Tuesday, September 10, 2024
Homeସମ୍ବଲପୁରରେଢ଼ାଖୋଲରେ ଡ଼ୁମାଳ ପରିଷଦର ସାଧାରଣ ସଭା

ରେଢ଼ାଖୋଲରେ ଡ଼ୁମାଳ ପରିଷଦର ସାଧାରଣ ସଭା

ରେଢ଼ାଖୋଲ (ମହାବୀର ସିଂ ଦେଓ)
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରାଜବାଟି ଠାରେ ଡ଼ୁମାଳ ପରିଷଦ, ଓଡିଶା ରେଢ଼ାଖୋଲ କେନ୍ଦ୍ରଶାଖା ଆୟୋଜନକ୍ରମେ ଡ଼ୁମାଳ ପରିଷଦ ଓଡିଶାର ରାଜ୍ୟ ସଭାପତି ଦୟାସାଗର ମେଣ୍ଡିଲିଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ରେଢ଼ାଖୋଲ କେନ୍ଦ୍ର ସଭାପତି ଗୌରୀ ଶଙ୍କର ପାତ୍ର ଅତିଥି ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ। ସଂଗଠନିକ ସଭାରେ ରାଜ୍ୟ ଉପ ସଭାପତି ସୁଦାମ ଚରଣ ଖମାରୀ ଅନ୍ୟତମ ଉପ ସଭାପତି ଲୋକନାଥ ମାହାର, ସମ୍ପାଦକ ଉଦିତ ପ୍ରତାପ ଦେହେରୀ, ସହ ସମ୍ପାଦକ ସତ୍ୟନାରାୟଣ ମେଣ୍ଡିଲି, କୋଷାଧକ୍ଷ୍ ବିପିନ ବିହାରି ପାତ୍ର, ରାଜ୍ୟ ଯୁବ ସଭାପତି ଦୟାନିଧି ଖମାରୀ ମଞ୍ଚାସିନ ଥିଲେ। ପ୍ରଥମ ଅଧିବେଶନରେ ଡ଼ୁମାଳ ପରିଷଦର ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ କରିବା ପାଇଁ ଏକ ଆଲୋଚନାଚକ୍ର ହୋଇଥିଲା l ବିଭିନ୍ନ ଆଲୋଚନାରେ ବରଗଡ଼ ରାଜ୍ୟ ପ୍ରତିନିଧି ଜିତେନ୍ଦ୍ର ବେହେରା, ବୌଦ୍ଧ ଜିଲ୍ଲା ସମ୍ପାଦକ କାନ୍ହୁ ଚରଣ ମେସୁଆ, ବୌଦ୍ଧ ଜିଲ୍ଲା ସଭାପତି ସୀତାଂଶୁ ଶେଖର ମହାକୁଡ଼,ବୌଦ୍ଧ ଜିଲ୍ଲା ରାଜ୍ୟ ପ୍ରତିନିଧି ବିଭୁ ପ୍ରସାଦ କ୍ଷେତି,ସୁବର୍ଣ୍ଣପୁର ଜିଲ୍ଲା ସମ୍ପାଦକ କିଶୋର କୁମାର କର୍ମୀ, ଜିଲ୍ଲା ଉପସଭାପତି ଲଷ୍ମଣ କୁମାର ବସ୍ତିଆ, ସମ୍ବଲପୁର ରାଜ୍ୟ ମହିଳା ପ୍ରତିନିଧି ସଂଯୁକ୍ତା ପ୍ରଧାନ, କଟକ ଜିଲ୍ଲା ସଭାପତି ପ୍ରଭାକାର ପ୍ରଧାନ,ସମ୍ପାଦକ ନିତ୍ୟାନନ୍ଦ ଖୋର୍ଦ୍ଦା ଜିଲ୍ଲା ସମ୍ପାଦକ ଧନୁଞ୍ଜୟ ମାହାର, ନୟାଗଡ଼ ଜିଲ୍ଲା ସଭାପତି ସୁରେନ୍ଦ୍ର ମହାଖୁଡ଼, ବଲାଙ୍ଗୀର ଜିଲ୍ଲା ସଭାପତି ଲମ୍ବୋଦର ମହାକୁର,ବଲାଙ୍ଗୀର ରାଜ୍ୟ ପ୍ରତିନିଧି ଚକାମନ କମ୍ପ,ରାଜ୍ୟ ପ୍ରତିନିଧି ପ୍ରଫୁଲ୍ଲ କୁମାର ବଘାର,ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଅଶ୍ୱିନୀ ମହାକୁର, ଅନୁଗୋଳ ଜିଲ୍ଲା ସମ୍ପାଦକ ଯଜ୍ଞଶ୍ୱର ମହାକୁଡ଼, ଦେବଗଡ଼ ଜିଲ୍ଲା ସମ୍ପାଦକ ଦିବ୍ୟ ଶଙ୍କର ପାତ୍ର,ରାଜ୍ୟ ପ୍ରତିଷ୍ଟାତା ସମ୍ପାଦକ ତଥା ରାଜ୍ୟ ପ୍ରତିନିଧି କୃତ୍ତିବାସ ପଲିଆ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ଦ୍ୱିତୀୟ ଅଧିବେଶନରେ ଡ଼ୁମାଳ ଜାତିର ଗୌରବ କଣ୍ଟାମାଳ ବିଧାୟକ କହେଁଇ ଚରଣ ଡାଙ୍ଗଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରଖlଯାଇଥିଲା। ଶ୍ରୀ ଡାଙ୍ଗଙ୍କୁ ରେଢ଼ାଖୋଲ ଭୀମଭୋଇ ଛକଠାରୁ ସ୍ୱାଗତ କରି ସଭା ସ୍ଥଳକୁ ପାଛୋଟି ଅଣାଯାଇଥିଲା। ସମ୍ବର୍ଦ୍ଧନା ପୁର୍ବକ ପୁଷ୍ପମାଲ୍ୟ ଅର୍ପଣ, ଉପଢୌକନ, ସମ୍ବର୍ଦ୍ଧନା ଦିଆଯାଇଥିଲା। ସଭାପତି ଦୟାସାଗର ମେଣ୍ଡିଲି ସଭାପତିତ୍ୱ କରିଥିଲେ, ଚକାମନ କମ୍ପ ମଞ୍ଚ ପରିଚାଳନା କରିଥିବା ବେଳେ, ବକ୍ତାଭାବେ ସାହିତ୍ୟିକ ହାଡିବନ୍ଧୁ ମହାଖୁଡ଼, ଭୂଷଣ କୁମାର ପାତ୍ର, ଯୁବ ସଭାପତି ଦୟାନିଧି ଖମାରୀ ବକ୍ତବ୍ୟ ରଖିଥିଲେ l ରାଜଧାନୀ ଭୁବନେଶ୍ୱର ଠାରେ ମାହେଶ୍ୱରୀ ସଂସ୍କୃତି ଭବନ ନିମନ୍ତେ ଜମି ଓ ଅନୁଦାନ ସରକାରୀ ସ୍ତରରେ ଯୋଗାଇ ଦେବା ନିମନ୍ତେ ଚେଷ୍ଟା କରିବାକୁ ଅନୁରୋଧ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଡାଙ୍ଗଙ୍କ ବକ୍ତବ୍ୟରେ ଡ଼ୁମାଳ ଜାତିର ଐତିହ୍ୟ, ସଂକୃତି, ପରମ୍ପରା, କୃଷି, ଗୋପାଳନ, ଅର୍ଥନୌତିକ ଅଭିବୃଦ୍ଧି ସହିତ ଭୁବନେଶ୍ୱର, ପୁରୀ, ଡ଼ୁମାଳ ଅଧୁଷିତ ଜିଲ୍ଲା ମୁଖ୍ୟାଳୟ ଓ ମାହେଶ୍ୱରୀ ମନ୍ଦିର ମାନଙ୍କରେ ମାହେଶ୍ୱରୀ ସଂକୃତି ଭବନ ନିର୍ମାଣ ଓ ମାହେଶ୍ୱରୀ ମନ୍ଦିର ନିର୍ମାଣ ନିମନ୍ତେ ସରକାରୀ ସ୍ତରରରେ ପ୍ରଚେଷ୍ଟା କରିବାକୁ ପ୍ରତିଶୃତି ପ୍ରଦାନ କରିଥିଲେ l ଶେଷରେ ରାଜ୍ୟ ସହ ସମ୍ପାଦକ ସତ୍ୟ ନାରାୟଣ ମେଣ୍ଡିଲି l ସମସ୍ତ କାର୍ଯ୍ୟକ୍ରମକୁ ରେଢ଼ାଖୋଲ କେନ୍ଦ୍ର ଶାଖା ତରଫରୁ ଆୟୋଜନ କରିବାରେ ସହଯୋଗ କରିଥିଲେ l

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments