ମଣିଷ ଓ ହାତୀ ସଂଘର୍ଷର ଅବସାନ ନିମନ୍ତେ ସରକାର ବଦ୍ଧପରିକର: ପରିବେଶ ମନ୍ତ୍ରୀ

0
366

ନୂଆଦିଲ୍ଲୀ: ମଣିଷ ଓ ହାତୀ ସଂଘର୍ଷ ଏଡାଇବା ପାଇଁ ଜଙ୍ଗଲରେ ହିଁ ହାତୀମାନଙ୍କୁ ଖାଇବା ଓ ପାଣି ଯୋଗାଇବା ଉପରେ ଜୋରଦାର ଉଦ୍ୟମ ହେଉଥିବା ବିଶ୍ଵ ହସ୍ତୀ ଦିବସ ଅବ୍ୟବହିତ ପୂର୍ବରୁ ୧୦ ତାରିଖରେ ନୂଆଦିଲ୍ଲୀଠାରେ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରକାଶ କରିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ହାତୀ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ରକ୍ଷା କରିବା ପାଇଁ ଭାରତ ଅଙ୍ଗିକାରବଦ୍ଧ ଓ ସେଥିପାଇଁ କମ ବ୍ୟୟ ସାପେକ୍ଷ ଓ ପରିଣାମଦର୍ଶୀ ସମାଧାନର ପନ୍ଥା ବାହାର କରାଯାଉଛି। ଏଥିପାଇଁ ସେ ସାମର୍ଥ୍ୟ ବୃଦ୍ଧି ଓ ଜଙ୍ଗଲ କର୍ମଚାରୀଙ୍କ ତାଲିମ ଉପରେ ଗୁରୁତ୍ଵାରୋପ କରିଛନ୍ତି। ଉଭୟ ମଣିଷ ଓ ହାତୀଙ୍କ ଜୀବନ ବଞ୍ଚାଇବା ତଥା ସଂଘର୍ଷ ଏଡାଇବାକୁ ହେଲେ ମଣିଷ ଓ ହାତୀ ସହବାସନ ପ୍ରକ୍ରିୟା ନିତ୍ୟାନ୍ତ ଆବଶ୍ୟକ। ଭାରତରେ ମଣିଷ ଓ ହାତୀ ସଂଘର୍ଷ ଏଡାଇବା ନେଇ ଶ୍ରେଷ୍ଠ ଉପାୟ ଶୀର୍ଷକ ଏକ ପୁସ୍ତିକା ଉନ୍ମୋଚନ କରିବା ଅବସରରେ ଶ୍ରୀ ଜାଭଡେକର ଏହା କହିଛନ୍ତି। ବିଭନ୍ନ ଛବି ଚିତ୍ର ଜରିଆରେ ହାତୀ ମଣିଷ ସଂଘର୍ଷ ପରିଚାଳନା ନେଇ ବିଭିନ୍ନ ସମାଧାନର ସୂତ୍ର ଏହି ପୁସ୍ତିକାରେ ସ୍ଥାନ ପାଇଛି।

ଏଥିରେ ଉଦ୍‌ବୋଧନ ଦେଇ କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଦେଶରେ ଥିବା ହାତୀ ପଲ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ମଧ୍ୟ ହାତୀ ସଂଖ୍ୟା ବଢାଇବା ଓ ମଣିଷ-ହାତୀ ସଂଘର୍ଷକୁ ଦୃଢଭାବେ ପ୍ରତିରୋଧ କରାଯିବା ଉପରେ ମତ ବ୍ୟକ୍ତ କରିଥିଲେ।

ଉଭୟ ମନ୍ତ୍ରୀ ମନ୍ତ୍ରଣାଳୟ ଅଧିକାରୀମାନଙ୍କ ଗହଣରେ ମଣିଷ-ହାତୀ ସଂଘର୍ଷ ଉପରେ ଏକ ପୋର୍ଟାଲ ମଧ୍ୟ ଉନ୍ମୋଚନ କରିଥିଲେ। ସୁରକ୍ଷା ନାମରେ ନାମିତ ଏହି ପୋର୍ଟାଲରେ ମଣିଷ-ହାତୀ ସଂଘର୍ଷ ବିଭିନ୍ନ ଦିଗ ଓ ଏହାକୁ ରୋକିବା ନେଇ କେତେକ ସମାଧାନର ସୂତ୍ର ଏଥିରେ ବର୍ଣ୍ଣନା କରାଯାଇଛି। ଏହି ପୋର୍ଟାଲର ବିଟା ଭର୍ସନର ତଥ୍ୟ ଯାଞ୍ଚ ପରେ ଚଳିତ ବର୍ଷ ଶେଷ ସୁଦ୍ଧା ସମଗ୍ର ଦେଶରେ ଏହି ପୋର୍ଟାଲକୁ ଉପଯୋଗ କରାଯାଇପାରିବ।

LEAVE A REPLY

Please enter your comment!
Please enter your name here