Monday, May 20, 2024
Homeଖବରପ୍ରମୁଖ ଖବରନରେନ୍ଦ୍ର ମୋଦୀଙ୍କ ଉପରେ ପିଏଚ୍‌ଡି

ନରେନ୍ଦ୍ର ମୋଦୀଙ୍କ ଉପରେ ପିଏଚ୍‌ଡି

ଭୁବନେଶ୍ବର: ବିଗତ ଘଟଣାକୁ ନେଇ ଇତିହାସ ଲେଖାଯାଇଥାଏ। ବ୍ୟକ୍ତି ହେଉ ବା ବସ୍ତୁ ହେଉ ଆଗାମୀ ପିଢ଼ିର ଲୋକଙ୍କୁ ମନେ ପକାଇ ଦେବା ପାଇଁ ଇତିହାସର ଆବଶ୍ୟକତା ପଡ଼ିଥାଏ। ଏହା ସମସ୍ତେ ଜାଣିଛନ୍ତି। ଏହି ଆଧାରରେ ସ୍ରଷ୍ଟା ବା ସଂସ୍ଥା ନାମକରଣ ମଧ୍ୟ କରିଥାନ୍ତି। ମାତ୍ର ଆଖି ଆଗରେ ଦେଖାଯାଉଥିବା ବ୍ୟକ୍ତି ଓ ବସ୍ତୁର ନାମକରଣ ଅଥବା ଗବେଷଣାତ୍ମକ ଅଧ୍ୟୟନ ଖୁବ୍‌ କମ ପରିମାଣରେ ଦେଖାଯାଇଥାଏ। କିନ୍ତୁ ଏହି କାମ ଯାହା ଉଦ୍ଦେଶ୍ୟରେ ହୋଇଥାଏ, ନିଶ୍ଚିତ ରୂପେ ସେମାନଙ୍କୁ କୁହାଯାଇପାରିବ ଯେ, କାଳଜୟୀ। ଏକବିଂଶ ଶତାଦ୍ଦୀରେ ଏଭଳି ଜଣେ ପୁରୁଷ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭବିଷ୍ୟତରେ ମୋଦୀଙ୍କ ଉପରେ ବହୁ ଗବେଷଣା ଆସିବାର ସମ୍ଭାବନାକୁ ଏଡେଇ ଦିଆଯାଇ ନପାରେ।

ଭାରତୀୟ ରାଜନୀତିରେ ନରେନ୍ଦ୍ର ଦାମୋଦରଦାସ ମୋଦୀ ହେଉଛନ୍ତି ବିରଳ ବ୍ୟକ୍ତିତ୍ବ। ଉତ୍ତର ଗୁଜୁରାଟର ବଡ଼ନଗରରେ ସେ ୧୯୫୦ ସେପ୍ଟେମ୍ବର ୧୭ରେ ଜନ୍ମଗ୍ରହଣ କରିଥିଲେ। ୭୩ ବର୍ଷୀୟ ମୋଦୀ ହେଉଛନ୍ତି ଭାରତୀୟ ଜନତା ପାର୍ଟି (ବିଜପେି) ଓ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍‌ଏସ୍‌)ର ବରିଷ୍ଠ ସଦସ୍ୟ। ମାତ୍ର ୮ ବର୍ଷ ବୟସରେ ମୋଦୀ ଆରଏସ୍‌ଏସ୍‌ରେ ଯୋଗ ଦେଇଥିଲେ। ରେଳଷ୍ଟେସନରେ ବାପାଙ୍କ ଚା’ ଦୋକାନରେ କାମ କରୁଥିଲେ। ୧୮ ବର୍ଷ ବୟସରେ ଯଶୋଦା ବେନ୍‌ଙ୍କୁ ବିବାହ କରିଥିଲେ। ତାଙ୍କର ବୈବାହିକ ଜୀବନ ଅନ୍ୟମାନଙ୍କ ଠାରୁ ଭିନ୍ନ ଥିଲା। ୨୦୦୧ରୁ ୨୦୧୪ ଯାଏଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ପରେ ବର୍ତ୍ତମାନ ଯାଏଁ ଦେଶର ପ୍ରଧାନମନ୍ତ୍ରୀ ଅଛନ୍ତି। ଭାରତୀୟ ଜାତୀୟ କଂଗ୍ରେସ ପରେ ସେ ହେଉଛନ୍ତି ଅନ୍ୟ କୌଣସି ରାଜନୈତିକ ଦଳରୁ ଆସି ଦୀର୍ଘ ଦିନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦରେ ରହିଥିବା ବ୍ୟକ୍ତି। ମୋଦୀଙ୍କ ନେତୃତ୍ବକୁ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରମାନେ ସମ୍ମାନ ଦିଅନ୍ତି।

ପିଏଚ୍‌ଡି ଛାତ୍ରୀଙ୍କ ଗବେଷଣା

ଉତ୍ତରପ୍ରଦେଶର ବାରାଣସୀସ୍ଥିତ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ (ବିଏଚ୍‌ୟୁ)ର ମୁସଲିମ ଗବେଷକ ଛାତ୍ରୀ ନଜମା ପରବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପିଏଚ୍‌ଡି ପୂରା କରିଛନ୍ତି। ସେ କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ହେଉଛନ୍ତି ଦେଶର ଭରସାଯୋଗ୍ୟ ନେତା। ସେ ମୁଲସମାନଙ୍କ ବିରୋଧୀ ନୁହଁନ୍ତି। ବରଂ ମଙ୍ଗଳକାରୀ ଅଟନ୍ତି। କେବଳ ଏତିକି ନୁହେଁ ମୋଦୀ ହେଉଛନ୍ତି ଆଧ୍ୟାତ୍ମିକ ଚିନ୍ତକ ଏବଂ ସମାଜ ସୁଧାରକ। ନଜମା ପରବୀନ ନିଜର ଗବେଷଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଜନୀତିର ମହାନାୟକ ଭାବେ ଉପସ୍ଥାପନା କରିଛନ୍ତି। ଛାତ୍ରୀ ଜଣକ ନିଜର ଗବେଷଣା ଶିର୍ଷକ ‘ମୋଦୀଙ୍କ ରାଜନୈତିକ ନେତୃତ୍ବ: ଏକ ବିଶ୍ଲେଷଣାତ୍ମକ ଅଧ୍ୟୟନ’ରେ କହିଛନ୍ତି, ନରେନ୍ଦ୍ର ମୋଦୀଙ୍କ ଉପରେ ଏହି ଅଧ୍ୟୟନ ଦେଶରେ ମୁସଲିମ ମହିଳା ଦ୍ବାରା କରାଯାଇଥିବା ପ୍ରଥମ ଉଦ୍ୟମ। ନଜମାଙ୍କ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ୨୦୧୪ର ପରିବର୍ତ୍ତନ ଉପରେ ଗବେଷଣା ହେବା ଦରକାର। ସଂଘର୍ଷ ପରିଚାଳନାରେ ଅଧ୍ୟୟନ ପାଇଁ ପ୍ରବେଶ ନେଇଥିଲି। ସେହି ସମୟରେ ଲୋକେ ହତୋତ୍ସାହ କରିଥିଲେ ଯେ, ମୋଦୀଙ୍କ ଉପରେ ପିଏଚ୍‌ଡି କରନାହିଁ। ମୁସଲିମ ହୋଇଥିବା କାରଣରୁ ମଧ୍ୟ ଲୋକେ ଏହା ଚାହିଁ ନଥିଲେ। ମାତ୍ର ଦୃଢ଼ ସଂକଳ୍ପ ଯୋଗୁଁ ୮ ବର୍ଷରେ ଏହି କାମ ପୂରା ହୋଇପାରିଛି। ଗବେଷଣା ପୂରା କରିବା ପାଇଁ ୨୦ଟି ହିନ୍ଦୀ ଓ ୭୯ଟି ଇଂରାଜୀ ପୁସ୍ତକ ଅଧ୍ୟୟନ କରିଛି। ଏଥି ସହିତ ୩୭ଟି ପତ୍ର-ପତ୍ରିକା ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଇ ପଙ୍କଜ ମୋଦୀ, ଆରଏସଏସ ପଦାଧିକାରୀ ଇନ୍ଦ୍ରେଶ କୁମାର ସହିତ କଥା ହୋଇଛି। ତିନି ତଲାକ ଆନ୍ଦୋଳନ, ମୁସଲିମ ମହିଳାଙ୍କ ଦ୍ବାରା ନରେନ୍ଦ୍ର ମୋଦୀଙ୍କୁ ରାଖୀ ପଠାଇବା, ଭାରତୀୟ ଅବାମ ପାର୍ଟିର ମୋଦୀ ସମର୍ଥକଙ୍କୁ ଭେଟିଛି। ଗବେଷଣାରେ କାଶୀବାସୀ ମଧ୍ୟ ସାମିଲ ଅଛନ୍ତି। ନଜମାଙ୍କ ମାତା-ପିତାଙ୍କ ମୃତ୍ୟୁ ହୋଇସାରିଛି। ରାଜନୀତି ଶାସ୍ତ୍ର ବିଭାଗର ପ୍ରଫେସର ସଂଜୟ ଶ୍ରୀବାସ୍ତବଙ୍କ ନିଦର୍ଶନରେ ଗବେଷଣା ପୂରା ହୋଇଛି। ସାକ୍ଷାତକାର ପରୀକ୍ଷକ ଭାବେ ଜାମିୟା ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟର ରାଜନୀତି ଶାସ୍ତ୍ର ବିଭାକର ପ୍ରଫେସର ମେହତାବ ଆଲମ ରିଜଭୀ ଥିଲେ।

ନରେନ୍ଦ୍ର ମୋଦୀ ଷ୍ଟାଡିୟମ

ଗୁଜୁରାଟର ଅହମଦାବାଦ୍‌ର ମୋଟେରାରେ ଥିବା ଷ୍ଟାଡିୟମ୍‌ ନରେନ୍ଦ୍ର ମୋଦୀଙ୍କ ନାମରେ ନାମିତ କରାଯାଇଛି। ଏହି ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ୧,୩୨,୦୦୦ ଦର୍ଶକ ବସିପାରିବାର କ୍ଷମତା ରହିଛି। ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଷ୍ଟାଡିୟମ ଭଳି ଏହାର ନିର୍ମାଣ ଶୈଳୀ। ଗୁଜୁରାଟ କ୍ରିକେଟ୍‌ ଆସୋସିଏନ୍‌ (ଜିସିଏ) ଦ୍ବାରା ପରିଚାଳିତ ଏହି ଷ୍ଟାଡିୟମ ୨୦୨୧ ଫେବ୍ରୁଆରି ୨୪ରେ ପୁନଃ ଲୋକାର୍ପିତ ହୋଇଥିଲା। ତତ୍‌କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ଲୋକାର୍ପଣ କରିଥିଲେ। କିନ୍ତୁ ଉଦ୍‌ଘାଟନ ହେବା ପୂର୍ବରୁ ତତ୍‌କାଳୀନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ କାଳରେ ଏଠାରେ ୨୦୨୦ରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସ୍ମରଣୀୟ ରହିବ ମୋଦୀଙ୍କ କାମନରେନ୍ଦ୍ର ମୋଦୀଙ୍କୁ ବିରୋଧୀମାନେ ମଧ୍ୟ କଡ଼ା ସମାଲୋଚନା କରନ୍ତି। କାରଣ ସେ ମୁଖ୍ୟମନ୍ତ୍ରୀ ଥିବା ବେଳେ ୨୦୦୨ ମସିହାରେ ଗୁଜୁରାଟ ଦଙ୍ଗା ହୋଇଥିଲା, ଯେଉଁଥିରେ କି ପ୍ରାୟ ୨୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏଥିରେ କିନ୍ତୁ ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ଏକ ତଦନ୍ତକାରୀ ଟିମ୍‌କୁ ଏହାର ସତ୍ୟତା ମିଳିପାରି ନଥିଲା। ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏକୁ ବିପୁଳ ସମର୍ଥନ ମିଳିବା ପରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୋଇଥ‌ିଲେ। ତାଙ୍କର ନେତୃତ୍ବକୁ ଦେଶବାସୀ ୨୦୧୯ରେ ମଧ୍ୟ ସମର୍ଥନ ଜଣାଇଥିଲେ। ମୋଦୀଙ୍କ ଶାସନରେ ସ୍ବଚ୍ଛ ଭାରତ ମିସନ, ବିମୁଦ୍ରୀକରଣ, ଜିଏସ୍‌ଟି, ବାଲାକୋଟ ଷ୍ଟ୍ରାଇକ୍‌, ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା, କୋଭିଡ-୧୯ ମହାମାରୀ ସମୟରେ ଦେଶବାସୀଙ୍କୁ ମାଗଣାରେ ଟିକା, ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ସ୍ମରଣୀୟ ରହିବ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments