ଭୁବନେଶ୍ବର: ‘ଭାରତ ବନ୍ଦ’ ନାଁରେ ସାରା ଦେଶରେ ବୁଧବାର ହୋଇଥିବା ଧର୍ମଘଟ କୋଟିକୋଟି ଜୀବନକୁ ପ୍ରଭାବିତ କରିଛି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଏସସି/ଏସଟି) ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରାଯିବା ଘଟଣାକୁ ରାଜନୈତିକ ଲାଭ ଉଦ୍ଦେଶ୍ୟ ରଖି ଗୋଟିଏ ଗୋଷ୍ଠୀ ସମର୍ଥନ ଜଣାଇଥିବା ବେଳେ ଶାସକ ଦଳ ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା ମଧ୍ୟ କରାଯାଉଛି। ରାଜସ୍ଥାନର ଆରକ୍ଷଣ ବଞ୍ଚାଅ ସଂଘର୍ଷ ସମିତି ଏବଂ ଏସସି/ଏସଟି ଗୋଷ୍ଠୀ ଏହି ବିକ୍ଷୋଭର ନେତୃତ୍ୱ ନେଉଛନ୍ତି। ବନ୍ଦ ସତ୍ତ୍ୱେ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ସ୍କୁଲ, କଲେଜ ଓ ପେଟ୍ରୋଲ ପମ୍ପ ଖୋଲା ରହିଛି। ସତ କିନ୍ତି କିଛି ରାଜ୍ୟରେ ବନ୍ଦ ସାଧାରଣ ଜନତାଙ୍କ ଉପରେ ପ୍ରଭାବ ପକାଇଛି।
ଏସ୍ସି/ଏସ୍ଟିମାନଙ୍କୁ ତୃଣମୂଳସ୍ତରରୁ ମୁଖ୍ୟ ସ୍ରୋତରେ ପହଞ୍ଚିବା ପର୍ଯ୍ୟନ୍ତ ସଂରକ୍ଷଣ ଦରକାର। ଏହି ବର୍ଗର ବିକାଶ ଲକ୍ଷ୍ୟରେ ସମ୍ବିଧାନର ପ୍ରଣେତା ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ସଂରକ୍ଷଣ ରହିବା ଉଚିତ। କିନ୍ତୁ ଏଥିରେ ସଂଶୋଧନର ଆବଶ୍ୟକତା ରହିଛି। ପରାଧୀନ ଭାରତ ତଥା ସ୍ବାଧୀନ ଭାରତର ପ୍ରଥମ ଦଶନ୍ଧିରେ ଭାରତୀୟ ଏସ୍ସି/ଏସ୍ଟିଙ୍କ ସାମାଜିକ ଓ ଆର୍ଥିକ ଅବସ୍ଥାରେ ଘୋର ଉନ୍ନତି ଆସିଛି। ଏହି ବର୍ଗର ଲୋକଙ୍କ ମୁଣ୍ଡରେ ତେଲ ଥାଇ ପୁଣି ତେଲ ଢାଳିବା ଦ୍ବାରା ଅନ୍ୟବର୍ଗର ଲୋକ ବହୁ ଅବହେଳାର ଶିକାର ହେଉଛନ୍ତି। ତେଣୁ ସଂଶୋଧନ ହେବା ନିହାତି ଜରୁରୀ। ଧରାଯାଉ ସଂରକ୍ଷଣରୁ ଲାଭ ଉଠାଇ ଯଦି ଜଣେ ଲୋକ ଓ ତାଙ୍କର ସ୍ତ୍ରୀ ସରକାରୀ ଚାକିରି କରୁଛନ୍ତି, ସେମାନଙ୍କର ସନ୍ତାନ କୌଣସି କ୍ଷେତ୍ରରେ ପଛୁଆ ହୋଇ ନଥିବେ। ଏହା ନିଃସନ୍ଦେହରେ କୁହାଯାଇ ପାରିବ। ବାପା-ମା’ ସଂରକ୍ଷଣ କୋଟାରେ ସରକାରୀ ସୁବିଧା ପାଇଥିଲେ, ସେମାନଙ୍କର ସନାନଙ୍କୁ ସାଧାରଣ ବର୍ଗରେ ସାମିଲ କରାଗଲେ ଅନ୍ୟ ଜାତିର ପଛୁଆ ବର୍ଗର ପ୍ରାର୍ଥୀ ଉପକୃତ ହେଇପାରନ୍ତେ। ସମାଜରେ ଏକ ସମନ୍ତରାଳ ବ୍ୟବସ୍ଥା ସୃଷ୍ଟି ହୋଇପାରନ୍ତା।
ପାଟଣାରେ ଲାଠି ଚାର୍ଜ
ସଂରକ୍ଷଣକୁ ନେଇ ଭାରତ ବନ୍ଦ କାରଣରୁ ବିହାରରେ ମଧ୍ୟ ସେବା ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ ରାସ୍ତା ଅବରୋଧ ହୋଇଛି। ପାଟନାରେ ମଧ୍ୟ ବିକ୍ଷୋଭକାରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ମୁଜାଫରପୁରର ବିଭିନ୍ନ ଛକ ଛକରେ ମଧ୍ୟ ସମାନ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଠାରେ ଏମଏଲ କର୍ମୀମାନେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଥିଲେ। ଭୀମ ଆର୍ମି ସମେତ ଅନେକ ଦଳ ଦରଭଙ୍ଗା ଜଙ୍କସନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେପଟେ ପାଟନାରେ ବିକ୍ଷୋଭକାରୀଙ୍କ ଉପରେ ଲାଠିଚାର୍ଜ କରାଯାଇଛି।
ଓଡ଼ିଆ ଛାତ୍ରଛାତ୍ରୀ ଆନ୍ଧ୍ରରେ ପ୍ରଭାବିତ
ଭାରତ ବନ୍ଦ ଆନ୍ଦୋଳନ ଯୋଗୁଁ ଓଡ଼ିଶାରେ ମିଶ୍ରିତ ପ୍ରଭାବ ପଡ଼ିଛି। ଅନେକ ସ୍ଥାନରେ ଦୋକାନ-ବଜାର ବନ୍ଦ ଥିବା ବେଳେ କିଛି ସ୍ଥାନରେ ସ୍କୁଲ-କଲେଜ ଖୋଲା ରହିଛି। ତେବେ ଓଡ଼ିଶାର ଛାତ୍ରଛାତ୍ରୀ ଆନ୍ଧ୍ରପ୍ରଦେଶରେ ପ୍ରଭାବିତ ହୋଇଛନ୍ତି। ଓଡ଼ିଶାର ପ୍ରାୟ ୨୦ ହଜାର ଛାତ୍ରଛାତ୍ରୀ ଆନ୍ଧ୍ରପ୍ରଦେଶର ଆନ୍ଧ୍ର ବିଶ୍ବବିଦ୍ୟାଳୟ, ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ବବିଦ୍ୟାଳୟ ଓ ଆନ୍ଧ୍ର କେଶରୀ ବିଶ୍ବବିଦ୍ୟାଳୟ ବି.ଇଡି ପ୍ରଥମ ସେମିଷ୍ଟର ପରୀକ୍ଷା ଦେଉଛନ୍ତି। ଏବେ ଏହି ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଜାରି ରହିଛି। ଅଗଷ୍ଟ ୨୧ ତାରିଖରେ ମଧ୍ୟ ପିଲାମାନଙ୍କର ପରୀକ୍ଷା ଥିଲା। ଭାରତ ବନ୍ଦ ଯୋଗୁଁ ପରୀକ୍ଷା ବନ୍ଦ ହୋଇଗଲା। ନାଗାର୍ଜୁନ ବିଶ୍ବବିଦ୍ୟାଳୟରେ ୨୧ ତାରିଖର ପରୀକ୍ଷା ଅଗଷ୍ଟ ୨୭ ତାରିଖରେ ହେବ। ସେହିପରି ଆନ୍ଧ୍ର କେଶରୀ ବିଶ୍ବବିଦ୍ୟାଳୟରେ ବୁଧବାର ପରୀକ୍ଷା ଅଗଷ୍ଟ ୨୩ ସକାଳ ୯ଟାରୁ ୧୨ଟା ମଧ୍ୟରେ ହେବ। ଅର୍ଥତ ଅଗଷ୍ଟ ୨୩ ତାରିଖ ଦିନ ଏଠାକାର ଛାତ୍ରଛାତ୍ରୀମାନେ ୨ଟି ବିଷୟରେ ପରୀକ୍ଷା ଦେବେ। ମୋଟ ୬ ଘଣ୍ଟା ପରୀକ୍ଷାରେ ବସିବେ। ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ପୂର୍ବ ସୂଚୀ ଅନୁସାରେ ପରୀକ୍ଷା ହେବ। ଭାରତ ବନ୍ଦ ଯୋଗୁଁ ପିଲାମାନଙ୍କୁ ଅତିରକ୍ତ ଖର୍ଚ୍ଚ ବହନ କରିବାକୁ ପଡ଼ିବ।
କ’ଣ କହିଲେ ଅଖିଳେଶ?
ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଭାରତ ବନ୍ଦକୁ ସମର୍ଥନ କରିଛନ୍ତି। ସଂରକ୍ଷଣକୁ ସୁରକ୍ଷିତ ରଖିବା ପାଇଁ ଜନଆନ୍ଦୋଳନ ଏକ ସକାରାତ୍ମକ ପ୍ରୟାସ ବୋଲି ଦାବି କରିଛନ୍ତି। ଏହା ଶୋଷିତ ଓ ବଞ୍ଚିତଙ୍କ ମଧ୍ୟରେ ଏକ ନୂତନ ଚେତନା ସୃଷ୍ଟି କରିବ ଏବଂ ସଂରକ୍ଷଣରେ କୌଣସି ପ୍ରକାର ବିଭ୍ରାଟ ବିରୋଧରେ ଜନଶକ୍ତିର ଢାଲ ସାବ୍ୟସ୍ତ ହେବ। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଏକ ଗଣତାନ୍ତ୍ରିକ ଅଧିକାର। ବାବାସାହେବ ଭୀମରାଓ ଆମ୍ବେଦକର ପୂର୍ବରୁ ଚେତାବନୀ ଦେଇଥିଲେ ଯେ ସମ୍ବିଧାନ କାର୍ଯ୍ୟକାରୀ କରୁଥିବା ଲୋକଙ୍କ ଉଦ୍ଦେଶ୍ୟ ଠିକ୍ ହେଲେ ହିଁ କାମ କରିବ। ଯେତେବେଳେ ଶାସକ ସରକାରମାନେ ସମ୍ବିଧାନ ଏବଂ ଠକେଇ, ଦୁର୍ନୀତି ଓ ଦୁର୍ନୀତି ମାଧ୍ୟମରେ ସମ୍ବିଧାନ ଦ୍ୱାରା ଦିଆଯାଇଥିବା ଅଧିକାର ସହିତ ଖେଳିବେ, ସେତେବେଳେ ଲୋକଙ୍କୁ ରାଜରାସ୍ତାକୁ ଓହ୍ଲାଇବାକୁ ପଡ଼ିବ। ଜନଆନ୍ଦୋଳନ ନିୟନ୍ତ୍ରଣହୀନ ସରକାର ଉପରେ ଲଗାଉଛି।
ଆନ୍ଦୋଳନ ବିଫଳ: ବିଜେପି
ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଜାଫର ଇସଲାମ ଭାରତ ବନ୍ଦକୁ ବିଫଳ ବୋଲି କହିଛନ୍ତି। ଜଫର ଇସଲାମ ଗଣମାଧ୍ୟମ ସହ କଥାବାର୍ତ୍ତାରେ କହିଛନ୍ତି, “ଭାରତ ବନ୍ଦ ହେବାର କୌଣସି ପ୍ରଭାବ ନାହିଁ। ଦେଶର ଜନସାଧାରଣ ଏବଂ ଏସସି/ଏସଟି ସମ୍ପ୍ରଦାୟ ଜାଣନ୍ତି ଯେ ଯଦି ସେମାନଙ୍କର କୌଣସି ଉପକାରକାରୀ ଅଛନ୍ତି, ତେବେ ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେମାନେ ୧୦ ବର୍ଷରେ ଯେଉଁ କାମ କରିଛନ୍ତି ତାହା ଗତ ୬୫ ବର୍ଷ ମଧ୍ୟରେ ହୋଇନାହିଁ।