Monday, May 20, 2024
Home‘ଏମାର ମଠ’ରେ ଖୋଜା ହେଲା ରୁପା, ମିଳିଲା ଲୁହା
Array

‘ଏମାର ମଠ’ରେ ଖୋଜା ହେଲା ରୁପା, ମିଳିଲା ଲୁହା

ପୁରୀ: ଶ୍ରୀକ୍ଷେତ୍ର ପୁରୀ ତଥା ରାଜ୍ୟର ଅନ୍ୟତମ ପୁରାତନ ମଠ ‘ଏମାର’ରେ ରୁପାଇଟା ମିଳିପାରି ନାହିଁ। ମଠ ତ‌ଳେ ମାଟି ଭିତରୁ ଲୁହା ମିଳିଛି। ଏଠାରେ ରୁପାଇଟା ମିଳିବ ବୋଲି  ପ୍ରଶାସନ ବଡ଼ ଆଶା କରିଥିଲା। କିନ୍ତୁ ଆଜି ଏହି ‘ମଠ’ ଖୋଦନ ହୋଇଥିଲେ ବି କୌଣସି ପୁରାତନ ସଂପତ୍ତି ମିଳିପାରି ନାହିଁ। ଉଭୟ ପ୍ରଶାସନ ଓ ପୋଲିସ କର୍ମଚାରୀଙ୍କୁ ନିରାଶ ହେବାକୁ ପଡ଼ିଛି। ଏମାର ମଠରେ ପୂର୍ବରୁ ଚିହ୍ନଟ ହୋଇଥିବା ୩ଟି ସ୍ଥାନରେ ଖୋଦନ କରାଗଲେ ରୁପାଇଟା ମିଳିବ ବୋଲି ଅନେକ ଆଶା କରାଯାଉଥିଲା। ଦୀର୍ଘ ଦିନର ଆଶା କିନ୍ତୁ ଖୋଦନ ପରେ ଧୂଳିସାତ୍‌ ହୋଇଯାଇଥିଲା। କାରଣ ଏଠାରେ ଖୋଦନ ପୂର୍ବରୁ ମାଜିଷ୍ଟ୍ରେଟ୍‌, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ଟ୍ରଷ୍ଟବୋର୍ଡ ସଦସ୍ୟ, ଉଚ୍ଚପଦସ୍ଥ ପୁଲିସ୍‌ ଅଧିକାରୀ ଏବଂ ଉପଜିଲ୍ଲାପାଳ ଉପସ୍ଥିତ ଥିଲେ। ମଠ ପରିସରରେ ମେଟାଲ ଡିଟେକ୍ଟର ସାହାଯ୍ୟରେ ମଠ ପରିସର ଟିକିନିଖି ଯାଞ୍ଚ କରାଯାଇଥିଲା।

ପୁରୀର ଏମାର ମଠ ବହୁ ପୂରାତନ। ଏହି ମଠ କେବଳ ଓଡ଼ିଶା ନୁହେଁ, ବରଂ ଦେଶବିଦେଶର ଲୋକେ ମଧ୍ୟ ଜାଣନ୍ତି। ଏକଦା ଏହି ମଠର ନାଁ କରିଥିଲା। ମନ୍ଦିରକୁ ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳରୁ ଦାନ ସୂତ୍ରରେ ପ୍ରବଳ ଟଙ୍କା ଓ ଧନ ସମ୍ପତ୍ତି ଦାନ ସୂତ୍ରରେ ମିଳୁଥିଲା। ମଠ ଐତିହାସିକ ହୋଇଥିବାରୁ ଏଠାରୁ ବହୁ ସମ୍ପତ୍ତି ସମେତ ରୁପା ଇଟା ମିଳିବା ନେଇ ସନ୍ଦେହ କରାଯାଉଥିଲା। ତେଣୁ ୨୦୨୧ ମସିହା ଅଗଷ୍ଟ ୧୬ ତାରିଖରେ ଏମାର ମଠରେ ଗୁପ୍ତଧନ ଥିବା ସନ୍ଦେହ କରି ଦେବୋତ୍ତର ବିଭାଗ, ପୋଲିସ ଅଧିକାରୀ, ପ୍ରଶାସନିକ ଅଧିକାରୀ ଓ ଟ୍ରଷ୍ଟ ବୋର୍ଡ ସଦସ୍ୟଙ୍କ ଉପସ୍ଥିତିରେ ମେଟାଲ୍‌ ଡିଟେକ୍ଟର ଯୋଗେ ଯାଞ୍ଚ କରାଯାଇଥିଲା।

ପ୍ରଶାସନ ନିରାଶ

୨୦୨୧ ମସିହାରେ ଯେତେବେଳେ ମେଟାଲ ଡିଟେକ୍ଟର ଯୋଗେ ଯାଞ୍ଚ କରାଗଲା, ସେହି ସମୟରେ ଅଧିକାରୀମାନେ ଚଟାଣ ତଳେ ଧାତବ ପଦାର୍ଥ ଓ ଦୁର୍ଲଭ ପଦାର୍ଥ ଥିବା ସନ୍ଦେହ କରିଥିଲେ। ସେମାନେ ମଠର ୩-୪ଟି ସ୍ଥାନକୁ ଚିହ୍ନଟ କରିଥିଲେ। ଦେଢଫୁଟ ମାଟି ଭିତରେ ଗୁପ୍ତଧନ ଠାବ ସମ୍ଭବପର ହୋଇନଥିଲା। ତେଣୁ ଅତିକମ୍‌ରେ ଗୁପ୍ତଧନ ପାଇବାକୁ ହେଲେ ୪ରୁ ୫ଫୁଟ ଗଭୀରତା ଯାଏଁ ମାଟି ଖୋଳିବା ପାଇଁ ଚିନ୍ତା କରାଯାଇଥିଲା। ସେହି ଆଧାରରେ ପୁଣି ଥରେ ଫେବ୍ରୁଆରୀ ୪ ତାରିଖ ସକାଳୁ ପୋଲିସ ଉପସ୍ଥିତିରେ ଅଧିକାରୀମାନେ ଅତ୍ୟାଧୁନିକ ମେଟାଲ୍‌ ଡିଟେକ୍ଟର ନେଇ ଏମାର ମଠକୁ ପହଞ୍ଚିଥିଲେ। କିନ୍ତୁ ବହୁ ମାଟି ଖୋଳା ଯାଇଥିଲେ ମଧ୍ୟ ରୁପା ଇଟା ମିଳି ପାରି ନଥିଲା।

ଥାଇପାରେ କି ରୁପାଇଟା

୨୦୧୧ ମସିହାରେ ଏମାର ମଠରୁ ୫୨୨ ଖଣ୍ଡ ରୂପାଇଟା ମିଳିଥିଲା। ୨୦୨୧ରେ ପୁଣି ଥରେ ୪୫ ଖଣ୍ଡ ରୂପାଇଟା ବାହାରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ତେଣୁ ମଠ ପରିସର ମାଟି ଭିତରେ ଆହୁରି ରୁପାଇଟା ଥାଇପାରେ ବୋଲି ଆଶା କରାଯାଉଛି। କିନ୍ତୁ ରୁପାଇଟା କେଉଁଠି ରହିଛି, ସେହି ତଥ୍ୟ ବାହାର କରିବା ସହଜ ନୁହେଁ। ଅନ୍ୟପଟରେ ଓଡ଼ିଶାର ଏହି ଐତିହ୍ୟ ସ୍ଥଳୀରେ ରୁପାଇଟା ପାଇଁ ବାରମ୍ବାର ଖୋଳ ଯିବାକୁ ବୁଦ୍ଧିଜୀବୀ ମହଲରେ ଗ୍ରହଣ ହୋଇପାରୁ ନାହିଁ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments