୧୨ରେ ପ୍ରକାଶ ପାଇବ ଯୁକ୍ତ-୨ ବିଜ୍ଞାନ ପରୀକ୍ଷା ଫଳ

0
479

୫୬ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି ଦିଆଯିବ

ଭୁବନେଶ୍ୱର:  ଅଗଷ୍ଟ ୧୨ ତାରିଖରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ-୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଛନ୍ତି। ଏହା ଅପରାହ୍‌ଣ ୧୨ଟା ୩୦ ମିନିଟ୍‌ ସମୟରେ ପ୍ରକାଶ ପାଇବ। ଅଗଷ୍ଟ ତୃତୀୟ ସପ୍ତାହରେ ଯୁକ୍ତ-୨ ବାଣିଜ୍ୟ ପରୀକ୍ଷା ଫଳ ଏବଂ ଅଗଷ୍ଟ ମାସ ଶେଷ ସୁଦ୍ଧା ଯୁକ୍ତ୨ କଳା ପରୀକ୍ଷା ଫଳ ପ୍ରକାଶ ପାଇବ। ସେହିପରି ରାଜ୍ୟର ୫୬ ହ ଜାର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପଦୋନ୍ନତି ଦିଆଯିବ। ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ତାରିଖ ଅଗଷ୍ଟ ୧୪ ତାରିଖରୁ ୨୨ ତାରିଖ, ଓପନ ଲର୍ଣ୍ଣିଙ୍ଗ ସାର୍ଟିଫିକେଟ୍‌ ପରୀକ୍ଷା ଅଗଷ୍ଟ ୧୪ରୁ ୨୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

LEAVE A REPLY

Please enter your comment!
Please enter your name here