Tuesday, September 10, 2024
Homeବିଗୁଡ଼ିଛି ପାକିସ୍ତାନର ଆର୍ଥିକ ସ୍ଥିତି, ଦୁର୍ବଳ ମୁଦ୍ରା
Array

ବିଗୁଡ଼ିଛି ପାକିସ୍ତାନର ଆର୍ଥିକ ସ୍ଥିତି, ଦୁର୍ବଳ ମୁଦ୍ରା

ଭୁବନେଶ୍ବର: କଥାରେ ଅଛି ’ଯାହା ନାହିଁ ଭାରତେ, ତାହା ନାହିଁ ଜଗତେ।’ ଅର୍ଥାତ ଭାରତରେ ପ୍ରତ୍ୟେକ ଜିନିଷ ରହିଛି। ଅତି ସଂକ୍ଷେପରେ କହିବାକୁ ଗଲେ ବିଶ୍ବରେ ଯେଉଁସବୁ ଜିନିଷ ରହିଛି, ତାହା ଭାରତରେ ମିଳିପାରିବ। କିନ୍ତୁ ସବୁଥାଇ ମଧ୍ୟ ଅନେକ କ୍ଷେତ୍ରରେ ଭାରକୁ ଏବେବି ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡୁଛି। ଏହାର ମୂଳ କାରଣ ହେଲା ଯେ, ଭାରତରେ ଥିବା ସମ୍ବଳକୁ ସୁବିନିଯୋଗ କରାଯାଇପାରି ନାହିଁ। ଭାରତରେ ଥିବା ପ୍ରତ୍ୟେକ ସମ୍ବଳକୁ ଯଦି ସଠିକ୍‌ ଭାବେ ବ୍ୟବହାର କରାଯାଇପାରିବ, ତା’ହେଲେ ଆମେ ଆତ୍ମନିର୍ଭରଶୀଳ ହୋଇପାରିବା। ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭରଶୀଳ ସ୍ବପ୍ନ ପୂରା ହୋଇପାରିବ।

ଭାରତ ତୁଳନାରେ ବିଶ୍ବରେ ଅନେକ ରାଷ୍ଟ୍ର ଯଥା ଆମେରିକା, ରୁଷିଆ, ଚୀନ, ଜର୍ମାନି, ଅଷ୍ଟ୍ରେଲିଆ ଆଦି ରାଷ୍ଟ୍ର ବିକଶିତ ତଥା ଭାରତ ଆଜିର ଦିନରେ ବହୁତ ଆଗକୁ ବଢ଼ି ସାରିଛି। ଏଥି ପାଇଁ ଭାରତ ଉପରେ ଅନ୍ୟ ଦେଶ ନଜର ରଖୁଛନ୍ତି। ଜନସଂଖ୍ୟା ଦୃଷ୍ଟିରୁ ଦ୍ବିତୀୟ ସର୍ବବୃହତ୍‌ ରାଷ୍ଟ୍ର ‘ଭାରତ’କୁ ଖରାପ ଦୃଷ୍ଟିରେ ଦେଖିବାକୁ ଅନ୍ୟ ରାଷ୍ଟ୍ରମାନେ ସାହସ ମଧ୍ୟ କରିପାରନ୍ତି ନାହିଁ। ପଡୋଶୀମାନେ ତ ଚିନ୍ତା ମଧ୍ୟ କରିପାରନ୍ତି ନାହିଁ। କାରଣ ପଡୋଶୀ ରାଷ୍ଟ୍ରମାନଙ୍କ ତୁଳନାରେ ଭାରତ ସବୁ କ୍ଷେତ୍ରରେ ଯଥେଷ୍ଟ ସମୃଦ୍ଧ।

ପାକିସ୍ତାନର ଜନତା ପ୍ରଭାବିତ

ଭାରତର ଚିର ଶତ୍ରୁ ପାକିସ୍ତାନର ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି। ପାକିସ୍ତାନର ଆର୍ଥିକ ସଂକଟ ହ୍ରାସ ପାଉନାହିଁ। ଋଣଭାର ଏତେ ବଢ଼ିଯାଇଛି ଯେ, ଏଥିରୁ ମୁକୁଳିବା ସମ୍ଭବ ନୁହେଁ। ଏହାରି ମଧ୍ୟରେ ପାକିସ୍ତାନକୁ ଆଉ ଏକ ଝଟକା ଲାଗିଛି। ଆମେରିକୀୟ ଡଲାର ତୁଳନାରେ ପାକିସ୍ତାନର ମୁଦ୍ରା (ଟଙ୍କା) ହ୍ରାସ ପାଇଛି। ଆମେରିକୀୟ ଡଲାର ତୁଳନାରେ ପାକିସ୍ତାନୀ ଟଙ୍କାର ୨୫୫ ହୋଇଛି। ପାକିସ୍ତାନୀ ଟଙ୍କାର ମୂଲ୍ୟ ଏକ ଡଲାର ପିଛା ଗତ ୨୫ ତାରିଖରେ ୨୩୦ରେ ବନ୍ଦ ହୋଇଥିଲା। କିନ୍ତୁ ୨୬ ତାରିଖରେ ଏହା ୨୫୫ ଟଙ୍କାରେ ପହଞ୍ଚିଛି। ପାକିସ୍ତାନୀ ମୁଦ୍ରାର ମୂଲ୍ୟ ହ୍ରାସ ପାଇବା ପରେ ଜନସାଧାରଣ ପ୍ରଭାବିତ ହୋଇଛି। ରପ୍ତାନୀ ଜିନିଷ ଉପରେ ଲୋକଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡୁଛି। ଏହା ଅତିରିକ୍ତ ଖର୍ଚ୍ଚରେ କେବଳ ସରକାର ନୁହଁନ୍ତି, ଜନସାଧାରଣ ମଧ୍ୟ ପ୍ରଭାବିତ ହୋଇଛନ୍ତି।

ସହଯୋଗ ପାଇଁ ଅନାଗ୍ରହ

ସମୟ ବିତିବା ସହିତ ପାକିସ୍ତାନରେ ଆର୍ଥିକ ସଂକଟ ବଢ଼ି ଚାଲିଛି। ଅନ୍ୟ ଦେଶଗିଡ଼ିକ ଏବଂ ଅନ୍ତର୍ଜାତୀୟ ସଂସ୍ଥା ଆଗରେ ହାତପାତିଥିବା ପାକିସ୍ତାନକୁ ସହଯୋଗ ମିଳୁନାହିଁ। ଏପରିକି ଅନ୍ତର୍ଜାତୀୟ ମୁଦ୍ରା କୋଷ ମଧ୍ୟ ସହଯୋଗର ହାତ ବଢ଼ାଉନାହିଁ। ଫଳରେ ପାକିସ୍ତାନୀ ମୁଦ୍ରା ଉପରେ ପ୍ରଭାବ ପଡୁଛି। ଏହା ହେଉଛି ପାକିସ୍ତାନୀ ମୁଦ୍ରା ହ୍ରାସ ପାଇବାର ମୁଖ୍ୟ କାରଣ। ପାକିସ୍ତାନର ଅର୍ଥ ବ୍ୟବସ୍ଥାରେ ସଂଶୋଧନ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଶହବାଜ୍‌ ଶରିଫ ପୂର୍ବରୁ କହିଥିଲେ ଯେ, ତାଙ୍କ ସରକାର ୬ ମିଲିୟନ ଡଲାର ପ୍ୟାକେଜ୍‌ ପାଇଁ ଅନ୍ତର୍ଜାତୀୟ ମୁଦ୍ରା କୋଷ ସହିତ କଥା ହେବେ। କିନ୍ତୁ ଦେଶର ଅବସ୍ଥା ଏବେ ଏହିଭଳି ସ୍ତରରେ ପହଞ୍ଚିଛି ଯେ, କୌଣସି ଦେଶ ସହଯୋଗ କରିବାକୁ ଆଗେଇ ଆସୁନାହାନ୍ତି। ପାକିସ୍ତାନରେ ଏବେ ଦରଦାମ ଦ୍ରୁତଗତିରେ ବୃଦ୍ଧି ଘଟିଛି। ସାଧାରଣ ଜନତା ପ୍ରଭାବିତ ହେଉଛନ୍ତି।

ନେପାଳ ଓ ଶ୍ରୀଲଙ୍କା ତୁଳନାରେ ବାଂଲାଦେଶ ସୁସ୍ଥ

ଏସିଆ ମହାଦେଶର ୫ଟି ଦେଶ (ଭାରତ, ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ଓ ନେପାଳ)ଗୁଡ଼ିକ ମଧ୍ୟରୁ ଭାରତର ଆର୍ଥିକ ଅବସ୍ଥା ସମୃଦ୍ଧ ରହିଛି। ଜାନୁଆରି ୨୭ ତାରିଖ ଦିନ ଗୋଟିଏ ଆମେରିକୀୟ ଡଲାର ତୁଳନାରେ ଭାରତର ଟଙ୍କାର ମୂଲ୍ୟ ୮୧.୩୯ ଟଙ୍କା, ବାଂଲାଦେଶର ମୁଦ୍ରା ୧୦୫.୪୯, ନେପାଳର ୧୩୦.୪୯ ଓ ଶ୍ରୀଲଙ୍କାର ୩୬୪.୩୬। କିଛି ମାସ ପୂର୍ବରୁ ଶ୍ରୀଲଙ୍କାର ଅବସ୍ଥା ଘୋର ସଂକଟ ଥିଲା। ସେହି ସମୟରେ ଶ୍ରୀଲଙ୍କାକୁ ଭାରତ ତେଲ, ଗହମ, ଔଷଧ ସମେତ ଅନ୍ୟ ଜରୁରୀକାଳୀନ ଜିନିଷପତ୍ର ପଠାଇଥିଲା। ଏବେ ଆମେରିକୀୟ ଡଲାର ତୁଳନାରେ ଯଦିଓ ଶ୍ରୀଲଙ୍କାର ମୁଦ୍ରା ହ୍ରାସ ପାଇଛି, ତଥାପି ଛୋଟ ଦେଶ ହୋଇଥିବାରୁ ପୂର୍ବ ତୁଳନାରେ ଅବସ୍ଥା ଠିକ୍‌ ରହିଛି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments