ବାଲ୍ୟ ବିବାହ ରୋକିବା ପାଇଁ ଜିଲ୍ଲା ଟାସ୍କ ଫୋର୍ସ ଗଠନ

0
555

ସୋନପୁର: ସୁବର୍ଣ୍ଣପୁର ଜିଲ୍ଳାରେ ବାଲ୍ୟ ବିବାହ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଟାସ୍କ ଫୋର୍ସ ଗଠନ ହୋଇଯାଇଛି। ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଏ ନେଇ ଏକ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୨୦୨୪ ସୁଦ୍ଧା ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବାକୁ ଜିଲ୍ଲାସ୍ତରୀୟ କାର୍ଯ୍ୟ ଖସଡ଼ା ଏହି ଅବସରରେ ପ୍ରସ୍ତୁତ ହୋଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଆସ୍ଥେରିଆ କେର୍କେଟା ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ଏହି କାର୍ଯ୍ୟକ୍ରମକୁ ନେଇ ବିଭିନ୍ନ ବିଭାଗର ଦାୟିତ୍ବ ଓ କର୍ତ୍ତବ୍ୟ ସମ୍ପର୍କରେ ଅବଗତ କରିଥିଲେ। ଜିଲ୍ଲାର ପ୍ରତି ବିଦ୍ୟାଳୟର ପ୍ରଧା‌ନ ଶିକ୍ଷକଙ୍କୁ ବାଲ୍ୟ ବିବାହ ରୋକିବା ପାଇଁ ବିଦ୍ୟଳୟରେ ସଚେତନତାମୂଳକ ଲିଖନ କରିବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ନିର୍ଦ୍ଦେଶ ଦେଇଥିଲେ।

ଏହି ବୈଠକରେ ଅତିରିକ୍ତ ଏସ୍‌ପି ରମେଶ ପାଣିଗ୍ରାହୀ, ଜିଲ୍ଲା ନିୟୋଜନ ଅଧିକାରୀ ଶର୍ମିଷ୍ଠା ଧଳ, ଜିଲ୍ଲା ମଙ୍ଗଳ ଅଧିକାରୀ ପାଲାକା ରବିନ୍ଦ୍ର, ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ବର ଖାଖା, ଜିଲ୍ଲା ସଂସ୍କୃତି ଅଧିକାରୀ ଆର୍ତ୍ତତ୍ରାଣ ଥାଟି, ଜିଲ୍ଲା ପଞ୍ଚାୟତ ଅଧିକାରୀ ଇପ୍‌ସିତା ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟକ୍ରମ ଅଧିକାରୀ ଅନିତା ଗୁରୁ, ଓଏଲ୍‌ଏମ୍‌ର ଡିପିଏମ୍‌ ଯୁବରାଜ ସାହୁ, ଜିଲ୍ଲା ପରାମର୍ଶଦାତା ରାକେଶ ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ରୁଦ୍ରପ୍ରସନ୍ନ ମିଶ୍ର, ସ୍ବାଗତରାଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here