Monday, November 4, 2024
Homeଖବରରାଜସ୍ଥାନର ତତଲା ବାଲିରେ ସେଓ ଚାଷ

ରାଜସ୍ଥାନର ତତଲା ବାଲିରେ ସେଓ ଚାଷ

ଭାରତରେ ଜମ୍ମୁ କଶ୍ମୀର ଓ ହିମାଚଳ ପ୍ରଦେଶj ପାହାଡ଼ିଆ ଅଞ୍ଚଳରେ ପ୍ରବଳ ମାତ୍ରାରେ ସେଓ ଚାଷ ହୋଇଥାଏ। ନାଗାଲାଣ୍ଡ, ସିକ୍କିମ, ଅରୁଣାଚଳ ପ୍ରଦେଶ ଓ ମେଘାଳୟରେ ମଧ୍ୟ କିଛି ପରିମାଣରେ ଚାଷୀ ସେଓ ଚାଷ କରି ଅର୍ଥ ରୋଜଗାର କରିଥାନ୍ତି। ବିଶ୍ବରେ ଯେତିକି ସେଓ ଉତ୍ପାଦନ ହେଉଛି, ଏଥିରେ ଭାରତର ଉତ୍ପାଦନ ମାତ୍ର ୨.୦ ପ୍ରତିଶତ। ଏହାକୁ ଅଧିକ ବଢ଼ାଇବା ପାଇଁ ସରକାର ଉଦ୍ୟମ କରୁଛନ୍ତି। ଏଥି ପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି।

ସେଓ ଚାଷ ଥଣ୍ଡା ଅଞ୍ଚଳରେ ହେଉଛି। କିନ୍ତୁ ସବୁ ଥଣ୍ଡା ଅଞ୍ଚଳରେ ହେଉନାହିଁ। ଏଥି ପାଇଁ ଉପଯୋଗୀ ଜଳବାୟୁ ଦରକାର। କିନ୍ତୁ ପ୍ରବଳ ଗରମ ପାଇଁ ଜଣାଶୁଣା ରାଜସ୍ଥାନରେ ଜଣେ ଚାଷୀ ସେଓ ଫଳାଇପାରିଛନ୍ତି। ରାଜସ୍ଥାନର ଚାଷୀ ସନ୍ତୋଷ ଦେବୀ ଏହାକୁ ସତରେ ପରିଣତ କରିଛନ୍ତି। ସେ ଏଥି ପାଇଁ ବହୁ ପରିଶ୍ରମ କରିଛନ୍ତି। ସିକରର ଚାଷୀ ସନ୍ତୋଷୀ ଦେବୀ ତାଙ୍କ ଫାର୍ମରେ ୧୦୦ଟି ସେଓ ଗଛ ରହିଛି। ଜୈବିକ ପଦ୍ଧତିରେ ଏହି ଚାଷ ହୋଇଛି। ପ୍ରତି ଗଛରୁ ବାର୍ଷିକ ୮୦ କିଲୋ ସେଓ ଉତ୍ପାଦନ କରୁଛନ୍ତି। ଚାଷ ବ୍ୟତୀତ ସନ୍ତୋଷ ଦେବୀ ନର୍ସରୀ ବ୍ୟବସାୟ ମଧ୍ୟ କରିଛନ୍ତି। ସନ୍ତୋଷ ଦେବୀ ଫଳ ଚାଷ ଏବଂ ନର୍ସରୀରୁ ବାର୍ଷିକ ପ୍ରାୟ ୪୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।

୫୦ ଡିଗ୍ରୀ ତାପମାତ୍ରାରେ ଚାଷ

ସନ୍ତୋଷ ଦେବୀ ରାଜସ୍ଥାନର ସିକରର ବେରି ଗାଁରେ ରୁହନ୍ତି। ୨୦୧୫ ମସିହାରେ ସେଓ ଚାଷ ଆରମ୍ଭ କରିଥିଲେ। ସେହି ସମୟରେ ସେ ୧.୨୫ ଏକର ଚାଷ ଜମିରେ ୧୦୦ଟି ସେଓ ଚାରା ରୋପଣ କରିଥିଲେ। ଥଣ୍ଡା ଅଞ୍ଚଳରେ ସେଓ ଚାଷ କରାଯାଉଥିବାରୁ ଏଠାରେ ସେଓ ଚାଷ କରିବା ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ଗ୍ରୀଷ୍ମ ଋତୁରେ ତାଙ୍କ ଗାଁରେ ତାପମାତ୍ରା ୪୫ ଡିଗ୍ରି ପାଖାପାଖି ପହଞ୍ଚିଥାଏ। ସନ୍ତୋଷ ଦେବୀ କୁହନ୍ତି ଯେ ସେ ବିଶେଷ ପ୍ରକାରର ସେଓ ଚାଷ କରନ୍ତି । ଏଗୁଡ଼ିକ ହେଉଛି ଏଚ୍ଆରଏମ୍ଏନ୍ଏନ୍ ୯୯ ପ୍ରକାରର ସେଓ। ଏଗୁଡ଼ିକ ହେଉଛି ସେଓ ଯାହା ଉଚ୍ଚ ତାପମାତ୍ରାରେ ବଢିଥାଏ। ସେ କୁହନ୍ତି, ହିମାଚଳ ପ୍ରଦେଶର ଜଣେ କୃଷକ ଏହି ସେଓ ଚାଷ କରିଥିଲେ। ଅହମ୍ମଦାବାଦସ୍ଥିତ ନ୍ୟାସନାଲ ଇନୋଭେସନ ଫାଉଣ୍ଡେସନ (ଏନ୍ଆଇଏଫ୍) ଏହାକୁ ସମର୍ଥନ କରିଥିଲା।

ନିଜ ଉପରେ ଭରସା ରଖନ୍ତୁ

ସନ୍ତୋଷ ଦେବୀଙ୍କୁ ବିଶ୍ୱାସ ଥିଲା ଯେ ସେ ଏତେ ଗରମ ଖରାରେ ସିକରରେ ସେଓ ଚାଷ କରିପାରିବେ। ଜୈବିକ ଚାଷ ରେ ମଧ୍ୟ ତାଙ୍କର ଅଭିଜ୍ଞତା ଥିଲା। ଅଭିଜ୍ଞତା ଓ ବିଶ୍ୱାସ ରେ ପରିବର୍ତନ ଯୋଗୁଁ ସେ ଏହି କାମକୁ ପ୍ରାୟ ଅସମ୍ଭବରୁ ସମ୍ଭବ କରିପାରିଥିଲେ। ସେ କହନ୍ତି ଯେ ଯେତେବେଳେ ମାଟିଜୈବିକ ଭାବରେ ପ୍ରସ୍ତୁତ କରାଯାଏ ଏବଂ ରାସାୟନିକ ପଦାର୍ଥ ବ୍ୟବହାର କରାନଯାଏ, ସେତେବେଳେ ଆରାମରେ କିଛି ବି ଚାଷ କରାଯାଇପାରିବ।

ସମୁଦାୟ ରୋଜଗାର କେତେ?

ସନ୍ତୋଷ କହନ୍ତି ଯେ ସେ ସେଓ କିଲୋ ପିଛା ୧୫୦ରୁ ୨୦୦ ଟଙ୍କାରେ ବିକ୍ରି କରନ୍ତି। ସେ କୁହନ୍ତି ଯେ କ୍ରେତାମାନେ ଜୈବିକ ସେଓ କିଣିବା ପାଇଁ ତାଙ୍କ ଶେଖାବତୀ କୃଷି ଫାର୍ମ ଏବଂ ନର୍ସରୀକୁ ଆସନ୍ତି। ଅନ୍ୟ ପ୍ରକାର ସେଓ ତୁଳନାରେ ଏହି ସେଓର ସ୍ୱାଦ ମଧୁର ବୋଲି ସେ କହିଛନ୍ତି। ଫଳ ବିକ୍ରି ଓ ନର୍ସରୀରୁ ସେ ବାର୍ଷିକ ପ୍ରାୟ ୪୦ ଲକ୍ଷ ଟଙ୍କା ରୋଜଗାର କରନ୍ତି।

ସେଓର ଔଷଧୀୟ ଗୁଣ

ସେଓ ଚାଷ ଏକ ଲାଭଦାୟକ ଫଳ। ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ସେଓରେ ପ୍ରଚୁର ପରିମାଣର ପୋଷଣ ରହିଛି। ଏହା ସେବନ କରିବା ଦ୍ବାରା ଶରୀରକୁ କ୍ୟାଲୋରି, କାର୍ବ, ଫାଇବର, ଭିଟାମିନ୍‌ ସି, କେ, ପୋଟାସିୟମ ଓ କୋପର ମିଳିଥାଏ। ମୋଟା ବ୍ୟକ୍ତିଙ୍କ ପାଇଁ ଏହା ବହୁତ ଭଲ। କାରଣ ସେଓ ଖାଇଲେ ଓଜନ ହ୍ରାସ ପାଏ ବୋଲି ଚିକିତ୍ସକମାନେ କୁହନ୍ତି। ହୃଦୟକୁ ସୁସ୍ଥ ରଖିବା ସହିତ ଡାଇବେସିଜ୍‌-୨ ଟାଇପ୍‌ ପାଇଁ ମଧ୍ୟ ଏହା ଭଲ। କ୍ୟାନସର ଓ ଅସ୍ଥମା ରୋଗୀଙ୍କ ପାଇଁ ସେଓ ଖାଇବା ଭଲ। ସେହିପରି ମସ୍ତିସ୍କକୁ ‌ସୁରକ୍ଷା ପ୍ରଦାନ କରିଥାଏ। ମାନସିକ ସ୍ବାସ୍ଥ୍ୟବସ୍ଥାକୁ ଭଲ କରିଥାଏ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments