୧୮ରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା

LEAVE A REPLY