Tuesday, October 8, 2024
Homeଖବରଜିଲ୍ଲା ଖବରରେଢ଼ାଖୋଲ ବଂଶାଜାଲରେ ମା' ସୁହାଣୀ ଦେବୀ ପୂଜା ଓ ଯାତ୍ରା ସମ୍ପନ୍ନ

ରେଢ଼ାଖୋଲ ବଂଶାଜାଲରେ ମା’ ସୁହାଣୀ ଦେବୀ ପୂଜା ଓ ଯାତ୍ରା ସମ୍ପନ୍ନ

ରେଢାଖୋଲ (ମହାବୀର ସିଂ ଦେଓ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ବଂଶାଜାଲ ସୁହାଣୀ ପାହାଡରେ ଥିବା ଆଦିଶକ୍ତି ମା’ ସୁହାଣୀ ଦେବୀଙ୍କ ପୂଜା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଜି ଭୋରରୁ ଚାରମାଳ ସ୍ଥିତ ଖୁବେଲ ମନ୍ଦିରରୁ ପଞ୍ଚଖଣ୍ତା, ଦକ୍ଷିଣକାଳୀ, ଅନ୍ଧାରୀ ବାଉତୀଙ୍କୁ ଅଣାଯାଇ ବଂଶାଜାଲ ଗ୍ରାମର ଉଷାକୋଠିରେ ରଖାଯାଇ ଥିଲା। ମୁଖ୍ୟ ଦେହୁରୀଙ୍କ ଘରୁ ପୂଜା ସାମଗ୍ରୀ ଅଣାଯାଇ ମଧ୍ୟ ଉଷାକୋଠିରେ ରଖାଯାଇ ଥିଲା। ପରେ ଏକ ଶୋଭାଯାତ୍ରା ଉଷାକୋଠିରୁ ବାହାରି ଗାଁ ପରିକ୍ରମା କରି ସୁହାଣୀ ପାହାଡ଼ ଉପରକୁ ନିଆଯାଇ ଥିଲା। ସେଠାରେ ଥିବା ଦେବୀଙ୍କ ମନ୍ଦିରରେ ଦେହୁରୀମାନେ ମା’ଙ୍କ ପୂଜା କରିଥିଲେ। ପୂଜକ ପ୍ରବୀଣ ଦେହୁରୀ, ପ୍ରବୀଣ ଦେହୁରୀ, ଯୁଧିଷ୍ଠିର ଦେହୁରୀ, ମୁନୁ ଦେହୁରୀ, ଗିରିଶ୍ଚନ୍ଦ୍ର ଦେହୁରୀ ସହଯୋଗ କରିଥିଲେ। ମା’ଙ୍କୁ ଦର୍ଶନ କରିବା ପାଇଁ ବହୁ ସଂଖ୍ୟାରେ ଭକ୍ତ ସଂଖ୍ୟାରେ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଥିଲା। କିମ୍ବଦନ୍ତୀ କହେ, ରେଢ଼ାଖୋଲ ରାଜା ପ୍ରଥମେ ଏହି ପୂଜା ଆରମ୍ଭ କରିଥିଲେ। ସେତେବେଳେ ରେଢ଼ାଖୋଲ ଅଂଚଳରେ ଦଳେ ଚୋର ମାତିଥିଲେ। ଚୋର ଦଳକୁ  ଧରିବାକୁ ରାଜା ଆପ୍ରାଣ, ଉଦ୍ୟମ ସତ୍ୱେ ଧରିପାରୁ ନଥିଲେ। ଦିନେ ହଠାତ୍ ରାଜା ରାଗିଯାଇ ସେନାପତିଙ୍କୁ ଆଦେଶ ଦେଲେ ଆଜି ରାତି ପାହୁଣୁ ଚୋରଦଳକୁ ହାଜର କରାଅ ନହେଲେ ତୁମର ମୁଣ୍ଡକାଟ ହେବ। ସେନାପତି ସୈନ୍ୟ ସାମନ୍ତ ଧରି ବାହାରିଲେ। ସେନାପତି ଶୁଣିବାକୁ ପାଇଲେ ବଂଶଜାଲ ଗ୍ରାମ ଉତ୍ତରସ୍ତ ପର୍ବତରେ ଚୋରମାନେ ଅଛନ୍ତି। ତେଣୁ ପର୍ବତକୁ ଘେରାଉ କରି ତନ୍ନ ତନ୍ନ ଖୋଜିଲେ। କିନ୍ତୁ ପାଇଲେ ନାହିଁ।  ଖୋଜି ଖୋଜି ନୟାନ୍ତ ସେନାପତି ଗୋଟିଏ ପଥର ମୂର୍ତ୍ତି ଉପରେ ହାମୁଡାଇ ପଡିଲେ।  ମୂର୍ତ୍ତି ମଧ୍ୟରୁ ବାହାରିଲେ ଜଣେ ଦେବୀ। ସେହି ଦେବୀ ନିଜକୁ ସୁହାଣୀ ଦେବୀ ବୋଲି ପରିଚୟ ଦେଇ ସେନାପତିଙ୍କୁ ଚୋର ଧରିବା ପାଇଁ ପ୍ରତିଶ୍ରୁତି ଦେଲେ। କିନ୍ତୁ ଗୋଟିଏ ସର୍ତ ରଖିଲେ ସେନାପତି ଯାହାକୁ ପ୍ରଥମେ ଧରିବେ ତାକୁ ମୋ ପାଖରେ ସମର୍ପଣ କରିବେ। ଦେବୀଙ୍କ ଆଶୀର୍ବାଦରୁ ଚୋର ଦଳ ଧରା ପଡିଲେ। ସେନାପତି ରାଜାଙ୍କୁ ଖବର ଦେଲେ ସର୍ତ୍ତ ଅନୁସାରେ ରେଢ଼ାଖୋଲ ରାଜା ପାହାଡରେ ପହଞ୍ଚି ପୂଜା କାର୍ଯ୍ୟ କରାଇଲେ। ସେହି ଦିନ ଠାରୁ ପ୍ରତେକ ବର୍ଷ ଭଦ୍ରବ ଶୁକ୍ଳ ପକ୍ଷ ମଙ୍ଗଳବାର ଦିନ ଏଠାରେ ସୁହାଣୀ ପୂଜା ଅନୁଷ୍ଠିତ ହୋଇଆସୁଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments