Monday, May 20, 2024
Homeକୋଭିଡ ହସ୍‌ପିଟାଲରୁ ପୁଣି ରୋଗୀ ନିଖୋଜ!
Array

କୋଭିଡ ହସ୍‌ପିଟାଲରୁ ପୁଣି ରୋଗୀ ନିଖୋଜ!

ଭୁବନେଶ୍ୱର: ଓଡ଼ିଶାରେ କରୋନା ଭାଇରସ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ବିଚିତ୍ର । ପ୍ରଶାସନର ଅବହେଳା ହେଉ ଅଥବା ଦାୟିତ୍ୱହୀନତା ଯୋଗୁଁ କୋଭିଡ ରୋଗୀଙ୍କ ପରିବାର ଅନେକ ଆଶା ଓ ଆଶଙ୍କା ଅନୁଭବ କରୁଛନ୍ତି । କୋଭିଡ ରୋଗୀ ନଥାଇ ମଧ୍ୟ ରିପୋର୍ଟ ପଜିଟିଭ ଆସୁଥିବା ଅଭିଯୋଗ ହେଉଛି । ସେହିଭଳି ରୋଗୀ କୋଭିଡ କେୟାର ହେଉ କି କୋଭିଡ-୧୯ ହସ୍ପିଟାଲରେ ଭର୍ତ୍ତି ହୋଇ ଘରକୁ ଫେରିବାରେ ମଧ୍ୟ କୌଣସି ସୁନିଶ୍ଚିତତା ନାହିଁ । ତେଣୁ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏକ ସପ୍ତାହ ମଧ୍ୟରେ କୋଭିଡ ହସ୍ପିଟାଲରୁ ୨ ଜଣ ରୋଗୀ ନିଖୋଜ ହୋଇଛନ୍ତି । କିନ୍ତୁ ଅନୁଗୁଳ ଜିଲ୍ଲା ତାଳଚେର କୋଭିଡ ହସ୍ପିଟାଲରୁ ନିଖୋଜ ୭୨ ବର୍ଷୀୟ ବୃଦ୍ଧ ନିଖୋଜର ଦିନକ ପରେ ଘରକୁ ଫେରିଥିବା ବେଳେ ଢ଼େଙ୍କାନାଳ ଜିଲ୍ଲାର ୭୦ ବର୍ଷିୟ ବୃଦ୍ଧ କଟକର କୌଣସି ଏକ କୋଭିଡ ହସ୍ପିଟାଲରେ ନିଖୋଜ ଅଛନ୍ତି ।

ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବାରଦା ଗାଁର ଦୁର୍ଯ୍ୟୋଧନ ବେହେରାଙ୍କୁ ଗତ ସେପ୍ଟେମ୍ବର ୨୯ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପରିବାର ଲୋକେ ଆଣିଥିଲେ ।ଦୁର୍ଯ୍ୟୋଧନ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ । ଚିକିତ୍ସା ପୂର୍ବରୁ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ପରିବାର ଲୋକଙ୍କୁ ଘରକୁ ଫେରିଯିବା ପାଇଁ କୁହାଯାଇଥିବା ବେଳେ ଦୁର୍ଯ୍ୟୋଧନଙ୍କୁ ସ୍ଥାନୀୟ କୋଭିଡ ହସ୍ପିଟାଲକୁ ଚିିକିତ୍ସା ପାଇଁ ନିଆଯାଇଥିଲା ।

ମାତ୍ର ତାଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ପରିବାର ଲୋକଙ୍କୁ ସୂଚନା ମିଳିବା ପରେ ପୁଅ ପ୍ରଦୀପ୍ତ ପରଦିନ କଟକ ଯାଇ ବାପା ଦୁର୍ଯ୍ୟେଧନଙ୍କ ପତ୍ତା ଲଗାଇଥିଲେ । ହେଲେ ସେ ଜାଣିବାକୁ ପାଇଲେ ଯେ, ଏସିବି କୋଭିଡ ହସ୍ପିଟାଲରେ ତାଙ୍କର ବାପାଙ୍କ ନାମ ନାହିଁ । ସେ ହତାଶ ହୋଇ ଘରକୁ ଫେରିଥିଲେ । ଶେଷରେ ଉପାୟ ନପାଇ ପ୍ରଦୀପ୍ତ ସୋମବାର ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରାଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଅନ୍ୟପଟରେ ଢେଙ୍କାନାଳ ସିଡିଏମଓ ଡ. ସୁଜାତାରାଣୀ ମିଶ୍ର କୁହନ୍ତି, ରୋଗୀଙ୍କୁ ତାଙ୍କ ସଂପର୍କୀୟଙ୍କ ସହିତ କଟକ ନିଆଯାଇଥିଲା । ପରିବାର ଲୋକଙ୍କ ଜାଣତରେ ଏସବୁ କାମ ହୋଇଛି । ଯଦି ରୋଗୀ ନିଖୋଜ ଅଛନ୍ତି, ଏହା ନିଶ୍ଚିତ ଦୁଃଖର ବିଷୟ । ତେବେ ଦୁର୍ଯ୍ୟୋଧନ ମଧ୍ୟ ତାଳଚେର ରୋଗୀଙ୍କ ଭଳି କେଉଁଠି ନାଁ କେଉଁଠି ଥିବେ ବୋଲି ଆଶା କରାଯାଉଛି । ମାତ୍ର ଏହା ସ୍ପଷ୍ଟ ଭାବରେ କୁହାଯାଇପାରିବ ଯେ, ପ୍ରଶାସନ ରୋଗୀଙ୍କ ଉପଯୁକ୍ତ ଯତ୍ନ ନେଉ ନାହାନ୍ତି ।

ନିଖୋଜ ଥିଲେ ୭୨ ବର୍ଷିଅ କୋଭିଡ ଯୋଗୀ


ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ କୋଭିଡ ହସ୍ପିଟାଲରେ ସ୍ଥାନୀୟ ଘଣ୍ଟପାଡ଼ା ଗାଁର ମହରାଗା ନାଏକ (୭୨) କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଗତ ସେପ୍ଟେମ୍ବର ୩୦ ତାରିଖରେ ଭର୍ତ୍ତି ହୋଇଥିଲେ । ହସ୍ପିଟାଲ ପକ୍ଷରୁ ପରିବାର ଲୋକଙ୍କୁ କୁହାଯାଇଥିଲା ଯେ, ମହରଗା ସୁସ୍ଥ ହୋଇଯାଇଛନ୍ତି । ତାଙ୍କୁ ନେଇ ଯାଆନ୍ତୁ ।

ହଇରାଣ ହୋଇଥିଲେ ତାଲଚେରରେ ରୋଗୀ ଓ ପରିବାର


ବାପା ମହରଗା ସୁସ୍ଥ ହୋଇଯିବା ଖବର ପାଇ ପରିବାର ଲୋକେ ବହୁତ ଖୁସି ହୋଇଥିଲେ । ପୁଅ ହସ୍ପିଟାଲରେ ଯାଇ ପହଂଚି ବାପାଙ୍କୁ ଆଣିବାକୁ କହିବା ପୂର୍ବରୁ କର୍ତ୍ତୃପକ୍ଷ ବୃଦ୍ଧଙ୍କୁ ଠିକଣା ସମୟରେ ଆଣି ସମ୍ମୁଖରେ ରଖିପାରି ନଥିଲେ । କାରଣ ସେ ଗତ ୭ ତାରିଖ ରାତି ଠାରୁ ନିଖୋଜ ଥିଲେ । କିନ୍ତୁ ଆଠ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜ ଖବର ନ ମିଳିବାରୁ ପରିବାର ଲୋକେ ହସ୍ପିଟାଲ ସମ୍ମୁଖରେ କର୍ତ୍ତୃପକ୍ଷଙ୍କ ବିରୋଧରେ ଧାରଣା ଦେଇଥିଲେ ।

ଶେଷରେ ଅକ୍ଟୋବର ୯ ତାରିଖ ମହରଗାଙ୍କୁ ହସ୍ପିଟାଲର ତୃତୀୟ ମହଲାରୁ ଠାବ କରାଯାଇଥିଲା । ୫ ମହଲା ବିଶିଷ୍ଟ କୋଭିଡ ହସ୍ପିଟାଲର ତଳ ମହଲା ଓ ପ୍ରଥମ ମହଲା କାର୍ଯ୍ୟକ୍ଷମ ହୋଇଥିବା ବେଳେ ବାକି ସବୁ ବ୍ୟବହାର ହେଉନାହିଁ । କିନ୍ତୁ ମହରଗା ଜଣେ ରୋଗୀ ହୋଇ ୩ୟ ମହଲାରେ ପହଂଚିବା କର୍ତ୍ତୃପକ୍ଷଙ୍କ ଅବହେଳା ହିଁ କୁହାଯିବ ।

କାରଣ ଯଦି ଉପର ୩ଟି ମହଲା କାର୍ଯ୍ୟକ୍ଷମ ହୋଇନାହିଁ, ତାହେଲେ ଏହାର ରାସ୍ତା ବନ୍ଦ କରିଦେଇଥିଲେ, ସେଦିନ ଏତେ ବଡ଼ କାଣ୍ଡ କାହିଁକି ହୋଇଥାନ୍ତା । ହସ୍ପିଟାଲରେ ଯଦି ସିସିଟିଭି ସକ୍ରିୟ ରହିଥାନ୍ତା ମଧ୍ୟ ରୋଗୀ ଓ ରୋଗୀ ପରିବାରକୁ ଏତେ ହଇରାଣ ହେବାକୁ ପଡ଼ି ନଥାନ୍ତା ।

କେବେ ଯାଏଁ ସୁରକ୍ଷିତ ହେବ କୋଭିଡ ହସ୍ପିଟାଲ


ତେବେ ରାଜ୍ୟ ସରକାର କୋଭିଡ ରୋଗୀଙ୍କ ଗତିବିଧି ସଂପର୍କରେ ଅବଗତି ହେବା ପାଇଁ ସୂଚନା ପ୍ରଯୁକ୍ତିବିଦ୍ୟାକୁ ଆହୁରି ମଜବୁତ କରିବାକୁ ଘୋଷଣା କରିଥିଲେ । ସରକାର ଅତୀତରେ କହିଥିଲେ କୋଭିଡ ହସ୍ପିଟାଲରେ ସିସିଟିଭି କ୍ୟାମେରା ଲାଗିବ । ଏହି କ୍ୟାମେରା ମାଧ୍ୟମରେ ରୋଗୀଙ୍କ ସମସ୍ତ ଗତିବିଧି ଉପରେ ନଜର ରଖାଯାଇ ପାରିବ । ଏହା ଦ୍ୱାରା ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ମଜବୁତ କରାଯାଇପାରିବ । କିନ୍ତୁ ଏବେ ଅଭିଯୋଗ ହେଉଛି ଯେ, ଅନେକ ଗୁଡ଼ିକ କୋଭିଡ ହସ୍ପିଟାଲରେ ସୁବ୍ୟବସ୍ଥା ହୋଇପାରି ନାହିଁ ।

ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ, କିନ୍ତୁ ବ୍ୟାପକ ଅବ୍ୟବସ୍ଥା


କରୋନା ମୁକାବିଲା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସରକାର ବ୍ଲକ ସ୍ତରରେ କେରାନା ସମୀକ୍ଷା କରି ଭିତ୍ତିଭୂମି ପ୍ରସ୍ତୁତ କରିଥିବା କଥା କହୁଛନ୍ତି । ଅପରପକ୍ଷେ ଅଭିଯୋଗ ହେଉଛି, ପ୍ରଶାସନର ଦୁର୍ବଳତା ଯୋଗୁଁ ସାଧାରଣ ଲୋକ ଚିକିତ୍ସା ବ୍ୟବସ୍ଥାରେ ସନ୍ତୁଷ୍ଟ ନାହାନ୍ତି । କାରଣ ବିଗତ ଦିନରେ କୋଭିଡ କେୟାର ସେଣ୍ଟର, କୋଭିଡ ହସ୍ପିଟାଲ, କ୍ୱାରେଣ୍ଟାଇନ ସେଣ୍ଟରରେ ବ୍ୟାପକ ଅବ୍ୟବସ୍ଥା ଦେଖାଯାଇଥିବାର ଉଦାହରଣ ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments