Monday, May 20, 2024
Homeଦୁର୍ଗମ ଅଂଚଳରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା
Array

ଦୁର୍ଗମ ଅଂଚଳରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା

ଭୁବନେଶ୍ୱର: ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଜିଲ୍ଲା ସ୍ତରରେ ମୁଖ୍ୟ ଡାକ୍ତରଖାନା, ସବ୍‌ଡିଭଜନରେ ଉପଖଣ୍ଡ ସ୍ତରୀୟ ଚିକିତ୍ସା ବ୍ୟବସ୍ଥା, ବ୍ଲକରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଆବଶ୍ୟକ ସ୍ଥଳରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି। ମାତ୍ର ଦୁଃଖର କଥା ହେଲା ହସ୍‌ପିଟାଲ ଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି ନଥିବାରୁ ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରୁ ନାହିଁ। ଚିକିତ୍ସା ଅଭାବରୁ କେଉଁଠି ନବଜାତର ମୃତ୍ୟୁ ହେଉଥିବା ବେଳେ ଅନ୍ୟ କେଉଁଠି ରୋଗୀକୁ ହସ୍‌ପିଟାଲ ପହଂଚାଇବା ପୂର୍ବରୁ ଜୀବନ ରହୁ ନାହିଁ।    

ଆଉ ମାତ୍ର କିଛି ଦିନ ପରେ ଦେଶ ୭୪ତମ ସ୍ୱାଧୀନତା ଦିବସ ପାଳନ କରିବ। କିନ୍ତୁ ପରିତାପର ବିଷୟରେ ଦେଶରେ ଚିକିତ୍ସା ବ୍ୟବସ୍ଥା ଆଜି ବି ଦୟନୀୟ ସ୍ଥିତିରେ ରହିଛି। ଦୁର୍ଗମ ଅଂଚଳରେ ଅବସ୍ଥା ଆହୁରି ଖରାପ ହେବାରେ ଲାଗିଛି। ଦୁର୍ଗମ ଅଂଚଳରେ ପ୍ରଥମତଃ ଚିକିତ୍ସା ପଇଁ ଆବଶ୍ୟକ ଭିତ୍ତିମୂମି ନଥିବା ବେଳେ ରାସ୍ତାଘାଟ ଅଧିକ ସଂକଟ ବଢ଼ାଉଛି। ଦୁର୍ଗମ ଅଂଚଳର ଜଣେ ରୋଗୀ ଯେତେବେଳେ ଗୁରୁତର ହେଉଛନ୍ତି, ସେହି ସମୟରେ ପରିବାର, ଗାଁ ଲୋକେ ଏବଂ ଆମ୍ବୁଲାନ୍ସ କର୍ମଚାରୀ କିଭଳି ହଟହଟା ହେଉଛନ୍ତି, ତାହା ସମସ୍ତେ ଜାଣିଛନ୍ତି।  

ଗମନାଗମନ ସାଜୁଛି ପ୍ରତିବନ୍ଧକ

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ର ଆଦିବାସୀ ଅଧ୍ୟୁଷିତ ଆଙ୍କୁଲି ପଞ୍ଚାୟତ ଏଲଗଲ ଗ୍ରାମର ଚଳିତ ମାସ ୮ ତାରିଖରେ ଅଭୟ ବେହେରାଙ୍କ ପତ୍ନୀ ସୁବାସିନୀଙ୍କୁ ପ୍ରସବ ବେଦନା ହୋଇଥିଲା। ସଂପୃକ୍ତ ମହିଳାଙ୍କୁ ପରିବାର ଲୋକେ ଦୋଳା ଓ ଡଙ୍ଗାରେ ବୋହି ଡାକ୍ତରଖାନା ନେଇଥିଲେ। ସେଠାରେ ମହିଳାଙ୍କ ଅସ୍ତ୍ରୋପଚାର କରାଗଲା। ଡାକ୍ତର ଓ ନର୍ସଙ୍କ ସମସ୍ତ ଉଦ୍ୟମ ପରେ ମହିଳା ଜଣକ ଏକ ମୃତ ସନ୍ତାନ ଜନ୍ମ ଦେଇଥିଲେ। ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ମହିଳାଙ୍କୁ ଠିକ୍‌ ସମୟରେ ଡାକ୍ତରଖାନା ନିଆଯାଇ ପାରିଥିଲେ ବୋଧେ ପିଲାଟି ବଂଚି ଯାଇଥାନ୍ତା। ଅଥବା ଅପରେସନ୍‌ ସମୟରେ ତ୍ରୁଟି ଥିବାରୁ ଶିଶୁଟିର ମୃତ୍ୟୁ ହୋଇଥାଇପାରେ।

ଆଦିବାସୀ ଅଂଚଳରେ ସ୍ଥିତି ଖରାପ

କେବଳ ଅଙ୍କୁଳି ନୁହେଁ ରାଜ୍ୟରେ ଏଭଳି ଅଂଚଳର ଅଭାବ ନାହିଁ। ଅନେକ ଗାଁକୁ ଆଜି ବି ଯୋଗାଯୋଗ ବ୍ୟବସ୍ଥା ହୋଇପାରି ନାହିଁ। ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡ଼ିକରେ ଏହି ସମସ୍ୟା ବାରମ୍ବାର ଦେଖାଯାଉଛି। ଗଂଜାମ, ଗଜପତି, ମାଲକାନଗିରି, କେରାପୁଟ, ରାୟଗଡ଼ା, ନବରଂଗପୁର, ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ଼ ଆଦି ଜିଲ୍ଲା ଗୁଡ଼ିକରେ ବହୁ ସଂଖ୍ୟାରେ ଦୁର୍ଗମ ସ୍ଥାନ ରହିଛି, ଯେଉଁଠାକୁ ପକ୍କା ରାସ୍ତାଟିଏ ନିର୍ମାଣ ହୋଇପାରି ନାହିଁ। ବର୍ତ୍ତମାନର ରାଜ୍ୟ ସରକାର ୨୦ ବର୍ଷରୁ ଅଧିକ ସମୟ ଧରି ଶାସନରେ ଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏବଂ ନେତାଙ୍କ ଦୂର ଦୃଷ୍ଟି ଅଭାବରୁ ଲୋକେ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବିପର୍ଯ୍ୟନ୍ତ ଚିକିତ୍ସା ବ୍ୟବସ୍ଥା

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ମକୁଆକାଟେଣୀ ପଂଚାୟତ ଅନ୍ତର୍ଗତ ବାଘୁଆ ଗ୍ରାମର ବିଜେନ୍ଦ୍ର ପଧାନଙ୍କ ସ୍ତ୍ରୀ ମମତା ପଧାନ ଚିକିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଚଳିତ ମାସ ୭ ତାରିଖରେ ମମତାଙ୍କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହା ପୂର୍ବରୁ ମମତା ରାତି ପ୍ରାୟ ତିନି ଟାରେ ନିଜ ଘରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। କିନ୍ତୁ ପୁତ୍ର ଜନ୍ମ ହେବା ପରେ ମମତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା। ତେଣୁ ତାଙ୍କୁ ପରିବାର ଲୋକେ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments