ରେଢ଼ାଖୋଲ (ମହାବୀର ସିଂ ଦେଓ): ରେଢ଼ାଖୋଲ ବ୍ଲକ୍ କନ୍ଧରାସ୍ଥିତ ସନ୍ଥକବି ଭୀମ ଭୋଇଙ୍କ ଦିବ୍ୟଜ୍ଞାନପ୍ରାପ୍ତି ଓ ସ୍ମୃତି ପୀଠରେ ଶ୍ରାବଣ ପୂର୍ଣ୍ଣିମାରେ ମହିମା ଧର୍ମାବଲମ୍ବୀଙ୍କ ନବାନ୍ନ ଭକ୍ଷଣ ସୋମବାର ଅନୁଷ୍ଠିତ ହୋଇଯାଇଛି। ଚତୁର୍ଦ୍ଦଶୀ ତଥା ରବିବାର ସନ୍ଧ୍ୟାରେ ଅଖଣ୍ଡ ବ୍ରହ୍ମ ଧୂନି ପ୍ରଜ୍ବଳନ ପୂର୍ବକ ନାମ କୀର୍ତ୍ତନ କରାଯାଇଥିଲା। ଉପସ୍ଥିତ ସମସ୍ତ ଭକ୍ତବୃନ୍ଦ ଜଗତର ମଙ୍ଗଳ କାମନା କରି ଅଖଣ୍ଡ ବ୍ରହ୍ମ ଧୁନିକୁ ମୁଣ୍ଡିଆ ମାରିଥିଲେ। ମଙ୍ଗଳବାର ସପ୍ତମୃତ ମହଣ ଅର୍ପଣ କଲା ପରେ ସମସ୍ତ ମହିମା ଧର୍ମାବଲମ୍ବୀ ନବାନ୍ନ ଭକ୍ଷଣ କରିଥିଲେ। ବ୍ରହ୍ମଅବଧୂତ ବାବା ଆନନ୍ଦ ଚନ୍ଦ୍ର ଦାସ ନବାନ୍ନ ଭୋଗ ପ୍ରଦାନ କରିଥିଲେ। ନବାନ୍ନ ଭକ୍ଷଣ କଲା ପରେ ସମସ୍ତ ଭକ୍ତ ବୃନ୍ଦ ପରସ୍ପର ମଧ୍ୟରେ ଶରଣ ମାନ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାଧୁ ଗୋକୁଳାନନ୍ଦ ଦାସ, ଶେଷଦେବ ଦାସ, ବୈଷ୍ଣବ ଦାସ, ମହେନ୍ଦ୍ର ତ୍ୟାଗୀ, ସଂଯୁକ୍ତା ମାତା ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବଲପୁର, ସୁବର୍ଣ୍ଣପୁର, ଅନୁଗୋଳ ଓ ବୌଦ୍ଧ ଜିଲ୍ଲାର ମହିମା ଧର୍ମାବଲମ୍ବୀ ଏଥିରେ ସାମିଲ ହୋଇ ନବାହ୍ନ ଭକ୍ଷଣ କରିଥିଲେ। ଏଥିରେ ତ୍ରିପୁରାରୀ ଗଡ଼ତିଆ, ଭୀମସେନ ଗଡ଼ତିଆ, ଅଭିମନ୍ୟୁ ଗଡ଼ତିଆଙ୍କ ସହ କନ୍ଧରା ଗ୍ରାମବାସୀ ସହଯୋଗ କରିଥିଲେ।
କନ୍ଧରା ସନ୍ଥକବି ଭୀମଭୋଇଙ୍କ ସ୍ମୃତି ପୀଠରେ ନବାନ୍ନ ଭକ୍ଷଣ
RELATED ARTICLES