Tuesday, September 10, 2024
Homeଖବରତିନି ମୁସଲିମ୍ ରାଷ୍ଟ୍ରର ଆଭିମୁଖ୍ୟ

ତିନି ମୁସଲିମ୍ ରାଷ୍ଟ୍ରର ଆଭିମୁଖ୍ୟ

ଜନସଂଖ୍ୟା ବୃଦ୍ଧି ନେଇ ମିଳିତ ଜାତି ସଂଘ ଚିନ୍ତା ପ୍ରକଟ କରୁଥିବା ବେଳେ କିଛି ଦେଶଗୁଡ଼ିକ ନିୟମ ଉଲ୍ଲଂଘନ କରୁଛନ୍ତି। ବିଶ୍ବର ସର୍ବବୃହତ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ଭାରତ ଓ ଚୀନରେ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉଛି। ପାଶ୍ଚାତ୍ୟ ଦେଶରେ ଏମିତିରେ ପରିବାରରେ ଗୋଟିଏ ଅଥବା ସର୍ବାଧିକ ଦୁଇଟି ସନ୍ତାନ କରିବାକୁ ଲୋକେ ଭଲ ପାଆନ୍ତି। କିନ୍ତୁ ବିଶ୍ବର ଏଭଳି କିଛି ରାଷ୍ଟ୍ର ମଧ୍ୟ ଅଛନ୍ତି, ଯେଉଁଠି ସନ୍ତାନ ସଂଖ୍ୟା ୮ଟା ପର୍ଯ୍ୟନ୍ତ ଦେଖିବାକୁ ମିଳିଥାଏ। ଦକ୍ଷିଣ ଏସିଆ ହେଉଛି ଏହାର ଜ୍ବଳନ୍ତ ଉଦହାରଣ। ଲୋକସଂଖ୍ୟା ନିୟନ୍ତ୍ରଣ ପାଇଁ ପାକିସ୍ତାନ, ଇରାକ, ଇରାନ, ବାଂଲାଦେଶ ଆଦୌ ପଦକ୍ଷେପ ନିଅନ୍ତି ନାହିଁ। ଏହି ସପ୍ତାହରେ କିଛି ମୁସଲିମ ରାଷ୍ଟ୍ର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି, ଯାହା କି ଲୋକସଂଖ୍ୟା ବୃଦ୍ଧିକୁ ମଧ୍ୟ ପ୍ରେତ୍ସାହନ ଦେଉଛି।

ଇରାକରେ ଝିଅଙ୍କ ବିବାହ ବୟସ ୯ ବର୍ଷ

ଭାରତ ସମେତ ଅନେକ ରାଷ୍ଟ୍ରରେ ଝିଅମାନଙ୍କର ବିବାହ ବୟସ ୧୮କୁ ରଖାଯାଇଛି। କିନ୍ତୁ ଇରାକରେ ବିବାହ ପାଇଁ ଝିଅମାନଙ୍କ ଆଇନଗତ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରିବାକୁ ପ୍ରସ୍ତାବ ଦିଆଯାଇଛି। ଇରାକ ସଂସଦରେ ମହିଳାମାନଙ୍କ ବାହାଘର ପାଇଁ ଆଇନଗତ ବୟସ ୯ ରଖିବାକୁ ଇରାକ ନ୍ୟାୟ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି। ପୂର୍ବରୁ ବିବାହ ପାଇଁ ଥିବା ଆଇନଗତ ନିୟମରେ ସଂଶୋଧନ ଆଣି ଝିଅମାନଙ୍କ ବୟସ ୯ ରଖିବାକୁ ଦାବି କରାଯାଇଛି। ଯଦି ଏହି ବିଲ୍ ପାରିତ ହୁଏ ତେବେ ଦେଶରେ ୯ ବର୍ଷର ଝିଅ ଏବଂ ୧୫ ବର୍ଷର ପୁଅ ବିବାହ କରିପାରିବେ। ଏପରି ହେଲେ ବାଲ୍ୟ ବିବାହ, ଶୋଷଣ ବୃଦ୍ଧି, ଛାଡ଼ପତ୍ର, ପାରିବାରିକ ହିଂସା ଆଦି ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କା କରୁଛନ୍ତି। ଏଥିସହ ମହିଳାଙ୍କ ଅଧିକାର ଏବଂ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ ପାଇଁ ଦଶନ୍ଧି ଧରି ଯେଉଁ ପ୍ରଗତି ହୋଇଛି ତାହା କ୍ଷୁର୍ଣ୍ଣ ହେବାର ଆଶଙ୍କା ଦେଖାଯାଉଛି।  

ଆଫଗାନିସ୍ତାନରେ ନମାଜ ପାଇଁ ନିୟମ

ଆଫଗାନିସ୍ତାନରେ ତାଲିବାନ ତା’ର କଠୋର ଆଦେଶ ପାଇଁ ପୁରା ବିଶ୍ବରେ ଜଣାଶୁଣା। ତାଲିବାନର ଆଦେଶକୁ ଅମାନ୍ୟ କରିଥିବାରୁ ଲୋକଙ୍କୁ କଠୋର ଦଣ୍ଡ ଭୋଗିବାକୁ ପଡିଥାଏ। ଏବେ ତାଲିବାନ ଆଉ ଏକ ନିର୍ଦ୍ଦେଶ ଦେଇଛି ଯେ ସରକାରୀ କର୍ମଚାରୀଙ୍କୁ ଦୈନିକ ପାଞ୍ଚ ଥର ପ୍ରାର୍ଥନା କରିବାକୁ ପଡ଼ିବ। ଯଦି ସେମାନେ ଏପରି ନ କରନ୍ତି ତେବେ ଦଣ୍ଡ ପାଇଁ ପ୍ରସ୍ତୁତ ରୁହନ୍ତୁ। ତାଲିବାନର ସର୍ବୋଚ୍ଚ ନେତା ହିବତୁଲ୍ଲା ଆଖୁନ୍ଦଜାଦା ଗୁରୁବାର ତାଙ୍କ ଆଦେଶରେ କହିଛନ୍ତି ଯେ ଆଫଗାନିସ୍ତାନ ସରକାରୀ କର୍ମଚାରୀଙ୍କୁ ଦିନକୁ ପାଞ୍ଚ ଥର ମସଜିଦ ଯିବାକୁ ପଡ଼ିବ, ନଚେତ୍ ସେମାନଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିବ। ୨୦୨୧ରେ ତାଲିବାନ ଦଖଲ କରିବା ପରେ ଆଫଗାନିସ୍ତାନବାସୀଙ୍କ ଉପରେ ବ୍ୟାପକ ପ୍ରତିବନ୍ଧକ ଲାଗୁ ହୋଇଛି।  ଏଥିରେ ମହିଳା ଓ ବାଳିକାମାନଙ୍କୁ ଶିକ୍ଷାରୁ ବାଦ୍ ଦେବା, ମହିଳାଙ୍କ ପାଇଁ ପୁରୁଷ ଅଭିଭାବକଙ୍କୁ ନିର୍ଦ୍ଦେଶ ଦେବା ଏବଂ ସଙ୍ଗୀତ ଉପରେ ପ୍ରଭାବଶାଳୀ ଭାବେ ପ୍ରତିବନ୍ଧକ ଲଗାଇବା ଅନ୍ତର୍ଭୁକ୍ତ। ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ତାଲିବାନ ସରକାରଙ୍କ ମନ୍ତ୍ରାଳୟ ଏବଂ ଅନୁଷ୍ଠାନର ଅଧିକାରୀମାନେ ସେମାନଙ୍କ ନିର୍ଦ୍ଧାରିତ ସମୟରେ ପ୍ରାର୍ଥନା କରିବାକୁ ଶରିଆ ଦ୍ୱାରା ବାଧ୍ୟ। ଯେଉଁ କର୍ମଚାରୀମାନେ ବିନା କୌଣସି ଯୁକ୍ତିଯୁକ୍ତ ବାହାନାରେ ନମାଜ ଦାଖଲ କରିବାରେ ବିଫଳ ହୁଅନ୍ତି ସେମାନଙ୍କୁ ଚେତାବନୀ ଦିଆଯିବା ଉଚିତ ଏବଂ ଯଦି ସେମାନେ ଅପରାଧର ପୁନରାବୃତ୍ତି କରନ୍ତି ତେବେ ସମ୍ପୃକ୍ତ ଅଧିକାରୀ ସେମାନଙ୍କୁ ଉପଯୁକ୍ତ ଦଣ୍ଡ ଦେବାକୁ ବାଧ୍ୟ।

ବାଂଲାଦେଶରେ ଧାର୍ମିକ ରାଜନୀତି

ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ବିରୋଧରେ ଆରମ୍ଭ ହୋଇଥିବା ପ୍ରଦର୍ଶନ ଏବେ ଧାର୍ମିକ ଭାବନା ଉପରେ ପହଞ୍ଚିଛି। ବାଂଲାଦେଶରେ ହିନ୍ଦୁଙ୍କ ପାଇଁ କୌଣସି ସ୍ଥାନ ନାହିଁ ବୋଲି ଆଶଙ୍କା କରାଯାଉଛି। କାରଣ ହିନ୍ଦୁମାନଙ୍କର ଅଧିକାଂଶ ପରିବାର ଦେଶ ଛାଡିବାକୁ ପ୍ରସ୍ତୁତ ହେଉଛନ୍ତି । ଶହଶହ ହିନ୍ଦୁ ପରିବାର ଭାରତର ସୀମା ଆଡ଼କୁ ଅଗ୍ରସର ହେଉଛନ୍ତି। ବାଂଲାଦେଶୀ ହିନ୍ଦୁମାନେ ଭାରତରେ ରହିବାକୁ ଚାହୁଁଛନ୍ତି। ୧୯୭୧ ମସିହାରେ ବାଂଲାଦେଶକୁ ସ୍ୱାଧୀନ କରିବାରେ ହିନ୍ଦୁମାନେ ମଧ୍ୟ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ଦେଶ ସ୍ୱାଧୀନ ହେବା ପରେ ମଧ୍ୟ ଅନେକ ଦଙ୍ଗା ହୋଇଥିଲା, ହିନ୍ଦୁଙ୍କ ଉପରେ ଅତ୍ୟାଚାର ହୋଇଥିଲା, ମନ୍ଦିର ଭାଙ୍ଗିଥିଲା କିନ୍ତୁ ଏହି ପରିବାରମାନେ ଦେଶ ଛାଡିବାକୁ ମନା କରିଦେଇଥିଲେ। କିନ୍ତୁ ଏଥର ଧୈର୍ଯ୍ୟର ବନ୍ଧ ଭାଙ୍ଗିବାରେ ଲାଗିଛି। ଆୱାମୀ ଲିଗ୍ ନେତା ତଥା ଟ୍ରାନ୍ ଏବଂ ସମାଜ କଲ୍ୟାଣ ସମିତିର ଉପସଦସ୍ୟ ଅଜୟ କୁମାର ସରକାର ଦର୍ଶାଇଛନ୍ତି ଯେ ବାଂଲାଦେଶର ମୋଟ ୬୪ଟି ଜିଲ୍ଲା ମଧ୍ୟରୁ ୨୧ଟି ଜିଲ୍ଲାରେ ହିନ୍ଦୁ ଜନସଂଖ୍ୟା ରହିଛି। ସେଥିମଧ୍ୟରୁ ଫିରୋଜପୁର, ଗୋପାଳଗଞ୍ଜ, ବାଘେରହାଟ, ଖୁଲନା, ଯଶୋର, ବାଗୁଡା, ଜିଲେଡା, ଝଲୋକାଥି, ବୋଡ଼ିସାଲ, ଦିନାଜପୁର, ପଞ୍ଚୋଗ୍ରାମ, ବୋଗୁଡା, ଲାଲମଣିର ହାଟ, କୁଡିଗ୍ରାମ, ରଙ୍ଗପୁର ଇତ୍ୟାଦି ପ୍ରମୁଖ ଜିଲ୍ଲା ଅଟେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments