Monday, May 20, 2024
Homeଖବରଡଙ୍ଗାରେ ଯାତ୍ରା: ସୁରକ୍ଷିତ ଫେରିବା ନିଶ୍ଚିତ ନୁହେଁ

ଡଙ୍ଗାରେ ଯାତ୍ରା: ସୁରକ୍ଷିତ ଫେରିବା ନିଶ୍ଚିତ ନୁହେଁ

ଭୁବନେଶ୍ବର: ଭାରତରେ ଗୋଟିଏ ଅଞ୍ଚଳର ସ୍ଥଳ ଭାଗକୁ ସେଠାକାର ଜଳଭାଗ ବିଭାଜନ କରୁଛି। ଅଳ୍ପ ଦୂରରେ ଥିବା ଅର୍ଥାତ ଆଖିରେ ଦେଖି ହେଉଥିବା ସ୍ଥାନକୁ ସ୍ଥଳ ଭାବରେ ପହଞ୍ଚିବା ପାଇଁ ବହୁ ସମୟ ଲାଗୁଛି। ଅନ୍ୟପଟରେ ଆର୍ଥିକ ସମ୍ବଳର ଅଭାବ ହେଉ ଅଥବା ପ୍ରଶାସନିକ ଅବହେଳାର କାରଣ ହେଉ ଜଳଭାଗର ଉଭୟ ପାର୍ଶ୍ବରେ ଥିବା ସ୍ଥଳଭାଗକୁ ପୋଲ ମାଧ୍ୟମରେ ସଂଯୋଗୀକରଣ କରାଯିବା ସମ୍ଭବ ନୁହେିଁ। ଏହି କାରଣରୁ ଲୋକେ ଶୀଘ୍ର ପହଞ୍ଚିବା ପାଇଁ ନିକଟରେ ଥିବା ଜଳଭାଗକୁ ମାଧ୍ୟମ କରୁଛନ୍ତି। କିନ୍ତୁ ଦେଶୀ ଡଙ୍ଗାରେ ଜଳ ଭାଗରେ ଯିବା ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି। ଗତ ମେ’ ମାସ କେରଳର ଡଙ୍ଗା ବୁଡ଼ି ଘଟଣାରେ ୨୨ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ଦେଶବାସୀ ଭୁଲି ପାରି ନଥିବା ବେଳେ ବୁଧବାର ଦିନ ବିହାରର ସାରଣ ଜିଲ୍ଲା ଦେଇ ପ୍ରବାହିତ ସରଯୁ ନଦୀରେ ଯାତ୍ରୀବାହୀ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଛି।

ବିହାରର ସାରଣ ଜିଲ୍ଲା ଦେଇ ପ୍ରବାହିତ ସରଯୁ ନଦୀରେ ୨୦୨୩ ନଭେମ୍ବର ୧ ତାରିଖ ଅପରାହ୍ଣରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡ଼ିଯାଇଛି। ଯେଉଁ ଯାତ୍ରୀବାହୀ ଡଙ୍ଗାଟି ବୁଡ଼ିଯାଇଛି ସେଥିରେ ମୋଟ୍ ୧୯ ଜଣ ଯାତ୍ରୀ ଥିଲେ। ସେମାନଙ୍କର ମଧ୍ୟରୁ ଅଳ୍ପ ସମୟ ମଧ୍ୟରେ ୨ ଜଣ ମହିଳାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ସ୍ଥାନୀୟ ଦମକଳ ବାହିନୀ ଅଘଟଣ ଘଟିବାର ୨୪ ଘଣ୍ଟା ମଧ୍ୟରେ ୧୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ ଆହୁରି ୫ ଜଣ ଯାତ୍ରୀ ନିଖୋଜ ଅଛନ୍ତି।

କେବଳ କେରଳ କି ବିହାର ନୁହେଁ। ଭାରତ ହେଉ କି ବିଦେଶରେ ହେଉ ଜଳପଥର ବ୍ୟବହାର କରି ଲୋକଙ୍କୁ ଯାତାୟତ କରିବାକୁ ପଡୁଛି। କିନ୍ତୁ ଜଳପଥରେ ଯାତ୍ରା ଜୀବନ ସୁରକ୍ଷିତ ଭାବେ ସ୍ଥଳ ଭାଗକୁ ପହଞ୍ଚିବା କେହି କହିପାରିବେ ନାହିଁ। ଡଙ୍ଗା ଖରାପ, ନାବିକର ତ୍ରୁଟି ତଥା ଅନ୍ୟ ବିପର୍ଯ୍ୟୟ ଯୋଗୁଁ ଦୁର୍ଘଟଣାରେ ଭାରତରେ ପ୍ରତିବର୍ଷ ଶତାଧିକ ଲୋକଙ୍କର ମୃତ୍ୟୁ ଘଟୁଛି।  ଜଳସ୍ରୋତରେ ଲୋକେ ଦେଶୀ ଡଙ୍ଗାରେ ଅତିକ୍ରମ କରୁଥିବା ବେଳେ ସତର୍କ ହେଉ ନାହାନ୍ତି। ପ୍ରଶାସନିକ ଅଧିକାରୀମାନେ ମଧ୍ୟ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେଉନାହାନ୍ତି। ଡଙ୍ଗାର କ୍ଷମତା ତୁଳନାରେ ଅଧିକ ଯାତ୍ରୀ ନିଆଯାଉଥିବା କାରଣରୁ ମଧ୍ୟ ଦୁର୍ଘଟଣା ଘଟୁଛି।

ଧାମରାରେ ନିଖୋଜ ହୋଇଗଲେ ଧୀବର

ସେହିଭଳି ଗତ ଅଗଷ୍ଟ ୧୩ ତାରିଖ ଦିନ ଭଦ୍ରକ ଜିଲ୍ଲା ଧାମରା ମାଛଧରା ବନ୍ଦରରେ ଜଣେ ଧୀବର  ବିଜୟ ନାୟକ (୨୪) ବୋଟରୁ ଖସି ନିଖୋଜ ହୋଇଯାଇଥିଲେ। କରଣପଲ୍ଲୀ ପଂଚାୟତ କୁଆମରା ଗ୍ରାମର ବିଜୟ ବୋଟରୁ ଓହ୍ଲାଉଥିବା ସମୟରେ ତାଙ୍କ ଗୋଡ଼ ଖସିଯିବାରୁ ସେ ନଦୀ ମଧ୍ୟକୁ ଖସି ପଡ଼ିଥିଲେ। ନଦୀରେ ଅତ୍ୟଧିକ ସ୍ରୋତ ଥିବାରୁ କେଉଁଆଡେ ଭାସି ଯାଇଥିବା ସନ୍ଦେହ କରାଯାଇଥିଲା।  ଖବର ପାଇ ଧାମରା ମେରାଇନ ପୁଲିସ ନଦୀ ମଧ୍ୟରେ ଖୋଜାଖୋଜି କରିଥିଲେ ମଧ୍ୟ ଧୀବରଙ୍କ ପତ୍ତା ମିଳି ନଥିବା ଜଣାପଡ଼ି ନଥିଲା।

ଡଙ୍ଗାରୁ ଖସିପଡ଼ିଲେ ଧୀବର 

ଗତ ଅକ୍ଟୋବର ୩୦ ତାରିଖ ଦିନ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ଦେବୀ ମୁହାଣକୁ ୫ ଜଣ ଧୀବର ମାଛ ଧରିବାକୁ ଦେବୀନଦୀର ମୁହାଣ ନିକଟକୁ ଯାଇଥିଲେ। ସନ୍ଧ୍ୟା ପ୍ରାୟ ୭ଟା ସମୟରେ ପୀତବାସ ବେହେରା ନାମକ ଜଣେ ଧୀବର  ଡଙ୍ଗାରୁ ଖସି ପଡ଼ିବାରୁ କିଛି ସମୟ ନିଖୋଜ ହୋଇଯାଇଥିଲେ। ସାଥୀରେ ଯାଇଥିବା ଅନ୍ୟମାନେ ଖୋଜାଖୋଜି କରିବାରୁ  କିଛି ସମୟ ପରେ ପୀତବାସଙ୍କୁ ପାଇଥିଲେ। କିନ୍ତୁ ସେତେବେଳକୁ ସେ ଚେତାଶୁନ୍ୟ ହୋଇଯାଇଥିଲେ। ସେଠାରୁ ତାଙ୍କୁ ନଦୀକୂଳକୁ ଆଣିବାକୁ ଅଧ ଘଣ୍ଟା ଲାଗିଥିଲା। ପରେ ପରେ ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେଇଥିଲେ। ହେଲେ ସେଠାରେ ଅବସ୍ଥା ସଂକଟାପନ୍ନ ଥିବାରୁ ଚାରିଛକ ମେଡିକାଲକୁ ରେଫର କରାଯାଇଥିଲା।  ତାଙ୍କୁ ମେଡିକାଲ ନିଆଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।।

 
ଚିଲିକାରେ ଗଳିପଡ଼ିଲେ ନାବିକ

ଚିଲିକା ହ୍ରଦର ଡ୍ରୋଜରକୁଦାରେ ପର୍ଯ୍ୟଟକମାନଙ୍କୁ ଡଲଫିନ୍ ଦେଖାଉଥିବା ବେଳେ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଧୀନ ସାତପଡ଼ା ଫାଣ୍ଡି ଅଧୀନ ଡ୍ରୋଜର କୁଦାଠାରେ ଯାତ୍ରୀବାହୀ ଡଙ୍ଗାର ଚାଳକ ବିକ୍ରମ ଜାଲି (୫୫) ନିଖୋଜ ହୋଇଯାଇଥିଲେ। ଏହା ଥିଲା ଗତ ଅକ୍ଟୋବର ୨୫ ତାରିଖର ଘଟଣା।  ୨ଟି ପରିବାରରେ ୩ଜଣ ଶିଶୁ, ୨ ଜଣ ମହିଳାଙ୍କ ସମେତ ମୋଟ ୮ ଜଣ ଥିଲେ। ଅପରାହ୍ଣ ପ୍ରାୟ ୨ଟାରେ ପଶ୍ଚିମବଙ୍ଗର ପର୍ଯ୍ୟଟକମାନେ ଏକ ଘରୋଇ ଡଙ୍ଗାରେ ଚିଲିକାର ବୃହତ୍ ଜଳରାଶି ଭିତରକୁ ପ୍ରବେଶ ଡଲଫିନ୍ ଦେଖିବା ଉଦ୍ଦେଶ୍ୟରେ ପ୍ରବେଶ କରିଥିଲେ। ପର୍ଯ୍ୟଟକମାନେ ଡ୍ରୋଜର କୁଦାରେ ପହଞ୍ଚିଲା ପରେ ନାବିକ ବିକ୍ରମ ଜାଲି ଡଙ୍ଗାକୁ ବନ୍ଦ କରିଦେଇଥିଲେ। ଏହି ଅଭାବନୀୟ ଘଟଣା ଘଟିଥିଲା। ବିକ୍ରମ ଡଙ୍ଗାକୁ ପୁଣି ଥରେ ଚଳାଇବା ବେଳେ ପାଣିରେ ଖସି ପଡ଼ିଥିଲେ। ଘଟଣାର ପରଦିନ ଚିଲିକାରୁ ତାଙ୍କର ମୃତଦେହ ମିଳିଥିଲା।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments