Wednesday, October 9, 2024
Homeଖବରଗୁଣିଗାରେଡ଼ି ସନ୍ଦେହ: ବୀଭତ୍ସ ହତ୍ୟା

ଗୁଣିଗାରେଡ଼ି ସନ୍ଦେହ: ବୀଭତ୍ସ ହତ୍ୟା

ଭୁବନେଶ୍ବର: ଦେଶ ସ୍ବାଧୀନତା ପ୍ରାପ୍ତିର ୭୬ ବର୍ଷ ଅତିକ୍ରମ କରି ସାରିଛି। ଭାରତରେ ସୂଚନା ପ୍ରଯୁକ୍ତିବିଦ୍ୟା ବହୁ ଆଗକୁ ଯାଇସାରିଛି। ଡିଜିଟାଲ ଭାରତ ଆତ୍ମନିର୍ଭର ଭାରତ ପାଇଁ କାମ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ବିଶ୍ବର ତୃତୀୟ ସର୍ବବୃହତ ଅର୍ଥନୀତିର ରାଷ୍ଟ୍ର ଭାବେ ଗଢ଼ିବାକୁ ସ୍ବପ୍ନ ଦେଖୁଛନ୍ତି। ବିକାଶ କ୍ଷେତ୍ରରେ ଓଡ଼ିଶା ସରକାର ମଧ୍ ବହୁ ବଡ଼ବଡ଼ ସ୍ବପ୍ନ ଦେଖାଉଛନ୍ତି। ଏହାରି ମଧ୍ୟରେ ରାଜ୍ୟରୁ ଅନ୍ଧବିଶ୍ବାସ ଦୂର ହୋଇପାରୁ ନାହିଁ। ଗୋଟିଏ ସପ୍ତାହ ମଧ୍ୟରେ ରାଜ୍ୟରେ ଦୁଇଟି ଘଟଣା ଘଟିଛି, ଯାହା ସମସ୍ତଙ୍କୁ ସ୍ତବ୍ଧ କରିପକାଇବ। କାରଣ ଯେଉଁ ଦୁଇଟି ହତ୍ୟାକାଣ୍ଡ ଘଟଣା ଘଟିଛି, ତାହା ଗୁଣିଗାରେଡି ସନ୍ଦେହକୁ ନେଇ।

ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ସୁନ୍ଦରଗଡ଼, ମୟୂରଭଂଜ, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ନବରଂଗପୁର, ମାଲକାନଗିରି ଓ ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅତୀତରେ ଗୁଣିଗାରେଡିକୁ ନେଇ ହତ୍ୟାକାଣ୍ଡ ଘଟିଥିବାର ନଜିର ରହିଛି। ଗତ ୧ ତାରିଖ ଦିନ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଅଞ୍ଚଳରେ ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା। ଏହି କ୍ରମରେ ରାଜ୍ୟର ଅନ୍ୟତମ ଶିକ୍ଷିତ ଜିଲ୍ଲା କୁହାଯାଉଥିବା ବାଲେଶ୍ବର ଯୋଡ଼ି ହୋଇଯାଇଛି। ଜିଲ୍ଲାର ଔପଦା ଠାରେ ଗତମାସ ୩୦ ତାରିଖ (ରବିବାର) ଦିନ ସମ୍ଭବତଃ ପ୍ରଥମ ଥର ଗୁଣିଗାରେଡିକୁ ନେଇ ଏକ ବଡ଼ଧରଣର ହତ୍ୟାକାଣ୍ଡ ଘଟିଛି, ଯାହାକି ଜୁଲାଇ ୪ ତାରିଖ ଦିନ ପର୍ଦ୍ଦାଫାସ ହୋଇଛି।

ବାଲେଶ୍ବର ମାମଲା କ’ଣ?

ବାଲେଶ୍ୱର ଜିଲ୍ଲା ଔପଦା ଥାନା ବଡ଼ପୋଖରୀ ପଂଚାୟତ ବରପଦା ଗାଁର ଦାମ୍ପା ସିଂଙ୍କର ସ୍ତ୍ରୀ ଜାଲିଆ ସିଂ କିଛିଦିନ ପୂର୍ବରୁ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ଦୃଷ୍ଟି ଶକ୍ତି ହରାଇଥିଲେ। ଏହି ଘଟଣା ଗତ ରବିବାର ଦିନ ସନ୍ଧ୍ୟାରେ ଗ୍ରାମର ଅୟୋଜିତ ଭୋଜିରେ ଆଲୋଚନା ହୋଇଥିଲା। ଜାଲିଆ ସିଂ ଗୁଣିଗାରେଡି କରୁଥିବାରୁ ତାଙ୍କର ଆଖି ନଷ୍ଟ ହୋଇଯାଇଥିଲା ବୋଲି କିଛି ଲୋକ କହିଥିଲେ। ଏହାକୁ ଦାମ୍ପା ସିଂ ବିମରୋଧ କରିଥିଲେ। ତେଣୁ ଉତ୍ତେଜିତ ଲୋକେ ଭିଡ଼ ହିଂସା ସୃଷ୍ଟି କରିଥିଲେ। ଭିଡ଼ରେ ଥିବା ଯୁବକମାନେ ମିଶି ଦାମ୍ପା ସିଂକୁ ପିଟିପିଟି ହତ୍ୟା କରିଥିଲେ। ଏହି ଘଟଣାକୁ ଗାଁର ସମ୍ବାରି ସିଂ ଦେଖିବା ସହିତ ପ୍ରତିବାଦ କରିବାରୁ ତାଙ୍କର ମଧ୍ୟ ଜୀବନ ନେଇଥିଲେ। ଶେଷରେ ଦାମ୍ପା ସିଂଙ୍କ ପତ୍ନୀ ଜାଲିଆ ସିଂଙ୍କୁ ହତ୍ୟା କରିଥିଲେ। ଗାଁ ଲୋକେ କମ ସମୟ ମଧ୍ୟରେ ୩ ଜଣଙ୍କୁ ବୀଭତ୍ସ ହତ୍ୟା କରିଥିଲେ। ଏହି ବର୍ବର ହତ୍ୟାକାଣ୍ଡ ନେଇ ଗାଁରେ ଏକ ବୈଠକ ହୋଇଥିଲା, ଯେଉଁଠି ଆଲୋଚନା ହୋଇଥିଲା ଯେ, ମୃତଦେହକୁ ପାହାଡ଼ରେ ନେଇ ଫିଙ୍ଗି ଦିଆଯିବ। ଏହି କ୍ରମରେ ମୃତଦେହକୁ ପାହାଡ଼ରେ ଫିଙ୍ଗିଦିଆଯାଇଥିଲା। ଏହି ଘଟଣାକୁ କେହି କାହା ଆଗରେ ପ୍ରକାଶ କରିବେ ନାହିଁ ବୋଲି ଗାଁର ଲୋକେ ଶପଥ ନେଇଥିଲେ। ତେବେ ସମ୍ବାରି ସିଂଙ୍କ ପୁଅ ଭୁବନେଶ୍ୱରରେ ରହି କାମ କରୁଥିବା ବେଳେ ତାଙ୍କ ମା’ଙ୍କ ସହ ଯୋଗାଯୋଗ କରିବାରେ ବିଫଳ ହୋଇଥିଲେ। ତାଙ୍କ ମା’ଙ୍କ ଅନ୍ୟ ଦୁଇଜଣ ରବିବାର ରାତିରୁ ନିଖୋଜ ଥିବା ଜାଣିବାକୁ ପାଇଥିଲେ। ପରେ ଆଜି ଔପଦା ଥନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ସଦଳବଳେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଗାଁ ୬ ଜଣ ଯୁବକଙ୍କୁ ଅଟକ ରଖିଛି। ୪ ଯୁବକ ଜଣ ହତ୍ୟା କରି ଫିଙ୍ଗିଥିବା ସ୍ବୀକାର କରିଛନ୍ତି।

କଟାମୁଣ୍ଡ ଧରି ବୁଲିଲା ଯୁବକ

ଗତ ୧ ତାରିଖର ଘଟଣା। ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ୍ କେ. ବଲାଙ୍ଗ ଥାନା ପୁରୁଣାପାଣି ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଥିଲା। ସଲମାନ ମୁଣ୍ଡା ସଂପର୍କୀୟ ଅଜା ନଇମନ ମୁଣ୍ଡାଙ୍କୁ ଟାଙ୍ଗିଆରେ ବୀଭତ୍ସ ଭାବେ ହାଣି ହତ୍ୟା କରିଥିଲା। ହତ୍ୟା ପରେ ଅଜାଙ୍କ କଟା ମୁଣ୍ଡକୁ ଏକ ବ୍ୟାଗରେ ଧରି ଗାଁରେ ବୁଲୁଥିଲା। ଏନେଇ ଗାଁ ଲୋକେ ପୁଲିସକୁ ଖବର ଦେଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା।

ବୃଦ୍ଧଙ୍କୁ ପିଟିଲେ, ପଥରରେ ଛେଚିଲେ

ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅଧିନ ଚଲକୀ ଗ୍ରାମରେ ଗତ ଜୁନ ୨୭ ତାରିଖରେ ଜଣେ ବୃଦ୍ଧଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ନିସ୍ତୁକ ମାଡ଼ ମରାଯାଇଥିଲା। ଏହି ଘଟଣାରେ ପୁଲିସ ଜଣେ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେହିପରି ଘଟଣାରେ ୨ ଜଣ ନାବାଳକ ସାମିଲ ଥିବାରୁ ସେମାନଙ୍କୁ ଭବାନୀପାଟଣାସ୍ଥିତ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଛି। ଘଟଣା ଦିନ ଅର୍ଚ୍ଛୁ ବାଗଙ୍କୁ ବିଧା ଗୋଇଠା  ଠାରୁ ଆରମ୍ଭ କରି ପଥରରେ ମଧ୍ୟ ଆକ୍ରମଣ କରିଥିଲେ। ଆକ୍ରମଣରେ ବୃଦ୍ଧ ବ୍ୟକ୍ତି ଲହୁଲୁହାଣ ହୋଇଯାଇଥିଲେ। ଏତିକିରେ ସେମାନେ ସନ୍ତୁଷ୍ଟ ନହେବାରୁ ବାଡ଼ିରେ ମଧ୍ୟ ପିଟିଥିଲେ। ସବୁଠାରୁ ଦୁଃଖର ବିଷୟ ହେଲା ଯେ, ପଡ଼ୋଶୀମାନେ ଆଖି ଆଗରେ ଘଟଣା ଘଟୁଥିଲେ ମଧ୍ୟ ବିରୋଧ କରି ନଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments