Tuesday, September 10, 2024
Homeଖବରପ୍ରମୁଖ ଖବରହାତୀ ସୁରକ୍ଷିତ: ମଣିଷ ସହ ଅଘୋଷିତ ଯୁଦ୍ଧ ଜାରି

ହାତୀ ସୁରକ୍ଷିତ: ମଣିଷ ସହ ଅଘୋଷିତ ଯୁଦ୍ଧ ଜାରି

ଭୁବନେଶ୍ବର: ପୃଥିବୀ ପୃଷ୍ଠରେ ଉଭୟ ମନୁଷ୍ୟ ସମେତ ଅନ୍ୟ ଜୀବଜନ୍ତୁମାନଙ୍କର ରହିବାର ଅଧିକାର ରହିଛି। ଏଥି ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ସଂସ୍ଥା ମଧ୍ୟ କାମ କରୁଛନ୍ତି। ଜଙ୍ଗଲରେ ପ୍ରାଣୀମାନଙ୍କର ସଂଖ୍ୟା ବଢ଼ାଇବା ପାଇଁ ଭାରତ ସରକାର ଏକାଧିକ ପଦକ୍ଷେପ ନେଇଛନ୍ତି। ଅଭୟାରଣ୍ୟ, ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି। କିନ୍ତୁ ବିଭିନ୍ନ କାରଣରୁ ବନ୍ୟଜନ୍ତୁଙ୍କର ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏଥିରେ ହାତୀମାନେ ମଧ୍ୟ ସାମିଲ ଅଛନ୍ତି। ଜୀବଜଗତର ଅନ୍ୟତମ ବିଶାଳ ଜନ୍ତୁ ‘ହାତୀ’ମାନଙ୍କ ପାଇଁ ଦେଶରେ ୩୩ଟି ଅଭୟାରଣ୍ୟର ବ୍ୟବସ୍ଥା ରହିଛି, ଯେଉଁଥିରେ ଓଡ଼ିଶାରେ କେବଳ ୫ଟି ସାମିଲ ଅଛି। ମୟୂରଭଂଜ ହାତୀ ସଂରକ୍ଷଣ, ମହାନଦୀ ହାତୀ ସଂରକ୍ଷଣ, ସମ୍ବଲପୁର ହାତୀ ସଂରକ୍ଷଣ, ‌ବ୍ରାହ୍ମଣୀ-ବୈତରଣୀ ହାତୀ ସଂରକ୍ଷଣ ଓ ଦକ୍ଷିଣ ଓଡ଼ିଶା ହାତୀ ସଂରଣ ରହିଛି।

ହାତୀ ଓ ମନୁଷ୍ୟ ମଧ୍ୟରେ ଏକ ପ୍ରକାରର ଅଘୋଷିତ ଯୁଦ୍ଧ ଲାଗିଛି। ପ୍ରାୟତଃ ପ୍ରତିବର୍ଷ ଶହଶହ ହାତୀମାନଙ୍କର ମୃତ୍ୟୁ ହେଉଛି। ହାତୀ ଦାନ୍ତ ବାହାର ବଜାରରେ ବହୁ ଟଙ୍କାରେ ବିକ୍ରି ହେଉଥିବାରୁ ଶିକାର କରାଯାଉଛି। ଘଞ୍ଚ ଜଙ୍ଗଲ ଅଭାବରୁ ହାତୀମାନେ ଗାଁମୁହାଁ ହେଉଛନ୍ତି। ଜଙ୍ଗଲରୁ ବାହାରି ଆସି ଫସଲ ନଷ୍ଟ କରୁଛନ୍ତି। ଏଥି ପାଇଁ ଚାଷୀମାନେ ହାତୀଙ୍କ ଉପରେ ଆକ୍ରୋଶ ରଖୁଛନ୍ତି। ଅନେକ ସ୍ଥାନରେ ହାତୀମାନେ ବିଦ୍ୟୁତ୍‌ ଆଘତରେ ପ୍ରାଣ ହରାଉଛନ୍ତି। ସେହିପରି ହାତୀ ମୃତ୍ୟୁର ଅନ୍ୟତମ କାରଣ ହେଉଛି ଆନ୍ଥ୍ରାକ୍ସ ଓ ହରପିସ୍‌ ଭଳି ରୋଗ।  

ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ

ରାୟଗଡ଼ା ଜିଲ୍ଲା ଗୁଣୁପୁର ବ୍ଲକ ଅଧୀନ ଭୀମପୁର ପଞ୍ଚାୟତ ଫୁଲପୁଟି ଗାଁରେ ଏକ ହାତୀର ମୃତଦେହ ଠାବ ହୋଇଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛିI ଗ୍ରାମବାସୀ ବୁଧବାର ସକାଳୁ ହାତୀର ମୃତଦେଖି ଗୁଣୁପୁର ବନ ବିଭାଗକୁ ଖବର ଦେଇଥିଲେI ଗୁଣୁପୁର ଅଂଚଳର ୪ଟି ହାତୀ ସୀମାନ୍ତବର୍ତ୍ତୀ ଆନ୍ଧ୍ରପ୍ରଦେଶ ଅଞ୍ଚକର କାଟ୍ରାଗଡ଼ାରେ  ବିଦ୍ୟୁତ ଟ୍ରାନ୍ସଫରମର ସଂଯୋଗରେ ଆସି ମୃତ୍ୟୁବରଣ କରିଥିଲେI ଘଟଣା ସ୍ଥଳେ ବନ ବିଭାଗ ପହଞ୍ଚି ତଦନ୍ତ କରୁଛିI ରାତିରେ ଏହି ଘଟଣା ହୋଇଥିବା ଗ୍ରାମବାସୀମାନେ କହିଛନ୍ତିI ଏଥି ସହିତ ଗୁଣୁପୁର ବନାଞ୍ଚଳରେ ଥିବା ୬ଟି ହାତୀ ମଧ୍ୟରୁ ପାଞ୍ଚୋଟି ହାତୀ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିସାରିଲେଣି I

୫ମାସରେ ୪୦ ହାତୀଙ୍କ ମୃତ୍ୟୁ

ଭରତପୁର ଜଙ୍ଗଲରେ ଦନ୍ତାହାତୀ ‘ରାମୁ’ବିଦ୍ୟୁତ୍‌ ଆଘାତରେ ସୋମବାର ମରିଛି। ପୋଷ୍ଟମର୍ଟମ ରିପୋର୍ଟ ସହ ବନ ଓ ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କ ଖୋଳତାଡ଼ ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଏଥିସହ ଘଟଣାର ୭ ଦିନ ପରେ ବନ ବିଭାଗ ହାତରେ ବଡ଼ ସୁରାଗ ଲାଗିଥିବାରୁ ତନାଘନାକୁ ଅଧିକ ବ୍ୟାପକ କରାଯାଇଛି। କେଉଁଭଳି ଭାବେ ରାମୁର ମୃତ୍ୟୁ ଘଟିଲା ବିଭାଗୀୟ ଅଧିକାରୀମାନେ ତାହାର ତଥ୍ୟ ପ୍ରମାଣ ଯୋଗାଡ଼ କରିବାରେ ଲାଗିରହିଛନ୍ତି। ରାଜଧାନୀକୁ ଲାଗିରହିଥିବା ଏହି ଜଙ୍ଗଲ ଭିତରେ ୨୪ ଘଣ୍ଟିଆ ପ୍ରହରା ସହ ଚାରିପାଖର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଅବସରପ୍ରାପ୍ତ ସୈନିକମାନେ ବିଭିନ୍ନ ସ୍ଥାନରେ ଜଗି ରହିଛନ୍ତି। ଗତ ୫ ମାସରେ ୪୦ରୁ ଅଧିକ ହାତୀଙ୍କ ମୃତ୍ୟୁ ହୋଇ ସାରିଲାଣି। ବନଖଣ୍ଡ ଅଧିକାରୀଙ୍କ ସ୍ତରରେ ଏଭଳି ଏକ ବଡ଼ଧରଣର ମାନବ ସମ୍ବଳ ରହିଥିଲେ ମଧ୍ୟ ହାତୀଙ୍କ ମୃତ୍ୟୁ ଚିନ୍ତାର ବିଷୟ।

ଫରେଷ୍ଟର-ଗାର୍ଡ ନିଲମ୍ବିତ

ବାଲେଶ୍ବର ଜିଲ୍ଲା କୂଳଡିହା ରେଞ୍ଜ ମଙ୍ଗଳପୁର ବିଟହାତୀଖୁଲିଆ ସେକ୍ସନ ସାରୁଚୁଆ ନିକଟସ୍ଥ ସୁନାଖଣିରେ ହୋଇଥିବା ହାତୀ ମୃତ୍ୟ ଘଟଣାରେ କାମରେ ଖିଲାପି ଓ ଅବହେଳା ପାଇଁ ହାତୀଖୁଲିଆ ବିଟର ଫରେଷ୍ଟର ପଦ୍ମାବତୀ ବେହେରା ଓ ଫରେଷ୍ଟ ଗାର୍ଡ ପ୍ରମିଳା ସେନାଙ୍କୁ ନିଲମ୍ବନ କରିଛନ୍ତି ଶିମିଳିପାଳ ଫିଲ୍ଡ ଡାଇରେକ୍ଟର। ଜୟନ୍ତ କୁମାର ପ୍ରଧାନଙ୍କୁ ହାତିଖୁଲିଆ ସେକ୍ସନର ଫରେଷ୍ଟର, ମନୋହର ସିଂଙ୍କୁ ହାତୀଖୁଲିଆ ବିଟ୍ ର ଫରେଷ୍ଟ ଗାର୍ଡ ଓ ଆୟୁଷ୍ମାନ ପଣ୍ଡାଙ୍କୁ ମଙ୍ଗଳପୁର ବିଟ୍ ର ଫରେଷ୍ଟ ଗାର୍ଡ ଭାବେ ନୂତନ ଭାବେ ନିଯୁକ୍ତ କରାଯାଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments