Friday, September 13, 2024
Homeଖବରବିଜେପିକୁ ଜିତାଇଲା ଏକ୍‌ଜିଟ୍ ପୁଲ, କ’ଣ ଏକ୍‌ଜେଟ୍‌ ପୁଲ? 

ବିଜେପିକୁ ଜିତାଇଲା ଏକ୍‌ଜିଟ୍ ପୁଲ, କ’ଣ ଏକ୍‌ଜେଟ୍‌ ପୁଲ? 

ଭୁବନେଶ୍ବର: କେନ୍ଦ୍ରରେ ପୁଣି ଥରେ ମୋଦୀ ସରକାର ହେବାକୁ ଯାଉଛି। ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ବିପୁଳ ଭୋଟ୍ରେ ବିଜୟୀ ହୋଇ ଦେଶର ନେତୃତ୍ବ ନେବାକୁ ଯାଉଛନ୍ତି ବୋଲି ଜାତୀୟ ଗଣମାଧ୍ୟମର ସହଯୋଗରେ ସର୍ଭେ ସଂସ୍ଥା ଗୁଡ଼ିକ ରିପୋର୍ଟ ପ୍ରକାଶ କରିଛନ୍ତି। ବୁଥ୍ ବାହୁଡ଼ା ମତ ସର୍ଭେ କହୁଛି ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବ ଏନ୍ଡିଏକୁ ୩୫୦ରୁ ଊର୍ଦ୍ଧ୍ବ ଆସନ ମିଳିବ। ଓଡ଼ିଶାରେ ବିଜେପିକୁ ୧୫ରୁ ଊର୍ଦ୍ଧ୍ବ ଲୋକସଭା ଆସନ ମିଳିପାରେ। ତେବେ ଓଡ଼ିଶାରେ କିଏ ସରକାର ଗଢ଼ିବେ ଏନେଇ ଯଦିଓ କିଛି ନାମକରା ସଂସ୍ଥାଗୁଡ଼ିକ ରିପୋର୍ଟ ପ୍ରକାଶ କରିନାହାନ୍ତି, ତଥାପି ନବୀନ ପଟ୍ଟନାୟକଙ୍କୁ ପୂର୍ଣ୍ଣ ସମର୍ଥନ ମିଳିବ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟରେ ଚଳିତ ନିର୍ବାଚନରେ ମତଦାତାମାନେ ନୀରବ ହୋଇ ମତଦାନ କରିଥିବାରୁ ବିଜେଡିର ଗଣତି ମଧ୍ୟ ଭୁଲ ହୋଇପାରେ।

ଚଳିତ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାକୁ ୪ଟି ପର୍ଯ୍ୟାୟରେ ୪ଥର ଗସ୍ତ କରିଥିଲେ। ଏହି ଗସ୍ତ କାଳରେ ସେ ଭୁବନେଶ୍ବର, ପୁରୀ ଓ ବରଗଡ଼ରେ ରୋଡ ସୋ’ କରିଥିଲେ। ମୋଦୀଙ୍କ ରୋଡ୍ ସୋ’ରେ ଲକ୍ଷାଧିକ କର୍ମୀ ଓ ସମର୍ଥକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ବ୍ରହ୍ମପୁର, ନବରଂଗପୁର, ଫୁଲବାଣୀ, ବଲାଙ୍ଗୀର, ବରଗଡ଼, ଅନୁଗୁଳ, କଟକ, ବାରିପଦା, ବାଲେଶ୍ବର ଓ କେନ୍ଦ୍ରପଡ଼ାରେ ପ୍ରଧାନମନ୍ତ୍ରୀ ଯେତେବେଳେ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରୁଥିଲେ ମୋଦୀ ଓ ଜୟଶ୍ରୀରାମ ନାରାରେ ସଭାସ୍ଥଳ କମ୍ପୁଥିଲା। ମୋଟାମୋଟି ଭାବେ ୨୦୧୯ ନିର୍ବାଚନ ତୁଳନାରେ ୨୦୨୪ ସଂପୂର୍ଣ୍ଣ ରୂପେ ଅଲଗା ଥିଲା। ସାଧାରଣ ଜନତାଙ୍କ ମୁହଁରେ ଫିର୍ ଏକ ବାର ମୋଦୀ ସରକାର ବାହାରୁଥିଲା। ସେହିପରି ଓଡ଼ିଶାର ଜନତା ଏଥର ରାଜ୍ୟରେ ପରିବର୍ତ୍ତନ ଆଣୁଛନ୍ତି ବୋଲି ଚର୍ଚ୍ଚା ହେଉଥିଲା। ୨୦୧୯ ନିର୍ବାଚନରେ ୨୧ଟି ଲୋକସଭା ଆସନରୁ ବିଜେଡି ୧୨ଟି ଜିତିଥିବା ବେଳେ ବିଜେପି ୮ ଓ କଂଗ୍ରେସ ଗୋଟିଏ ଆସନ ପାଇଥିଲେ। ସେହପରି ବିଧାନସଭା ନିର୍ବାଚନରେ ବିଜେପିକୁ ୨୩ଟି ଆସନ ମିଳିଥିଲା। କିନ୍ତୁ ଗତ ଥର ତୁଳନାରେ ଏଥର ମାହୋଲ ଅଲଗା ଥିବାରୁ ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି।

ଲୋକସଭା ନେଇ କ’ଣ କହୁଛି ଏକ୍ଜିଟ୍ ପୋଲ

ଇଣ୍ଡିଆ ଟିଭିର ଏକଜିଟ ପୋଲ୍ ରିପୋର୍ଟ ଅନୁସାରେ ବିଜେପି ରାଜ୍ୟରେ ବାଜି ମାରିବ। ୨୧ଟି ଲୋକସଭା ଆସନରୁ ୧୫ ରୁ୧୭ଟି ଜିତିବ। ବିଜେଡିକୁ ମାତ୍ର ୪ରୁ ୬ଟି ଆସନ ମିଳିବ। କଂଗ୍ରେସକୁ ୦-୧ ଆସନ ମିଳିବ। ସେହିପିର ‘ଜନ୍ କି ବାତ୍’ ୧୫-୧୮ଟି, ଚାଣକ୍ୟ ୧୬ଟି, ‘ଇଣ୍ଡିଆ ନ୍ୟୁଜ୍’ ୧୩ଟି, ଏବିପି-ସି ୧୭ରୁ ୧୯ଟି, ଇଣ୍ଡିଆ ଟୁଡେ-ଆକ୍ସିସ ମାଇ ଇଣ୍ଡିଆ ୧୮-୨୦ଟି ଓ ଏନ୍ଡିଟିଭି ଅନୁଯାୟୀ ଓଡ଼ିଶାରେ ବିଜେପି ୧୫ଟିରେ ବିଜେପି ଜିତିବ ବୋଲି କହୁଛନ୍ତି।

କାମ ଦେବ କି ପୁରୁଣା ଫର୍ମୁଲା

ବୁଥ ବାହୁଡ଼ା ମତ ବିଜେପି ନେତୃତ୍ୱରେ ଏନ୍ଡିଏକୁ ୩୫୦ରୁ ଅଧିକ ଆସନ ଦେଉଛି। ଯଦି ବୁଥ୍ ବାହୁଡ଼ା ମତ ତଥ୍ୟରେ ପରିବର୍ତ୍ତନ ଆସେ ଓ ବିଜେପିକୁ ପଶ୍ଚିମବଙ୍ଗ, ଓଡ଼ିଶା, ତାମିଲନାଡୁ, କର୍ଣ୍ଣାଟକ ଭଳି ରାଜ୍ୟରେ ଭଲ ଫଳ ମିଳେ ତାହୋଲ ୪୦୦ ପାର୍ ହୋଇଯିବା ବଡ଼ କଥା ନୁହେଁ। ଟୁଡେଜ୍ ଚାଣକ୍ୟ, ମାଇ ଆକ୍ସିସ ଓ ସିଏନ୍ଏକ୍ସର ବୁଥ ବାହୁଡ଼ା ମତ ଏନ୍ଡିଏକୁ ୪୦୦ରୁ ଅଧିକ ଆସନ ମିଳିବ ବୋଲି ପୂର୍ବାନୁମାନ କରିଛନ୍ତି। ୨୦୧୯ ନିର୍ବାଚନରେ ସମସ୍ତ ସଂସ୍ଥା ଏନ୍ଡିଏକୁ ୩୦୦ରୁ ୧୦-୧୫ ଆସନ କମ୍ ଦେଖାଇଥିଲେ। ମାତ୍ର ଫଳାଫଳ ଭିନ୍ନ ଦେଖାଯାଇଥିଲା। ଏନ୍ଡିଏକୁ ୩୫୩ ଆସନ ମିଳିଥିଲା। ସେହିପରି ୨୦୧୪ ନିର୍ବାଚନରେ ନ୍ୟୁଜ୨୪-ଚାଣକ୍ୟ ୩୪୦, ଇଣ୍ଡିଆଟିଭି-ସି ଭୋଟର ୨୮୯, ସିଏନ୍ଏନ୍-ଆଇବିଏନ୍-ସିଏସ୍ଡି ୨୮୦, ଏବିପି ନିଲସନ ୨୭୪, ଇଣ୍ଡିଆ ଟୁଡେ ୨୭୨ ଆସନରେ ଏନ୍ଡିଏ ଜିତିବ ବୋଲି କହିଥିଲେ। କିନ୍ତୁ ଏନ୍ଡିଏ ସପକ୍ଷରେ ୩୩୬ ଆସନ ଆସିଥିଲା।

ଓଡ଼ିଶା ବିଧାନସଭା ପାଇଁ ସର୍ଭେ

ଇଣ୍ଡିଆ ଟୁଡେ ଆକ୍ସିସ ମାଇ ଇଣ୍ଡିଆ ସର୍ଭେ ଅନୁସାରେ ଉଭୟ ବିଜେଡି ଓ ବିଜେପିକୁ ୬୨ରୁ ୮୦ ଭିତରେ ଆସନ ମିଳିପାରେ। କଂଗ୍ରେସ ୫ରୁ ୮ ଆସନରେ ବିଜୟୀ ହେବ। ଜନ୍ କି ବାତ୍ ସର୍ଭେ ଅନୁସାରେ ବିଜୁ ଜନତା ଦଳକୁ ଓଡ଼ିଶା ବିଧାନସଭାରେ ୮୧ଟି ଆସନ ମିଳିପାରେ। ବିଜେପି  ୫୮ ଓ କଂଗ୍ରେସ ୮ ଆସନରେ ବିଜୟୀ ହୋଇପାରନ୍ତି। ‘ସ୍କୁଲ୍ ଅଫ୍ ପଲିଟିକ୍ସ’ ଆକଳନ କରିଛି ଯେ ବିଜେଡି ରାଜ୍ୟରେ କ୍ଷମତାଚ୍ୟୁତ ହେବ। ସେମାନେ ଶାସକ ଦଳକୁ ୪୬ରୁ ୫୯ ଆସନ ଦେଇଛନ୍ତି।  

ବିଧାନସଭାରେ ଏତିକି ଜିତିବ ବିଜେପି!

ରାଜ୍ୟର ଧରିଥିବା ଚର୍ଚ୍ଚାରୁ ଜଣାପଡୁଛି ଯେ, ବିଜେଡି ୯୦ ଆସନରୁ ଅଧିକ ଆସନ ହାତେଇବ ଏବଂ ବିଜେପି ୪୦ରୁ ୪୫ରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ୨୦୧୯ ନିର୍ବାଚନରେ ମତଦାତା ଗୋଟିଏ ଭୋଟ୍ ମୋଦୀଙ୍କୁ ଦେଇଥିବା ବେଳେ ଆଉ ଗୋଟିଏ ଭୋଟ୍ ନବୀନଙ୍କୁ ଦେଇଥିଲେ। ବିଜେପି ୮ଟି ଲୋକସଭା ଆସନ ଗତ ନିର୍ବାଚନରେ ଜିତିଥିବାବେଳେ ବିଜେଡି ୧୨ ଓ କଂଗ୍ରେସ ଗୋଟିଏ ଆସନ ଜିତିଥିଲା। ବିଧାନସଭାରେ ବିଜେପି ୨୩ଟିରେ ବିଜୟୀ ହୋଇଥିଲା। ଅର୍ଥାତ ୮ର ୩ଗୁଣା ହେଉଛି ୨୪, ଯାହାର ୧ କମ ହେଉଛି ୨୩। ଏଥର କିନ୍ତୁ ୨୦୧୯ ତୁଳନାରେ ବିଜେପିର ହାୱା ଅଧିକ ରହିଛି। ବିଗତ ୬ ମାସ ମଧ୍ୟରେ ଭିକେ ପାଣ୍ଡିଆନଙ୍କ କାର୍ଯ୍ୟକଳାପକୁ ନେଇ ନେତା, ବାବୁ ଓ ଜନତା ବିରକ୍ତି ପ୍ରକାଶ କରିଛନ୍ତି। ଯଦି ବିଜେପି ୧୫ଟି ଲୋକସଭା ଆସନ ହାତେଇବ, ତାହେଲେ ୬୦ଟି ବିଧାନସଭା ସିଟ୍ରେ ବିଜୟ ହାସଲ କରିପାରେ। କଂଗ୍ରେସ, ଅନ୍ୟ ଦଳ ଓ ସ୍ବାଧୀନ ହାତରେ ସର୍ବାଧିକ ୧୦ଟି ଆସନ ରହିପାରେ। ତେବେ ବିଜେଡି ଯଦି ସରକାର ଗଢ଼ିବ, ଏହାର ପାଖରେ ୭୫ରୁ ୮୦ ବିଧାୟକ ରହିବେ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments