Monday, October 14, 2024
Homeଖବରରେଜଲ୍ଟ ପ୍ରକାଶନରେ ନୂଆ ଧାରା 

ରେଜଲ୍ଟ ପ୍ରକାଶନରେ ନୂଆ ଧାରା 

ଭୁବନେଶ୍ବର: ରାଜ୍ୟର ହାଇସ୍କୁଲଗୁଡ଼ିକ ୫ଟି ଯୋଜନାରେ କାନ୍ଥବାଡ଼ରେ ରଂଗ ଓ ଚିତ୍ର ଆଙ୍କି ଦେଇ ସୁନ୍ଦର କରିଦେଇଛନ୍ତି। ସ୍କୁଲ ପରିସରରେ ଟାଇଲ ପକାଇ, ବେଞ୍ଚଡେକ୍ସ ଚକାଚକ, ପାଠାଗାର ଠାରୁ ପ୍ରୟୋଗଶାଳା ପର୍ଯ୍ୟନ୍ତ ପରିବର୍ତ୍ତନ କରିଛନ୍ତି। ରାଜ୍ୟ ସରକାର ୫ଟି ସ୍କୁଲ ନେଇ ବଡ଼ବଡ଼ କଥା କହୁଛନ୍ତି। କିନ୍ତୁ ପିଲାମାନଙ୍କର ଶୈକ୍ଷିକ ବିକାଶ କେଉଁ ଭଳି ଭାବରେ ବୃଦ୍ଧି ପାଇବ, ସେଥିପାଇଁ ବିସ୍ତୃତ ବ୍ୟବସ୍ଥା କରିନାହାନ୍ତି। ଏହାର ଉଦାହରଣ ପାଲଟିଛି ସଦ୍ୟ ପ୍ରକାଶ ପାଇଥିବା ମାଟ୍ରିକ୍ ପରୀକ୍ଷା-୨୦୨୪। ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ ଶିକ୍ଷା ବ୍ୟବସ୍ଥା ଅତି ଦୁର୍ବଳ ଥିବା ଏହି ଫଳ ପ୍ରମାଣିତ କରୁଛି।

ସାଧାରଣ ନିର୍ବାଚନ ପ୍ରଚାର ବେଳେ ବିଜେଡି ନେତୃତ୍ବରେ ପରିଚାଳିତ ୨୪ ବର୍ଷର ରାଜ୍ୟ ସରକାର ୫ଟି ସ୍କୁଲର ପ୍ରଶଂସା କରିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତି ଘନିଷ୍ଠ ତଥା ବିଜେଡି ନେତା ଭୈରବ କାର୍ତ୍ତିକ ପାଣ୍ଡିଆନ ଏକ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରି କହିଥିଲେ ଯେ, ୫ଟି ସ୍କୁଲ ଭଲ ନାଁ କେନ୍ଦ୍ରୀୟ ବିଦ୍ୟାଳୟ ଭଲ? ଶ୍ରୀ ପାଣ୍ଡିଆନ୍ ୫ଟି ସ୍କୁଲର ଡିଜିଟାଲ ବୋର୍ଡ ସହିତ କେନ୍ଦ୍ରୀୟ ବିଦ୍ୟାଳୟର କଳାପଟାକୁ ତୁଳନା କରିଥିଲେ। ଯଦି ୫ଟି ସ୍କୁଲ ଭଲ ତା’ ହେଲେ ଶ୍ରୀ ପାଣ୍ଡିଆନ୍ଙ୍କୁ ମନେ ରଖିବା ଉଚିତ ଯେ, ପରୀକ୍ଷା ଫଳ କେତେ ନୈରାଶ୍ୟଜନକ ରହୁଛି। ସୁବର୍ଣ୍ଣପୁର ଜିଲ୍ଲାର ୬ଟି ବ୍ଲକରେ ୧୦୯ଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ରହିଛି। ଜିଲ୍ଲାରେ ଏ୧ ସହ ୨୫ ଜଣ ପିଲା ଉର୍ତ୍ତୀର୍ଣ୍ଣ ହୋଇଛନ୍ତି।  ଏଥିରୁ ମାତ୍ର ୨ଟି ହାଇସ୍କୁଲର ୨ ଜଣ ପିଲା ୫୪୦ ମାର୍କ ସହ ଏ୧ ଗ୍ରେଡ ପାଇଛନ୍ତି। ବାକି ୧୦୭ଟି ହାଇସ୍କୁଲର ଶିକ୍ଷା ସ୍ଥିତି ଖରାପ କହିଲେ କିଛି ଭୁଲ ହେବ ନାହିଁ। ସୋନପୁର, ଡୁଙ୍ଗୁରିପାଲି, ବିନିକା ଓ ରାମପୁର ବ୍ଲକର କୌଣସି ସରକାରୀ ସ୍କୁଲର ଜଣେ ବି ପିଲା ୯୦ପ୍ରତିଶତ ମାର୍କ ଆଣିପାରି ନାହିଁ। କେବଳ ସୁବର୍ଣ୍ଣପୁର ନୁହେଁ। ବରଂ ରାଜ୍ୟର ଅନ୍ୟ ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା।

ଗୋଟିଏ ଦିନରେ ମାଟ୍ରିକ୍, ଯୁକ୍ତ ୨ ଫଳ

ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ପରିଚାଳିତ ମାଟ୍ରିକ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। ପିଲାମାନଙ୍କର ଫଳ ପ୍ରକାଶ ପାଇଲା ପରେ ଛାତ୍ରଛାତ୍ରୀଙ୍କ ସହିତ ଶିକ୍ଷକ ଓ ଅଭିଭାବକମାନେ ମଧ୍ୟ ଉତ୍ସାହିତ ଅଛନ୍ତି। ଓଡ଼ିଶା ଇତିହାସରେ ଏହା ପ୍ରଥମ ଘଟଣା ଯେ, ଗୋଟିଏ ଦିନରେ ମାଟ୍ରିକ୍ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାର ଫଳ ବାହାରିଛି। ଚଳିତ ଥର ପରୀକ୍ଷାରେ ଆଉ ଏକ ନୂଆ କଥା ହେଲା ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳ ମଧ୍ୟ ଗୋଟିଏ ସମୟରେ ବାହାରିଛି। ପୂର୍ବରୁ ବିଜ୍ଞାନ ଓ ବାଣିଜ୍ୟର ଫଳ ପ୍ରଥମେ ପ୍ରକାଶ ପାଉଥିଲା। ଏହାର କିଛି ଦିନ ପରେ କଳା ଓ ଧନ୍ଦାମୂଳକ ପରୀକ୍ଷାର ଫଳ ପ୍ରକାଶିତ ହେଉଥିଲା।

ମହିଳା ଶିକ୍ଷାରେ ଉନ୍ନତି

ମାଟ୍ରିକ୍ ହେଉ ବା ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ଝିଅମାନଙ୍କର ପ୍ରଦର୍ଶନ ଉତ୍ସାହଜନକ। ସମାଜରେ ନାରୀ ନର୍ଯାତନା ବୃଦ୍ଧି ପାଉଥିବା ବେଳେ ଝିଅମାନଙ୍କର ପ୍ରଦର୍ଶନ ଏକ ଭଲ ବାର୍ତ୍ତା ଦେଉଛି। ମାଟ୍ରିକ୍ ପରୀକ୍ଷାରେ ଚଳିତ ବର୍ଷ ପାସ୍ ହାର ୯୬.୦୭ ପ୍ରତିଶତ ରହିଛି। ପୁଅଙ୍କ ଅପେକ୍ଷା ଚଳିତ ବର୍ଷ ଝିଅଙ୍କ ପାସ୍ ହାର ଅଧିକ ରହିଛି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ବୋର୍ଡ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ,  ଚଳିତ ବର୍ଷ ପ୍ରକାଶ ପାଇଥିବା ରେଜଲ୍ଟରେ ଝିଅଙ୍କ ପାସ୍ ହାର ୯୬.୭୩% ରହିଥିବା ବେଳେ ପୁଅଙ୍କ ପାସ୍ ହାର ୯୬.୩୯%। ମୋଟ ୫ ଲକ୍ଷ ୪୧ ହଜାର ୬୧ ଜଣ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ପାସ୍  ୫ ଲକ୍ଷ ୩୦ ହଜାର ୧୫୩ ଜଣ ଛାତ୍ରଛାତ୍ରୀ କରିଛନ୍ତି।

ଯୁକ୍ତ ୨ ଫଳରେ ଝିଅ ଆଗ

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ  କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା-୨୦୨୪ ଫଳ ଗୋଟିଏ ଦିନରେ ପ୍ରକାଶିତ ହୋଇଛି। ଏଥର କଳାରେ ପାସ୍ ହାର ୮୦.୯୫%, ବିଜ୍ଞାନର ପାସ୍ ହାର ୮୬.୯୩%, ବାଣିଜ୍ୟର ପାସ୍ ହାର ୮୨.୨୭% ଓ ଧନ୍ଦାମୂଳକ ଶିକ୍ଷାରେ ପାସ୍ ହାର ୬୮.୦୨ ପ୍ରତିଶତ ରହିଛି। ଏହି ୪ ବିଷୟରେ ପରୀକ୍ଷାର ଫଳରେ ଉପଲବ୍ଧ କରାଯାଇଥିବା ନେଇ ସିଏଚ୍ଏସ୍ଇ ପକ୍ଷରୁ କୁହାଯାଇଛି। ପ୍ରଥମ ଥର ପାଇଁ ଏକକାଳୀନ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। କଳା, ବିଜ୍ଞାନ ଓ ବାଣିଜ୍ୟରେ ପୁଅଙ୍କ ତୁଳନାରେ ଝିଅମାନେ ଭଲ ପ୍ରଦର୍ଶନ କରିଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments