Tuesday, September 10, 2024
Homeଖବରପ୍ରମୁଖ ଖବରକୋର୍ଟରେ ପଡ଼ିରହୁଛି ମାମଲା

କୋର୍ଟରେ ପଡ଼ିରହୁଛି ମାମଲା

ଭୁବନେଶ୍ବର: ଦେଶରେ ପ୍ରତିଦିନ ବିଭିନ୍ନ ପ୍ରକାରର ହିଂସାକାଣ୍ଡ ଘଟୁଛି। ପାରିବାରିକ ଓ ଗୋଷ୍ଠୀଗତ ହିଂସାକୁ ନେଇ ଲୋକେ ଥାନା ଓ କୋର୍ଟଙ୍କ ଦ୍ବାରସ୍ଥ ହେଉଛନ୍ତି। ଅନ୍ୟପଟରେ ସରକାରୀ ବ୍ୟବସ୍ଥା ଶକ୍ତିଶାଳୀ ନଥିବାରୁ କୋର୍ଟରେ ମାମଲା ଦୀର୍ଘଦିନ ପର୍ଯ୍ୟନ୍ତ ପଡ଼ି ରହୁଛି। କିଛି ମାମଲା ୩୦ରୁ ୩୦ ବର୍ଷ ଯାଏଁ ମଧ୍ୟ ସମାଧାନ ହୋଇପାରୁ ନାହିଁ। ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ  ସୁପ୍ରିମକୋର୍ଟରେ ଏବେ  ୮୩ ହଜାର ମାମଲା ବିଚାରାଧୀନ ରହିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲେ ଯେ, ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତିଙ୍କ ସଂଖ୍ୟା ବଢ଼ିଲା ପରେ ମଧ୍ୟ ତଥାପି ବୋଝ କମି ନାହିଁ, ଯେଉଁଥି ପାଇଁ ମାମଲାଗୁଡ଼ିକର ସମାଧାନ ହୋଇପାରୁ ନାହିଁ।

ଓଡ଼ିଶାରେ ମଧ୍ୟ ସମାନ ଅବସ୍ଥା। ଓଡ଼ିଶା ହାଇକୋର୍ଟରେ କେତେ ମାମଲା ବିଚାରାଧୀନ ରହିଛି ୱେବ୍‌ସାଇଟ୍‌ରେ ତଥ୍ୟ ରହିଛି। ୱେବ୍‌ସାଇଟ୍‌ରୁ ମିଳିଥିବା ତଥ୍ୟ ଅନୁସାରେ ଅଗଷ୍ଟ ୩୧ ସୁଦ୍ଧା ଓଡ଼ିଶା ହାଇକୋର୍ଟରେ ୧,୪୩,୨୫୬ ମାମଲା ବିଚାରାଧିନ ଥିଲା। ତେବେ ଜିଲ୍ଲା, ଏସ୍‌ଡିଜେଏମ୍‌ କୋର୍ଟ, ଫାଷ୍ଟଟ୍ରାକ୍‌ କୋର୍ଟ, ଭିଜିଲାନ୍ସ,, ସିବିଆଇ କୋର୍ଟରେ ମଧ୍ୟ ଲକ୍ଷାଧିକ ମାମଲା ରହିଛି। ମାମଲାଗୁଡ଼ିକର ବିଚାର ଦୀର୍ଘ ଦିନ ଯାଏଁ ଜାରି ରହୁଥିବାରୁ ଲୋକେ ଖର୍ଚ୍ଚାନ୍ତ ହେଉଛନ୍ତି। ଏତଦ୍‌ ବ୍ୟତୀତ ଆଇନ୍‌କୁ ଲୋକେ ଅଣଦେଖା ମଧ୍ୟ କରୁଛନ୍ତି।  

ଦିନକରେ ୭ ଜଣଙ୍କୁ ଆଜୀବନ

ରାଜ୍ୟର ଭିନ୍ନଭିନ୍ନ କୋର୍ଟରେ ଗୋଟିଏ ଦିନରେ ୭ ଜଣଙ୍କୁ ଆଜୀବନ କାରାଦଣ୍ଡ ମିଳିଛି। ଏମାନେ ସମସ୍ତେ ହତ୍ୟାକାଣ୍ଡ ସହିତ ଜଡ଼ିତ ଥିଲେ। ବହୁଚର୍ଚ୍ଚିତ ଗଞ୍ଜାମ ପିତ୍ତଳ ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଛି। ୫ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଆସିକା ଅତିରିକ୍ତ ଜିଲ୍ଲା ଦୌରାଜଜ୍। କମେଣ୍ଟ ମରାକୁ ନେଇ ୨୦୨୨ ମସିହା ମାର୍ଚ୍ଚ ୨୨ ତାରିଖରେ ୪ ଭାଇ ତଥା  ନରେନ୍ଦ୍ରପୁର ଗାଁର ମଙ୍ଗୁଳୁ ସ୍ୱାଇଁଙ୍କ ୪ ପୁଅ ରାଜା ସ୍ୱାଇଁ, ଶମ୍ଭୁ ସ୍ୱାଇଁ, ପାଣ୍ଡବ ସ୍ୱାଇଁ ଓ ଚନ୍ଦନ ସ୍ୱାଇଁଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ପୁଲିସ ମାମଲାର ତଦନ୍ତ କରି ଅମୀୟ କୁମାର ସ୍ୱାଇଁ, ବାହାନ ପତି, ସନ୍ତୋଷ ସ୍ୱାଇଁ, ମିଲନ ସ୍ୱାଇଁ ଓ ଚନ୍ଦ୍ରସେନ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆସିକା ଏଡିଜେ ମାମଲାକୁ ବିଚାର ୨୬ ସାକ୍ଷୀ ଓ ୨ ଜଣ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ୍‌ ଏବଂ ଅନ୍ୟାନ୍ୟ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି  ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ତାଳଚେର ଓ ଭୁବନେଶ୍ବର କୋର୍ଟରେ ସୋମବାର ୨ ଜଣଙ୍କୁ ଆଜୀବନ କାରାଦଣ୍ଡ ମିଳିଛି। 

ଲକ୍ଷାଧିକ ମାମଲା ବିଚାରାଧୀନ

ନାବାଳକ ନ୍ୟାୟିକ ପରିଷଦ ପକ୍ଷରୁ ପ୍ରଦତ୍ତ ରିପୋର୍ଟ ଅନୁଯାୟୀ, ମୟୂରଭଂଜ ଜିଲ୍ଲାରେ ୨୦୨୧ରୁ ୨୦୨୪ ଅଗଷ୍ଟ ମାସ  ପର୍ଯ୍ୟନ୍ତ ମୋଟ ୩୫୦ ଜଣ ନାବାଳକଙ୍କୁ ବିଭିନ୍ନ ଅଭିଯୋଗରେ ହାଜର କରାଯାଇଛି। ଚୋରି ଓ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ଆଦି ଘଟଣାର ପରିମାଣ ସର୍ବାଧିକl ବୈଶିଙ୍ଗା ଅଞ୍ଚଳରେ ବିଗତ ୩ବର୍ଷରେ ୧୨ରୁ ଊର୍ଦ୍ଧ୍ବ ଓ ବେତନଟୀ ଥାନା ଅଧୀନରେ ୮ ନାବାଳକଙ୍କ ନାମରେ ମାମଲା କୋର୍ଟ ଯାଇଥିବାବେଳେ ଶତାଧିକ ମାମଲା ଥାନାରେ ବୁଝାମଣା ହୋଇଥିବା ଥାନାଧିକାରୀ ପ୍ରକାଶ କରିଛନ୍ତିl ଅନୁରୂପ ଭାବରେ ବୈଶିଙ୍ଗା ଉପକଣ୍ଠ ଦାହିବାଡି ହାଟରୁ ଏଇ ୬ମାସରେ ୨୦୦ରୁ ଅଧିକ ମୋବାଇଲ ଚୋରି ହୋଇଥିବାବେଳେ ୧୦ରୁ ଅଧିକ ଥର ଚୋରି କରୁଥିବାବେଳେ ନାବାଳକ ଧରାପଡ଼ି ଥିଲେl ଏହା କେବଳ ଗୋଟିଏ ଜିଲ୍ଲାର ନାବାଳକଙ୍କ ସ୍ଥିତି। ଗୋଟିଏ ଜିଲ୍ଲାରେ ଯଦି ବର୍ଷକ ମଧ୍ୟରେ ଶତାଧିକ ମାମଲା ହେଉଛି ରାଜ୍ୟବ୍ୟାପି ବର୍ଷକୁ ହାରାହାରି ୩୦୦୦ ମାମଲା ଆସୁଥାଇପାରେ। ପୁଣି ଅନ୍ୟ ଅପରାଧ ଓ ଜମିଜମା ମାମଲା ରହିଛି। ତେଣୁ କୋର୍ଟରେ ଲକ୍ଷାଧିକ ମାମଲା ପଡ଼ି ରହୁଛି। 

ମାମଲା ଫଇସଲା ହୋଇ ନପାରିବାର କାରଣ

କୋର୍ଟଗୁଡ଼ିକରେ ମାମଲା ବିଚାରାଧୀନ ରହିବାର ଏକାଧିକ କାରଣ ରହିଛି। ପ୍ରଥମତଃ କୋର୍ଟଗୁଡ଼ିକରେ ଜଜଙ୍କ ସମେତ ଅନ୍ୟାନ୍ୟ ପଦବଦବି ଖାଲି ରହୁଛି। ଦ୍ବିତୀୟରେ କୋର୍ଟର କର୍ମଚାରୀ ମାମଲାଗୁଡ଼ିକର ତୁରନ୍ତ ସମାଧାନ କରିବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନେଉ ନାହାନ୍ତି। ମାମଲାଗୁଡ଼ିର ଶୀଘ୍ର ସମାଧାନ ପାଇଁ ଜରୁରୀ ପଦକ୍ଷେପ ଦରକାର। କିନ୍ତୁ ଏହା ହୋଇପାରୁ ନଥିବାରୁ ସମାଧାନର ବାଟ ଫିଟୁନାହିଁ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments