ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ମେଡାଲ

0
494

୪ ଓଡ଼ିଶା ପୋଲିସ ଅଧିକାରୀଙ୍କୁ ମିଳିଲା ମେଡାଲ

ନୂଆଦିଲ୍ଲୀ: ୨୦୨୦ ବର୍ଷରେ ୧୨୧ ଜଣ ପୋଲିସ ଅଧିକାରୀଙ୍କୁ ‘ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ମେଡାଲ’ ପ୍ରଦାନ କରାଯାଇଛି। ଅପରାଧିକ ତଦନ୍ତରେ ଉଚ୍ଚ ପେଶାଦାରମାନଙ୍କୁ ପ୍ରୋତ୍ସାହିତ କରିବା ସହ ତଦନ୍ତକାରୀ ଅଫିସରଙ୍କ ଦ୍ୱାରା ହୋଇଥିବା ଉତ୍କୃଷ୍ଟ ତଦନ୍ତକୁ ସ୍ୱୀକୃତି ଦେବା ଲକ୍ଷ୍ୟ ନେଇ ୨୦୧୮ରେ ଏହି ମେଡାଲର ସ୍ଥାପନ କରାଯାଇଥିଲା।

ଚଳିତ ବର୍ଷ ଏହି ପୁରସ୍କାର ପାଇଥିବା ଅଧିକାରୀଙ୍କ ମଧ୍ୟରେ ସିବିଆଇରୁ ୧୫ ଜଣ ଥିଲା ବେଳେ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ପୋଲିସରୁ ୧୦ ଜଣ ଲେଖାଏଁ, କେରଳ ଓ ପଶ୍ଚିମବଙ୍ଗ ପୁଲିସରୁ ୭ ଜଣ ଲେଖାଏଁ, ଓଡ଼ିଶା ପୋଲିସରୁ ୪ ଜଣ ଏବଂ ବଳକା ପୋଲିସ ଅଧିକାରୀମାନେ ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର। ଏଥର ମେଡାଲ ପାଇଥିବା ଅଧିକାରୀଙ୍କ ମଧ୍ୟରେ ୨୧ ଜଣ ମହିଳା ପୋଲିସ ଅଫିସର ଅଛନ୍ତି।

‘ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ମେଡାଲ’ରେ ପୁରସ୍କୃତ ହୋଇଥିବା ଓଡ଼ିଶା ପୋଲିସର ଅଧିକାରୀମାନେ ହେଲେ, ଇନ୍‌ପେକ୍ଟର ସୁଷମା ତିର୍କୀ, ସବ୍-ଇନ୍‌ସପେକ୍ଟର ଯୁଗଳ କିଶୋର ଦାଶ, ସବ୍-ଇନ୍‌ସପେକ୍ଟର ସନ୍ତୋଷୀ ବାରିକ, ସବ୍-ଇନ୍‌ସପେକ୍ଟର ବାବା ଶଙ୍କର ସରାଫ୍।

LEAVE A REPLY

Please enter your comment!
Please enter your name here