Wednesday, December 4, 2024
Homeଖବରବିଦ୍ୟୁତ ତାର ଲାଗି ଯୁବକଙ୍କ ମୃତ୍ୟୁ ଘଟଣା,କ୍ଷତି ପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ (ଫଟୋ)

ବିଦ୍ୟୁତ ତାର ଲାଗି ଯୁବକଙ୍କ ମୃତ୍ୟୁ ଘଟଣା,କ୍ଷତି ପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ (ଫଟୋ)

ରେଢ଼ାଖୋଲ (ମହାବୀର ସିଂ ଦେଓ): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ବସାଲୋଇ ଗାଁରେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ ଓ ଦୁଇ ଜଣ ଆହତ ହୋଇଥିଲେ l ସୂଚନା ଅନୁସାରେ ମଙ୍ଗଳବାର କିଛି ସ୍ଥାନୀୟ ଲୋକ ବାରହା ଶିକାର ପାଇଁ ନେଭାରାପାଳ -ବସାଲୋଇ ରାସ୍ତା କଡ କ୍ଷେତ ପାଖରେ   ବିଦ୍ୟୁତ ତାର ଟାଣି ଥିଲେ । ରାତିରେ ସେହି ରାସ୍ତା ଦେଇ ୩ ଜଣ ବ୍ୟକ୍ତି ବାଇକ୍ ଯୋଗେ ଯାଉଥିବାବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀ ଭକ୍ତ ନାଏକ(୪୫) ଙ୍କର ମୃତ୍ୟୁ ଘଟିଥିବା ବେଳେ ବାଇକରେ ବସିଥିବା ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ । ତେବେ ଆହତ ହୋଇଥିବା କିଶୋରୀ ଗଡ଼ନାୟକ ଏବଂ ବାସୁ ଗରିଆଙ୍କୁ ନାକଟିଦେଉଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଖବର ପାଇ ରାତିରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ଶବକୁ ନିଜ ପୋଲିସ ଗାଡ଼ିରେ ଆଣି ନାକଟିଦେଉଳ ମନ୍ଦିର ଛକରୁ ଶବ ବାହକ ଗାଡ଼ିରେ ବ୍ୟବଚ୍ଛେଦ ପାଇଁ ରାତାରାତି ରେଢ଼ାଖୋଲ ଡାକ୍ତରଖାନା ପଠେଇ ଥିଲେ l ରେଢ଼ାଖୋଲ ରେ ଶବ ବ୍ୟବଚ୍ଛେଦ ପରେ ଶବକୁ ମୃତକଙ୍କ ନିଜ ଘର ନେଭ୍ରାପାଳ କୁ ନେବାବେଳେ ଗ୍ରାମବାସୀମାନେ ବସାଲୋଇ ଛକରେ ଶବ ଗାଡିକୁ ଅଟକାଇ କ୍ଷତି ପୂରଣ ଓ ତାର ବିଛେଇଥିବା ଅପରାଧୀକୁ ଗିରଫ କରିବା ଦାବିରେ ଶବ ନେବାକୁ ମନାକରି ରାସ୍ତାରେ ବସିରହି ଥିଲେ l ତେବେ କେଉଁ ପରିସ୍ଥିତିରେ ବିଦ୍ୟୁତ ବିଭାଗ ଓ ଜଙ୍ଗଲ ବିଭାଗ ଘଟଣାସ୍ଥଳକୁ ନଆସି କିମ୍ବା ତଦନ୍ତ ନକରି ରାତାରାତି ଶବକୁ ନେଇଯିବା ପରେ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ କଣ ଅନୁସନ୍ଧାନ କରିବେ ବୋଲି ପ୍ରଶ୍ନ କରିଥିଲେ l ତେବେ ରେଢ଼ାଖୋଲ ଏସଡିପିଓ ପ୍ରଶାନ୍ତ ମେହେର ଘଟଣାସ୍ଥଳରେ ପହଞ୍ଚି ଆସାମୀଙ୍କୁ ଧରାହେବ ଏବଂ ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଦେବାସହ ସରକାରଙ୍କ ପକ୍ଷରୁ ଉଚିତ କ୍ଷତି ପୂରଣ ଦିଆଯିବ ବୋଲି ପ୍ରତିଶୁତି ଦେବାପରେ ଗ୍ରାମବାସୀ ଶବ ନେବାପାଇଁ ରାଜିହୋଇ ଥିଲେ। ତେବେ ଗଣ୍ଡଗୋଳ ହେବା ଆଶଙ୍କା କରି ଏକ ସେକ୍ସନ ପୋଲିସ ଫୋର୍ସ ସହ ଏସଡିପିଓ ପ୍ରଶାନ୍ତ ମେହେର, ନାକଟିଦେଉଳ ଥାନା ଅଧିକାରୀ ଝସକେତନ ଭୋଇ ପ୍ରମୁଖ ସଦଳବଳେ ଉପସ୍ଥିତ ଥିଲେ ଏ ସମ୍ପର୍କ ରେ ସଡିପିଓଙ୍କୁ ପଚାରିବାରୁ ତଦନ୍ତ ଚାଲିଛି। ଖୁଵ ଶୀଘ୍ର ଅଭିଯୁକ୍ତଙ୍କୁ ଧରାହେବେ ବୋଲି ପ୍ରକାଶ କରିଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments