Monday, May 20, 2024
Homeଖବରସର୍ଭେ କହିଛି କ’ଣ, କାହାର ହେବ ସରକାର?

ସର୍ଭେ କହିଛି କ’ଣ, କାହାର ହେବ ସରକାର?

ଭୁବନେଶ୍ବର: ଦୁଇରୁ ତିନି ସପ୍ତାହ ପରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ଏପ୍ରିଲ ମାସରେ ଲୋକସଭା ସହିତ ଓଡ଼ିଶାରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ମେ’ ମାସ ଶେଷ ସୁଦ୍ଧା ସରିବ। ବିଭିନ୍ନ ଜାତୀୟ ସଂସ୍ଥା ଦ୍ବାରା କରାଯାଇଥିବା ସର୍ଭେ ରିପୋର୍ଟ ଅନୁସାରେ କେନ୍ଦ୍ରରେ ପୁଣି ଥରେ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ବରେ ଏନ୍ଡିଏ ସରକାର ଗଢ଼ିବା ଆଶଙ୍କା ଅଧିକ ଦେଖାଯାଉଛି। ବିଜେପି ଆଗାମୀ ନିର୍ବାଚନରେ ଓଡ଼ିଶାରେ ବିଜୟ ହାସଲ କରି ଡବଲ ଇଂଜିନ ଲଗାଇବାକୁ ଆଶା କରୁଥିବା ବେଳେ ବିଜେଡି ଐତିହାସିକ ରେକର୍ଡ ହାଲସ କରିବାକୁ ଲକ୍ଷ୍ୟ ରଖିଛି।

କେନ୍ଦ୍ରରେ ହେଉ ବା ରାଜ୍ୟରେ ସରକାର କିଏ ଗଢ଼ିବେ ତାହା ଆଗାମୀ ସମୟ କହିବ। ଗଣତନ୍ତ୍ରିକ ରାଷ୍ଟ୍ରରେ ଜନତା ହେଉଛନ୍ତି ସରକାରର ଭାଗ୍ୟ ବିଧାତା। ସାଧାରଣ ଜନତା ଯେଉଁ ଦଳକୁ ସମର୍ଥନ ଦେବେ, ସେହିମାନେ ହିଁ ସରକାର ଗଢ଼ିବେ। ଏହା ଜାଣି ମଧ୍ୟ ରାଜନୈତିକ ଦଳର ନେତାମାନେ ନିଜ ସପକ୍ଷରେ ଲୋକଙ୍କୁ ଆଣିବା ପାଇଁ ହଟଚମଟ ସୃଷ୍ଟି କରୁଛନ୍ତି। ବିଭିନ୍ନ ସଂସ୍ଥା ଦ୍ବାରା କରାଯାଇଥିବା ସର୍ଭେ ରିପୋର୍ଟକୁ ଆଧାର କରି ସରକାର ଗଢ଼ିବାକୁ ଦାବି କରୁଛନ୍ତି। କିନ୍ତୁ ଓଡ଼ିଶାରେ ଆଗାମୀ ସରକାର କାହାର ହେବ, ତାହା ଜନତା ନିଷ୍ପତ୍ତି ନେବେ।

ନେତାଙ୍କ ଦମ୍ଭୋକ୍ତି; ବିଜେଡି ଜିତିବ

୨୦୨୪ ନିର୍ବାଚନରେ ବିଜେଡି ଜିତିବ ବୋଲି ଦଳୀୟ କର୍ମୀମାନେ ଏବେ ଠାରୁ ଦମ୍ଭୋକ୍ତି ବାଢ଼ିଛନ୍ତି। ଏହି ନିର୍ବାଚନ ବିଜେଡି ପାଇଁ ଐତିହାସିକ ହେବ ବୋଲି ଚର୍ଚ୍ଚା କରିଛନ୍ତି। ବିଜେଡି ରେକର୍ଡ ସଂଖ୍ୟାରେ ବିଧାନସଭା ଆସିନରେ ଜିତିବା ବୋଲି ଆଶା କରିଛନ୍ତି। ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ଜନତା ଦଳ ୧୯୯୦ରେ ୧୨୩ ବିଧାନସଭା ଆସନ ଜିତିଥିଲା। ୨୦୨୪ ନିର୍ବାଚନରେ ବିଜେଡି ୧୨୮ ଆସନରେ ଜିତିବ ବୋଲି ପ୍ରାକ୍ ନିର୍ବାଚନୀ ଜାତୀୟ ସର୍ଭେ କହୁଛି। ଅନ୍ୟପଟରେ ନବୀନ ପଟ୍ଟନାୟକ ୬ଷ୍ଠ ପାଇଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେଡି ନେତାମାନେ ଉତ୍ସାହିତ ଅଛନ୍ତି।

୩୦ ଲକ୍ଷରୁ ଅଧିକ ଦାଦାନ

୨୦୦୦ ମହିସାରୁ ବିଜେଡି ସରକାରକୁ ଆସିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ରହି ଆସିଛନ୍ତି। ଏହାରି ମଧ୍ୟରେ ଓଡ଼ିଶାରୁ ବାହାର ରାଜ୍ୟରେ ୩୦ ଲକ୍ଷରୁ ଅଧିକ ଦାଦାନ ଖଟୁଛନ୍ତି। ନବୀନ ସରକାରରେ ୨୦୦୦ ମସିହା ଠାରୁ ୨୦୨୧ ଯାଏଁ ବିକାଶର ଗ୍ରାଫ୍ କ’ଣ ଥିଲା ଦାଦନ ଶ୍ରମିକ ଓ ଶିକ୍ଷିତ ବେକାରିମାନେ ହିଁ ଜାଣିଛନ୍ତି।  ଓଡ଼ିଶାର ଲୋକେ କେତେ ବିକଶିତ ତାହା ସେମାନେ ହିଁ ଜାଣିଛନ୍ତି, ଯେଉଁମାନେ ରାଜ୍ୟରେ କାମଧନ୍ଦା ନପାଇ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। କିନ୍ତୁ ସରକାର ଭାଷଣବାଜୀରେ ୧ ନମ୍ବର। ୨୪ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛନ୍ତି ବୋଲି ବିଜେଡି ଦାବି କରୁଛି। ପ୍ରତିଟି ଓଡ଼ିଆଙ୍କ ପାଇଁ ହୋଇଛି କିଛି ନା କିଛି ବ୍ୟବସ୍ଥା କରିଛନ୍ତି ବୋଲି କହୁଛି। ସବୁ କ୍ଷେତ୍ରରେ ବିକାଶର ଶିଖର ଛୁଇଁଛି। ଓଡ଼ିଶାରେ ନବୀନ ପଟ୍ଟନାୟକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଦେଶର ୫ ନମ୍ବର ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି।  

୮୦ ବିଧାନସଭା ଆସନ ଜିତିବ ବିଜେପି!

ଆଗାମୀ ନିର୍ବାଚନରେ ଓଡ଼ିଶାରେ ବିଜେପି ଭଲ ପ୍ରଦର୍ଶନ ପାଇଁ ରଣନୀତି କରୁଛି। ସେଥିପାଇଁ ଦଳ ରାଜ୍ୟର ମୋଟ ୨୧ ଲୋକସଭା ଆସନ ଉପରେ ଦଳର ଫୋକସ ରଖିଛି। ୨୦୧୯ରେ ଦଳ ଯେଉଁଭଳି ସଫଳତା ପାଇଥିଲା ଆଗାମୀ ଲୋକସଭା ନିର୍ବାଚନରେ ତାହାକୁ କେବଳ ଦୋହରାଇବନି ବରଂ ପୂର୍ବାପେକ୍ଷ ଅଧିକ ସିଟ୍ ହାତେଇବାକୁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛି। ଏଥିପାଇଁ ବିଜେପି ନୂଆ ରଣନୀତି ସହ ମଇଦାନକୁ ଓହ୍ଲାଇବ। କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଓଡ଼ିଶା ଆସି ଦଳୀୟ ନେତାଙ୍କୁ ଗୁପ୍ତ ମନ୍ତ୍ରଣା ଦେବ ସହିତ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ରାଜ୍ୟ ବିଜେପିର ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି ଯେ, ୮୦ ବିଧାନସଭା ଓ ୧୬ ଲୋକସଭା ଆସନ ଜିତିବ ବିଜେପି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡିଶାରେ ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ୧୫ ଆସନରେ ଜିତିବ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments