Monday, October 14, 2024
Homeଖବରଭୀମ ଭୋଇ ଜଣେ ରହସ୍ୟବାଦୀ କବି ଥିଲେ 

ଭୀମ ଭୋଇ ଜଣେ ରହସ୍ୟବାଦୀ କବି ଥିଲେ 

କନ୍ଧରା ସ୍ମୃତିପୀଠରେ ସନ୍ଥକବିଙ୍କ ଜୟନ୍ତୀ ଉତ୍ସବ

ସମ୍ବଲପୁର, ୨୩ା୫ : ଭୀମ ଭୋଇ ଜଣେ ରହସ୍ୟବାଦୀ କବି ଥିଲେ ବୋଲି ରେଢ଼ାଖୋଲ ବ୍ଲକ୍‌ କନ୍ଧରାସ୍ଥିତ ଭୀମ ଭୋଇ ସ୍ମୃତିପୀଠରେ ଗୁରୁବାର ଆୟୋଜିତ ସନ୍ଥକବିଙ୍କ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲେଖକ ରାଧାକାନ୍ତ ସେଠ୍‌ କହିଛନ୍ତି। ଶ୍ରୀ ସେଠ୍‌ ଆହୁରି କହିଥିଲେ ଯେ, ସନ୍ଥକବିଙ୍କ ଭକ୍ତି କବିତା ଗୁଡ଼ିକ ସହଜରେ ବୁଝା ପଡ଼େ ନାହିଁ। କବିଙ୍କ ଭକ୍ତି କବିତାରେ ଉଲ୍ଲେଖ ଥିବା ଅମନ ମନ୍ଦିର, ବାରବନ୍ଧନର କୀର୍ତ୍ତନ କି ଆଧ୍ୟାତ୍ମିକ ସୂଚନା ଦିଏ ତାହା ଆମେ ଜାଣି ପାରିନାହୁଁ। ତେଣୁ ଏସବୁର ଗବେଷଣାର ଆବଶ୍ୟକତା ରହିଛି। ରେଢ଼ାଖୋଲ ସନ୍ଥକବି ଭୀମ ଭୋଇ ଏକାଡେମୀର ପକ୍ଷରୁ ଆୟୋଜିତ ଏହି ଜୟନ୍ତୀ ଉତ୍ସବରେ କବି ସନ୍ତୋଷ ରଥ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କବିଙ୍କ ସାହିତ୍ୟ କୃତି ଉପରେ ଆଲୋଚନା କରିଥିଲେ। ଏଥିରେ ଅବସରପ୍ରାପ୍ତ ଅଧ୍ୟାପକ ଡ. ଦୀପେନ ପଟ୍ଟନାୟକ ଓ ଭୀମ ଭୋଇ ଉନ୍ନୟନ ପରିଷଦର ସଭାପତି ଚକ୍ରଧର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସନ୍ଥକବି ଭୀମ ଭୋଇ ଏକାଡେମୀର ଅଧ୍ୟକ୍ଷ ମୁରଲୀଧର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବ୍ରହ୍ମ ଅବଧୂତ ବାବା ଆନନ୍ଦଚନ୍ଦ୍ର ଦାସ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ମହିମା ଧର୍ମ ଉପରେ ଆଲୋଚନା କରିଥିଲେ। ମହାବୀର ସିଂଦେଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଅନୀଲ ମେହେର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରୀକ୍ଷିତ ଦାଶ ଧନ୍ୟବାଦ ଦେଇଥିଲେ। ଏ ଅବସରରେ କବି ବିପିନ୍‌ ମହାନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ କନ୍ଦର୍ପ ବେହେରା, ଆର୍‌. ପୁଷ୍ପାଞ୍ଜଳି, ଗୀତାରାଣୀ ସାହୁ, ଆକାଶ ସାହୁ, ରାଧାକାନ୍ତ ସେଠ୍‌, ଦୀପେନ ପଟ୍ଟନାୟକ, ସନ୍ତୋଷ ରଥ, ବିପିନ୍ ମହାନନ୍ଦ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ପ୍ରାଧ୍ୟାପକ ଅଖିଳ ବିଶ୍ବାଳ, ହିମାଂଶୁ ଶେଖର ପ୍ରଧାନ, ଚନ୍ଦ୍ରହାସ୍ୟ ପ୍ରଧାନ, ଅଲେଖ ମେହେରଙ୍କ ସହ ବହୁ ମହିମା ସାଧୁ ଓ ଭକ୍ତ ଉପସ୍ଥିତ ଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments