Tuesday, October 8, 2024
Homeଖବରରୁଷ-ଇସ୍ରାଏଲ୍‌କୁ ନେଇ ବିଶ୍ବବାସୀ ଚିନ୍ତିତ

ରୁଷ-ଇସ୍ରାଏଲ୍‌କୁ ନେଇ ବିଶ୍ବବାସୀ ଚିନ୍ତିତ

ଲେବାନନ୍‌ରେ ସୋମବାର ହୋଇଥିବା ଇସ୍ରାଏଲ୍‌ ଆକ୍ରମଣ ନେଇ ବିଶ୍ବବାସୀ ସ୍ତବ୍ଧ ହୋଇଯାଇଛନ୍ତି। ଆଧୁନିକ ବିଶ୍ବରେ ମାତ୍ର କେଇ ମିନିଟ ମଧ୍ୟରେ ୫୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ହତ୍ୟା କରାଯିବା ଘଟଣାକୁ ଆମେରିକା ସମେତ ବୁଦ୍ଧିଜୀବୀ ରାଷ୍ଟ୍ରମାନେ ତୀବ୍ର ନିନ୍ଦା କରୁଛନ୍ତି। ଇସ୍ରାଏଲ୍ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ନୀରିହ ଜନତାଙ୍କ ମୃତ୍ୟୁକୁ ବିଶ୍ବର ଶିକ୍ଷିତ ଓ ବୁଦ୍ଧିଜୀବୀ ସମାଜ ସହଜରେ ଗ୍ରହଣ କରିପାରୁ ନାହାନ୍ତି। କାରଣ ଏହି ଆକ୍ରମଣରେ ହମାସା ଯୋଦ୍ଧାଙ୍କ ମୃତ୍ୟୁ ହୋଇନାହିଁ। ଦେଶର ଭବିଷ୍ୟତ କୁହାଯାଉଥିବା ନିଷ୍ପାପ ଶିଶୁମାନଙ୍କର ମଧ୍ୟ ମୃତ୍ୟୁ ହୋଇଛି। ସେହିପରି ଅନେକ ମହିଳା ମଧ୍ୟ ଆଖି ବୁଜିଛନ୍ତି।

୨୦୦୬ରେ ଇସ୍ରାଏଲ-ହିଜବୁଲ୍ଲା ଯୁଦ୍ଧ ପରେ ସୋମବାର ଘଟିଥିବା ଆକ୍ରମଣ ଅତି ଭୟଙ୍କର ଥିଲା। ଲେବାନନ୍ ଅଧିକାରୀମାନେ ଏହା କହିଛନ୍ତି। ଲେବାନନ୍ ଉପରେ ଇସ୍ରାଏଲର ଆକ୍ରମଣରେ ଶତାଧିକ ମହିଳା ଏବଂ ଶିଶୁଙ୍କ ସମେତ ୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ସେନା ହିଜବୁଲ୍ଲା ବିରୋଧରେ ବ୍ୟାପକ ବିମାନ ଅଭିଯାନ ପୂର୍ବରୁ ଦକ୍ଷିଣ ଏବଂ ପୂର୍ବ ଲେବାନନର ବାସିନ୍ଦାଙ୍କୁ ସ୍ଥାନାନ୍ତର କରିବାକୁ ମଧ୍ୟ ଚେତାବନୀ ଦେଇଛି। ଯଦି ନିର୍ଦ୍ଧାରିତ ସମୟ ପୂର୍ବରୁ ଦକ୍ଷିଣ ଏବଂ ପୂର୍ବ ଲେବାନନର ବାସିନ୍ଦାଙ୍କ ସ୍ଥାନାନ୍ତର ନହୁଏ, ଆଗାମୀ ଦିନରେ ଆହୁରି ବଡ଼ ବିପର୍ଯ୍ୟୟ ହୋଇପାରେ। ଇସ୍ରାଏଲ୍ର ଆକ୍ରମଣ ପରେ ରୁଷ ଏଭଳି ଏକ ଭିଡିଓ ଜାର କରିଛି, ଯାହାକି ବିଶ୍ବବାସୀ ଡରିବା ସ୍ବାଭାବିକ। କାରର ରୁଷ ଯଦି ଆକ୍ରମଣ କରେ, ତାହେଲେ ବଡ଼ଧରଣର ବିପର୍ଯ୍ୟୟ ହେବ।

କ’ଣ କହିଲା ଇସ୍ରାଏଲ

ଇସ୍ରାଏଲ୍ କହିଛି ଯେ, ସଦ୍ୟତମ ଆକ୍ରମଣରେ ଇସ୍ରାଏଲର ଲଢୁଆ ବିମାନ ଲେବନାନରେ ହିଜବୁଲ୍ଲାର ପୋଷ୍ଟ ଉପରେ ଆକ୍ରମଣ ଓ ଟାର୍ଗେଟ କରିବା ପାଇଁ ଉଚ୍ଚ ସ୍ତରରେ ଉଡ଼ୁଛି। ବେରୁତର ଦକ୍ଷିଣ ଉପକଣ୍ଠରେ ହିଜବୁଲ୍ଲାର ଜଣେ ବରିଷ୍ଠ କମାଣ୍ଡର ଅଲ୍ଲୀ କାରାକିଙ୍କୁ ମଧ୍ୟ ଟାର୍ଗେଟ କରାଯାଇଥିଲା। ୮୦୦ରୁ ଅଧିକ ହିଜବୁଲ୍ଲାଙ୍କୁ ଟାର୍ଗେଟ କରାଯାଇଛି, ଯେଉଁଠାରୁ ଇସ୍ରାଏଲ ଉପରେ ଆକ୍ରମଣ ହୋଇଛି କିମ୍ବା ଆକ୍ରମଣ ପାଇଁ ପ୍ରସ୍ତୁତ ଅଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ ହଜାର ହଜାର ହିଜବୁଲ୍ଲା ରକେଟ୍ ଏବଂ କ୍ଷେପଣାସ୍ତ୍ର ନଷ୍ଟ କରିବା ପାଇଁ ଏହି ସଦ୍ୟତମ ପଦକ୍ଷେପ ନିଆଯାଇଛି। ଏହି ଯୁଦ୍ଧ ଲେବାନନ୍ ବିରୋଧରେ ନୁହେଁ। ପଶ୍ଚିମତଟରେ ଥିବା ସାମରିକ ଘାଟିକୁ ଟାର୍ଗେଟ କରୁଛି ବୋଲି କହିଛି।

ଆମେରିକା ପ୍ରସ୍ତୁତ

ଦୀଘ ଦିନ ହେଲା ପଶ୍ଚିମ ଏସିଆରେ ଉତ୍ତେଜନା ବଢ଼ୁଛି। ଏହାକୁ ଦେଖି ଆମେରିକାର ଚିନ୍ତା ବଢ଼ିଛି। ଏଥି ପାଇଁ ଆମେରିକା ନିଜକୁ ପ୍ରସ୍ତୁତ କରିଛି ଏବଂ ପଶ୍ଚିମ ଏସିଆରେ ଅତିରିକ୍ତ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ମହଜୁଦ ରଖିଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ଏହି ଅଞ୍ଚଳର ଖରାପ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ୨୦୦୬ ଇସ୍ରାଏଲ-ହିଜବୁଲ୍ଲା ଯୁଦ୍ଧ ପରେ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷରେ ସୋମବାର ଲେବାନନ ପାଇଁ ସବୁଠାରୁ ରକ୍ତାକ୍ତ ଦିନ ଥିଲା।

ଜାରି ରହିଛି ରୁଷ-ୟୁକ୍ରେନ୍ ଯୁଦ୍ଧ

ଦୁଇ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଶେଷ ହୋଇନାହିଁ। ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ ଯଦି ରୁଷ୍ ଦୁର୍ବଳ ହୁଏ ତେବେ ଭ୍ଲାଦିମିର ପୁଟିନ୍ ପରମାଣୁ ଆକ୍ରମଣ ପାଇଁ ଆଦେଶ ଦେଇପାରନ୍ତି। ପୁଟିନ୍ ଅନେକ ଥର ପାଶ୍ଚାତ୍ୟ ଦେଶଗୁଡ଼ିକୁ ପରମାଣୁ ଆକ୍ରମଣର ଧମକ ମଧ୍ୟ ଦେଇଛନ୍ତି। ପରମାଣୁ ଆକ୍ରମଣ ସହ ଜଡିତ ଏହି ଭିଡିଓକୁ ରୁଷିଆର ଏକ ଟିଭି ଚ୍ୟାନେଲ ଜାରି କରିଛି। ଆକଳନ କରାଯାଇଛି ଯେ ଯଦି ଏହି ଆକ୍ରମଣ ହୁଏ ତେବେ ଗୋଟିଏ ଝଟକାରେ ୮ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେବ। ଏହାବ୍ୟତୀତ ୨୦ ଲକ୍ଷ ଲୋକ ପଙ୍ଗୁ ହୋଇପାରନ୍ତି।  ରିପୋର୍ଟ ଅନୁଯାୟୀ,  ଯଦି ଲଣ୍ଡନ ସହର ଉପରେ ପରମାଣୁ ଆକ୍ରମଣ ହୁଏ ତେବେ କେତେ ଧ୍ୱଂସ ହୋଇପାରେ। ଭ୍ଲାଦିମିର ପୁଟିନ୍ ସମାନ ପରମାଣୁ ବୋମା ବିସ୍ଫୋରଣ କରିବେ, ଯେଉଁଥିରେ ୭୫୦ କିଲୋଟନ୍ ଯୁଦ୍ଧାସ୍ତ୍ର ରହିଛି। ଏହା ଏତେ ଶକ୍ତିଶାଳୀ ହେବ ଯେ ଚାରିଆଡ଼େ ବିନାଶ ଦେଖିବାକୁ ମିଳିବ।

ରୁଷ ବିସ୍ଫୋରଣ କଲେ ବିଶ୍ବକୁ ବଡ଼ କ୍ଷତି

୪ ମିନିଟ୍ର ଏହି ଡକ୍ୟୁମେଣ୍ଟାରୀରେ ବର୍ଣ୍ଣନା କରାଯାଇଛି ଯେ ଏକ ଅଗ୍ନିଗୋଲା ଚାରିଆଡ଼େ ବ୍ୟାପିବ ଏବଂ କେବଳ ଏକ କିଲୋମିଟର ପରିଧି ମଧ୍ୟରେ ନିଆଁ ଲାଗିବ। ଏହି ଗୋଳା ମଝିରେ ଯିଏ ଆସିବ ସେ ମୁହୂର୍ତ୍ତରେ ପୋଡ଼ି ପାଉଁଶ ହୋଇଯିବ। ଯେଉଁ ସ୍ଥାନରେ ବୋମା ବିସ୍ଫୋରଣ ହେବ ସେହି ସ୍ଥାନର ୫ କିଲୋମିଟର ପରିଧି ମଧ୍ୟରେ ଥିବା ସମସ୍ତ ଜିନିଷ ନଷ୍ଟ ହୋଇଯିବ। କୋଠାଘର ନଷ୍ଟ ହୋଇଯିବ। ରାସ୍ତାରେ କେବଳ ଆବର୍ଜନା ଦେଖିବାକୁ ମିଳିବ। ଆକାଶରେ କେବଳ ଧୂଳି ରହିବ ଏବଂ ତାପମାତ୍ରା ୧୦୦ ଡିଗ୍ରି ସେଲସିୟସରୁ ଅଧିକ ରହିବ। ଫଳରେ ୧୦ କିଲୋମିଟର ପରିଧି ମଧ୍ୟରେ ଆସୁଥିବା ଜୀବଜନ୍ତୁ ମରିଯିବେ।  ଏହାବ୍ୟତୀତ ୧୦ କିଲୋମିଟର ବ୍ୟାସାର୍ଦ୍ଧରେ ୬ ଲକ୍ଷରୁ ଅଧିକ ଲୋକ ଜଳିଯିବେ। ଏହାପରେ ମୃତ୍ୟୁ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବ ଏବଂ ଏହି ସଂଖ୍ୟା ୧୦ ଲକ୍ଷରେ ପହଞ୍ଚିପାରେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments