Wednesday, December 11, 2024
Homeଖବରବ୍ରିଟିଶ ସଂସଦରେ ଧର୍ମଗ୍ରନ୍ଥ ‘ଗୀତା’

ବ୍ରିଟିଶ ସଂସଦରେ ଧର୍ମଗ୍ରନ୍ଥ ‘ଗୀତା’

ନୂଆଦିଲ୍ଲୀ: ଭାରତରେ ବ୍ରିଟିଶ ଶାସନ ୧୮୫୮ ମସିହାରେ ଆରମ୍ଭ ହୋଇଥିଲା। ଏହା ୮୯ ବର୍ଷ ଯାଏଁ ଜାରି ରହିଥିଲା। ଶେଷରେ ଭାରତ ୧୯୪୭ ମସିହାରେ ଇଂରେଜମାନଙ୍କ ଠାରୁ ସ୍ବାଧୀନତା ହାସଲ କରିଥିଲା। ବ୍ରିଟିଶ ଶାସନ ଯୋଗୁଁ ଭାରତୀୟମାନଙ୍କୁ ରାଜନୀତି ସଂପର୍କିତ ଶିକ୍ଷା ମିଳିପାରିଛି। ସ୍ବାଧୀନତା ସଂଗ୍ରାମ ଭାରତୀୟ ରାଜନୀତିକୁ ଜନ୍ମ ଦେଇଛି। ସବୁଠାରୁ ବଡ଼ କଥା ହେଲା ଯେ, ଇଂରାଜୀ ଲୋକ ଆମକୁ ଦୀର୍ଘ ୯ ଦଶନ୍ଧି ଧରି ଶାସନ କରିଥିବା ବେଳେ ଆଧୁନିକ ଭାରତୀୟ ଇଂଲଣ୍ଡର ଲୋକଙ୍କୁ ଶାସନ କରିଛନ୍ତି ଓ କରୁଛନ୍ତି।

ବ୍ରିଟେନ୍‌ର ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ ଭାରତ ବଂଶୋଦ୍ଭବ ରୁସି ସୁନକ ପ୍ରଧାନମନ୍ତ୍ରୀ ହୋଇଥିଲେ। କିନ୍ତୁ ଚଳିତ ଥରର ନିର୍ବାଚନରେ ରୁଷି ସୁନକଙ୍କ ଦଳ ‘କଂଜରଭେଟିଭ୍‌’କୁ ଲେବର ପାର୍ଟି ପରାସ୍ତ କରିଛି। ୬୫୦ ସାଂସଦ ଆସନ ବିଶିଷ୍ଟ ବ୍ରିଟିଶ ସଂସଦରେ କିର ଷ୍ଟରମରଙ୍କ ନେତୃତ୍ବରେ ଲେବର ପାର୍ଟି ୪୧୧ ଆସନରେ ବିଜୟୀ ହୋଇଛି। ଏଥର ଲେବର ପାର୍ଟିକୁ ଗତଥର ତୁଳନାରେ ୨୦୯ ଆସନ ଅଧିକ ମିଳିଛି। ରୁଷି ସୁନକଙ୍କ କଞ୍ଜରଭେଟିଭକୁ ୧୨୧ଟି ଆସନରେ ସନ୍ତୁଷ୍ଟ ରହିବାକୁ ପଡିଛି। ଦଳ ଏଥର ୨୫୧ଟି ଆସନ ହରାଇଛି। ଲେବେରାଲ ଡେମ୍ରୋକ୍ରାଟ୍ସକୁ ଗତଥର ୧୧ଟି ଆସନ ମିଳିଥିବା ବେଳେ ଏଥର୭୨ଟି ଆସନରେ ବିଜୟ ମିଳିଛି।।  

ବ୍ରିଟେନ୍‌ ନିର୍ବାଚନରେ ଭାରତ

ବ୍ରିଟେନ୍‌ରେ ୧୪ ବର୍ଷ ପରେ ଲେବର ପାର୍ଟିର ସରକାର ଗଢ଼ିଛି। ସରକାର ନୂଆଁ ହେବା ସହିତ ଭାରତୀୟ ବଂଶୋଦ୍ଭବକୁ ବ୍ରିଟେନ୍‌ ନିର୍ବାଚନରେ ବଡ଼ ସଫଳତା ମିଳିଛି। ୨୯ ଜଣ ଭାରତୀୟ ମୂଳ ନିବାସୀ ବ୍ରିଟେନ୍‌ରେ ସାଂସଦ ହୋଇପାରିଛନ୍ତି। ଲେବର ପାର୍ଟିର ୧୯ ଜଣ ଭାତୀୟ ସାଂସଦ ଚୟନୀତ ହୋଇ ହାଉସ୍‌ ଅଫ୍‌ କମନ (ବ୍ରିଟିଶ ସଂଦସ)କୁ ଯିବେ। କଂଜରଭେଟିଭ ପାର୍ଟିରୁ ୭ ଜଣ ଭାରତୀୟ ମୂଳ ନିବାସୀ ପ୍ରାର୍ଥୀ ହୋଇ ନିର୍ବାଚନ ଜିତିଛନ୍ତି। କେବଳ ବ୍ରିଟେନ୍‌ ରାଜନୀତି ନୁହେଁ। ବରଂ ପ୍ରଶାସନ କ୍ଷେତ୍ରରେ ମଧ୍ୟ ଭାରତୀୟଙ୍କ ବଡ଼ ଭୂମିକା ରହୁଛି।

ଗୀତା ଛୁଇଁ ଶପଥ

ଗୁଜରାଟ ମୂଳ ନିବାସୀ ଶିବାନୀ ରାଜା ଲିସେଷ୍ଟର (ପୂର୍ବ) ଆସନରୁ ବିଜୟ ହାସଲ କରିଛନ୍ତି। ସେ ସଂସଦରେ ପବିତ୍ର ଗ୍ରନ୍ଥ ‘ଗୀତା’ ଛୁଇଁ ଶପଥ କରିଛନ୍ତି। ପବିତ୍ର ଗୀତାକୁ ହାତରେ ଧରି ସାଂସଦ ଭାବେ ଶପଥ ନେଇଛନ୍ତି। ଶପଥ ଗ୍ରହଣ ସମାରୋହ ପରେ ଶିବାନୀ ରାଜା ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି, ଲିସେଷ୍ଟର (ପୂର୍ବ)ର ପ୍ରତିନିଧିତ୍ବ କରିବା ପାଇଁ ଆଜି ସଂସଦରେ ଶପଥ ନେବା ସମ୍ମାନର ବିଷୟ। ମୋତେ ଗୀତା ଉପରେ ହାତ ରଖି ମହାମହିମ ରାଜା ଚାର୍ଲ୍ସଙ୍କ ଠାରୁ ନିଜର ନିଷ୍ଠାର ଶପଥ ନେବାରେ ବହୁତ ଆନନ୍ଦ ମିଳିଛି। ଶିବାନୀ ରାଜାଙ୍କୁ କଂଜରଭେଟିଭ ପ୍ରାର୍ଥୀ ହିସାବରେ ତାଙ୍କୁ ୧୪,୫୨୬ ଖଣ୍ଡ ଭୋଟ ମିଳିଥିଲା। ସେ ଲେବର ପାର୍ଟି ପ୍ରାର୍ଥୀ ରାଜେଶ ଅଗ୍ରୱାଲଙ୍କୁ ୪୪୨୬ ଖଣ୍ଡ ଭୋଟରେ ହରାଇଥିଲେ। ଶିବାନୀ ରାଜାଙ୍କ ଜନ୍ମ ‌ଲିଜେଷ୍ଟରରେ ହୋଇଥିଲା।  ସେ ପ୍ରାଇମେରି, ସୋଅର ଭ୍ୟାଲି କଲେଜ, ବ୍ରିଗେଷ୍ଟର ଓ କ୍ବୀନ ଏଲିଜାବେଥ-୨ କଲେଜରେ ପାଠ ପଢ଼ିଛନ୍ତି।  

ଲଣ୍ଡନରେ ରଥଯାତ୍ରା

ବ୍ରିଟିଶ ସଂସଦରେ ଗୀତା ଦେଖାଯିବା ଯଦିଓ ନୁଆଁ ଘଟଣା। କିନ୍ତୁ ଲଣ୍ଡନରେ ଅନେକ ବର୍ଷ ହେଲା ଓଡ଼ିଶା ତଥା ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଆୟୋଜନ ହେଉଛି। ଚଳିତ ଥର ମଧ୍ୟ ଇଂଲଣ୍ଡରେ ରଥଯାତ୍ରାର ଆୟୋଜନ ହେଉଛି। ଲଣ୍ଡନରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଓ ଶ୍ରୀ ଜଗନ୍ନାଥ ସୋସାଇଟି ୟୁକେର କାର୍ଯ୍ୟକର୍ତ୍ତାମାନେ ଲଣ୍ଡନର ସାଉଥଲରେ ରଥଯାତ୍ରାର ଏକ ବିଶାଳ ଉତ୍ସବ ଆୟୋଜନ କରିଛନ୍ତି। ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ସୁସଜ୍ଜିତ ରଥରେ ଭକ୍ତମାନେ ଟାଣି ଟାଣି ନେଇଛନ୍ତି। ଲଣ୍ଡନର ଶ୍ରୀରାମ ମନ୍ଦିରରେ ଥିବା ଅସ୍ଥାୟୀ ମନ୍ଦିରରୁ ତିନି ଦିଅଁଙ୍କୁ ଅଣାଯାଇଛି। ଭକ୍ତଙ୍କ ପାଖକୁ ଓହ୍ଲାଇ ଆସିଛନ୍ତି ଭାବ ବିନୋଦିଆ କଳାଠାକୁର। ଭାଇଭଉଣୀଙ୍କ ସହ ରତ୍ନସିଂହାସନ ଛାଡ଼ି ଆରମ୍ଭ କରିଛନ୍ତି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା।  ଏକାକାର ହୋଇଛନ୍ତି ଭକ୍ତ ଓ ଭଗବାନ। ରଥାରୂଢ଼ କାଳିଆ ସାଆନ୍ତଙ୍କୁ ଦେଖି ଭକ୍ତି ଭାବରେ ଭିଜିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ଚର୍ମଚକ୍ଷୁରେ ଦର୍ଶନ ସୌଭାଗ୍ୟ ଲଭି ଝରାଇଛନ୍ତି ଆନନ୍ଦାଶ୍ରୁ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments