Tuesday, September 10, 2024
Homeଖବରଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚ

ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚ

ଭୁବନେଶ୍ବର: ଭୈରବ କାର୍ତ୍ତିକ ପାଣ୍ଡିଆନ୍ ଦୁଇ ମାସ ପୂର୍ବରୁ ରାଜ୍ୟ ରାଜନୀତି ଓ ପ୍ରଶାସନିକ ବ୍ୟବସ୍ଥାରେ ଭିଟୋ ପାଲଟିଥିଲେ। କରୋନା ପରଠାରୁ ୨୦୨୪ ମେ’ ଶେଷ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ସର୍ବାଧିକ କ୍ଷମତାଶାଳୀ ବ୍ୟକ୍ତି ଥିଲେ। ଏହି ସମୟ ମଧ୍ୟରେ ଶ୍ରୀ ପାଣ୍ଡିଆନ ଓଡ଼ିଶାର ଆକାଶରେ ଉଡୁଥିଲେ। ରାଜଧାନୀ ଭୁବନେଶ୍ବର ଠାରୁ ଉଭୟ କଟକ ଓ ଖୋର୍ଦ୍ଧା ପ୍ରାୟ ୨୫କିଲୋମିଟର ଦୂର ହୋଇଥିବା ବେଳେ, ପାଣ୍ଡିଆନ ସେଠାକୁ ମଧ୍ୟ ସଡ଼କପଥରେ ଯାଉ ନଥିଲେ। ସମୟର ଅଭାବ ଦର୍ଶାଇ ସେ ହେଲିକପ୍ଟରକୁ ବ୍ୟବହାର କରୁଥିଲେ।

ଭିକେ ପାଣ୍ଡିଆନ୍ ହେଲିକପ୍ଟରରେ ବୁଲିବାକୁ ନେଇ ଗତବର୍ଷ ଅଗଷ୍ଟ ୧୮ ତାରିଖ ଠାରୁ ଆନ୍ଦୋଳନ ଏକ ପ୍ରକାର ଆରମ୍ଭ ହୋଇଥିଲା। ରାଜ୍ୟର ଏକ ପ୍ରତିଷ୍ଠିତ ଗଣମାଧ୍ୟମ ଦ୍ବାରା ପରିଚାଳିତ ଖବରକାଗଜର ସଂପାଦକୀୟ ପୃଷ୍ଠାରେ ଏକ ଲେଖା ବାହାରିବା ପରେ ତତ୍କାଳୀନ ଶାସକ ବିଜେଡି ବ୍ୟସ୍ତ ହୋଇଯାଇଥିଲା। ସଂପୃକ୍ତ ଗଣମାଧ୍ୟମକୁ ନାଲି ଆଖି ଦେଖାଇଥିଲା। ସରକାରୀ କଳ ଓ ବଳ ଦେଖାଇ ବ୍ୟବସାୟକୁ ଘୋର ପ୍ରଭାବିତ କରିଥିଲା। ଏତିକିରେ ସନ୍ତୁଷ୍ଟ ନମିଳିବାରୁ ସଂପୃକ୍ତ ଗଣମାଧ୍ୟମର ଫାଟକରେ ତାଲା ଝୁଲାଇ ଦେବାକୁ ଉଦ୍ୟମ କରିଥିଲା ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ସେହି ସମୟରେ ଯାହା ହେଉଥିଲା ଶ୍ରୀ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହେଉଥିଲା ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ପାଣ୍ଡିଆନଙ୍କ ବିରୋଧରେ କେହି ମୁହଁ ଖୋଲିବାକୁ ସାହାସ କରିପାରୁ ନଥିଲେ। ୨୪ ବର୍ଷର ଏକଚାଟିଆ ଶାସନ ବ୍ୟବସ୍ଥା ସାଧାରଣ ନିର୍ବାଚନ-୨୦୨୪ରେ ଭୁଶୁଡ଼ି ପଡ଼ିଲା ପରେ ଜଣକ ପରେ ଜଣେ ପାଣ୍ଡିଆନଙ୍କ ବିରୋଧରେ କହିବା ଆରମ୍ଭ କରିଛନ୍ତି। ପାଣ୍ଡିଆନ ଜଣେ ଦୁର୍ନୀତିଖୋର ବ୍ୟକ୍ତି କହୁଥିବା ବେଳେ ଆହୁରି ଅନେକ ବିକାଶ ପୁରୁଷ କହିବାକୁ ପଛାଉ ନାହାନ୍ତି।

ନବୀନଙ୍କ ସାକ୍ଷାତ ପୂର୍ବରୁ ପାଣ୍ଡିଆନଙ୍କ ଅନୁମତି

ବିଗତ ୨୪ ବର୍ଷ ଭିତରେ ରାଜ୍ୟରେ ବଡ଼ବଡ଼ ଦୁର୍ନୀତି ହୋଇଥିବା ଅଭିଯୋଗ ଓ ଚର୍ଚ୍ଚା ହେଉଛି। ପ୍ରାୟ ୧୦ ବର୍ଷରୁ ଅଧିକ ସମୟ ହେବ ଭିକେ ପାଣ୍ଡିଆନ ନବୀନଙ୍କ ନିକଟତର ଥିଲେ। ସାଧାରଣ ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକଙ୍କୁ ବିଜେଡିର ମନ୍ତ୍ରୀ ଓ ନେତା ଦେଖାକରିବା ପାଇଁ ପାଣ୍ଡିଆନ୍ଙ୍କ ଅନୁମତି ଦରକାର ପଡୁଥିଲା। ଗତବର୍ଷ ଅଗଷ୍ଟ ୧୮ ତାରିଖ ପରଠାରୁ ଯଦିଓ ଏନେଇ ଚର୍ଚ୍ଚା ଚାଲିଥିଲା ସାଧାରଣ ନିର୍ବାଚନ ସମୟରେ ଯେତେବେଳେ ବିଜେଡି ନେତାମାନେ ଦଳ ଡେଉଁଥିଲେ ଖୁଲମଖୁଲା ଏଭଳି ପ୍ରତିକ୍ରିୟା ଦେଉଥିଲେ। ନେତାମାନେ କହିଥିଲେ, ନବୀନଙ୍କୁ ଦୁଇ ବର୍ଷ ହେଲା ଦେଖା କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ତାହା ସମ୍ଭବ ହେଉନାହିଁ। ପାଣ୍ଡିଆନଙ୍କ ଅନୁମତି ମିନା ନବୀନଙ୍କ ସାକ୍ଷାତ ସମ୍ଭବ ନାହିଁ ବୋଲି ଚର୍ଚ୍ଚା ଚାଲିଥିଲା।

ହେଲିକପ୍ଟର ଉଡାଣରେ ୫୦୦ କୋଟିରୁ ଅଧିକ ଖର୍ଚ୍ଚ

ଭି.କେ ପାଣ୍ଡିଆନ କେତେ ଭଲ ତାହା ଆଗାମୀ ଦିନରେ ଜଣାପଡ଼ିବ ବୋଲି ଆଶା କରାଯାଉଛି। ପାଣ୍ଡିଆନଙ୍କ ହେଲିକପ୍ଟରରେ ଗସ୍ତ ଖର୍ଚ୍ଚକୁ ନେଇ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କଡ଼ା ପ୍ରତିକ୍ରିୟା ପ୍ରକାଶ ଦେଇଛନ୍ତି। ସେ କହିଛନ୍ତି, ହେଲିକପ୍ଟର ଖର୍ଚ୍ଚର ତଦନ୍ତ ଆରମ୍ଭ ହେବ ଏବଂ ଏନେଇ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭି. କେ ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚର ତଦନ୍ତ ଚାଲିଛି। ଜଣେ ବ୍ୟକ୍ତି ଯଦି ସର୍ବସମ୍ମୁଖରେ ରାଜକୋଷକୁ ଲୁଣ୍ଠନ କରିବେ। ଏହା କେବେ ଗ୍ରହଣୀୟ ନୁହେଁ। ଆମ ସରକାର ଏ କଥାକୁ ପୁରା ନଜର ରଖିଛନ୍ତି। ସରକାର ଶୂନ୍ୟ ଦୁର୍ନୀତି ନୀତିକୁ ଆପଣାଇଛନ୍ତି। ଦୁର୍ନୀତିକୁ ସରକାର ବରଦାସ୍ତ କରିବେ ନାହିଁ। ଏନେଇ ତଦନ୍ତ ଚାଲିଛି। ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ। ଭି.କେ ପାଣ୍ଡିଆନ କୋଟିକୋଟି ଟଙ୍କା ହେଲିକପ୍ଟର ଗସ୍ତରେ ଖର୍ଚ୍ଚ କରିଥିବାର ଅଭିଯୋଗ ରହିଛି। ୨୦୧୩ ରୁ ୨୦୨୪ ଭିତରେ ୫୦୦ କୋଟିରୁ ଅଧିକ ଖର୍ଚ୍ଚ ଅଭିଯୋଗ ହୋଇଛି। ପାଣ୍ଡିଆନଙ୍କ ଗସ୍ତ ପାଇଁ ପ୍ରତି ବ୍ଲକରେ ହେଲିପ୍ୟାଡ୍ ତିଆରି ହେଉଥିଲା।

ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା

ଗତବର୍ଷ ଏକ ପ୍ରତିଷ୍ଠିତ ଖବରକାଗଜରେ ‘ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା’ ଲେଖା ପ୍ରକାଶ ପାଇଥିଲା। ଏହାକୁ ନେଇ ଏବେ ରାଜ୍ୟରେ ରାଜନୀତି ଚଳଚଞ୍ଚଳ ହୋଇଥିଲାI ‘ସମ୍ବାଦ’ରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ପ୍ରକାଶିତ ସମ୍ପାଦକୀୟ ଲେଖାକୁ ନେଇ ବିଜେଡି ଦଳରେ ହ୍ରୁତ କମ୍ପନ ସୃଷ୍ଟି ହୋଇଥିଲା। ଫଳରେ ସାରା ରାଜ୍ୟରେ କୋଣ ଅନୁକୋଣରେ ମଧ୍ୟ ଚର୍ଚ୍ଚା ସରଗରମ ହେବାରେ ଲାଗିଥିଲାI ଏହି ଲେଖା ମାଧ୍ୟମରେ ଶ୍ରୀ ପଟ୍ଟନାୟକ କହିବାକୁ ଚାହୁଁଥିଲେ ଯେ, ‘ମୁଁ ବିଜେଡିରେ ରହି ଗର୍ବ ଅନୁଭବ କରେ। ମୋର ଦଳ ଛାଡିବାର ନାହିଁ। ମତ କଣ ବଦଳେ ନାହିଁ କି ? ତେବେ ଦଳ ବଦଳାଇବାରେ ଅସ୍ୱାଭାବିକତା କେଉଁଠି? ବିଜେଡିରେ ଯେଉଁମାନେ ଅଛନ୍ତି ସେମାନେ କଣ କଂଗ୍ରେସରୁ ଆସିନାହାନ୍ତି କି? ସେମାନେ କଣ ଦଳ ବଦଳାଇ ନାହାନ୍ତି? ତତ୍କାଳୀନ ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କ ପ୍ରତିକ୍ରିୟାରେ ସେହି ସମୟରେ ଖଣ୍ଡପଡ଼ାର ବିଧାୟକ ସୌମ୍ୟ ରଞ୍ଜନ କହିଥିଲେ ଯେ ମୁଁ ଯେଉଁ ଦଳରେ ଅଛି ସେ ଦଳର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓଡ଼ିଶାରେ ଏଭଳି ରହିଛି, ଦେଶରେ ଆଉ କୌଣସି ଦଳର ନେତାଙ୍କ ଲୋକପ୍ରିୟତା ଏମିତି ନାହିଁ, କି ଅତୀତରେ ନ ଥିଲା କିମ୍ବା ଭବିଷ୍ୟତରେ ବି ମିଳିବ ନାହିଁI ସେଭଳି ଦଳରେ ମୂଁ ରହିଥିବାରୁ ଗର୍ବ ଅନୁଭବ କରୁଛିI ଦଳର ଦୋଷ ଦୁର୍ବଳତା ସୁଧାରିବାକୁ ଉଦ୍ୟମ କରୁଛି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments