Monday, May 20, 2024
Home୧୪ ମାସ ପରେ ମୁକ୍ତି ପାଇଲେ ମୁଫତି, ଗୃହବନ୍ଦୀରେ ଥିବା ସମୟରେ କ’ଣ କହିଥିଲେ ଜାଣନ୍ତୁ
Array

୧୪ ମାସ ପରେ ମୁକ୍ତି ପାଇଲେ ମୁଫତି, ଗୃହବନ୍ଦୀରେ ଥିବା ସମୟରେ କ’ଣ କହିଥିଲେ ଜାଣନ୍ତୁ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିଏଫର ମୁଖ୍ୟ ନେତ୍ରୀ ମେହେବୁବା ମୁଫତି ଦୀର୍ଘ ୧୪ ମାସ ପରେ ଗୃହବନ୍ଦୀରୁ ମୁକ୍ତି ପାଇଛନ୍ତି । ଏହି ବର୍ଷେ ମଧ୍ୟରେ ମୁଫତି ଗୃହବନ୍ଦୀରୁ ମୁକ୍ତି ପାଇବାକୁ ଅନେକ ଉଦ୍ୟମ କରିଥିଲେ ବି ସଫଳ ହୋଇ ନଥିଲେ । ଘାଟୀର ସ୍ଥିତି ସ୍ୱାଭାବିକ ହେବା ପରେ ମୁଫତିଙ୍କୁ ମଙ୍ଗଳବାର ଗୃହବନ୍ଦୀରୁ ଆଶ୍ୱସ୍ତି ମିଳିଛି । ଜମ୍ମୁ କଶ୍ମୀରର ମୁଖ୍ୟ ଶାସନ ସଚିବ ରୋହିତ କନସଲଙ୍କ ସୂଚନା ଅନୁସାରେ ଦୀର୍ଘ ୧୪ ମାସ ୮ ଦିନ ପରେ ମୁଫତିଙ୍କୁ ମୁକ୍ତି ମିଳିଛି । କେବଳ ମୁଫତି ନୁହଁନ୍ତି, ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପୂର୍ବରୁ ଉମର ଅବଦ୍ଦୁଲା ଓ ତାଙ୍କର ପିତା ଫାରୁକ ଅବଦ୍ଦୁଲାଙ୍କୁ ମଧ୍ୟ ଗୃହବନ୍ଦୀରେ ରଖାଯାଇଥିଲା ।

ମୁଫତିଙ୍କ ପରବର୍ତ୍ତୀ କାର୍ଯ୍ୟକ୍ରମ

ଗୃହବନ୍ଦୀରୁ ମୁକ୍ତ ହୋଇଯିବା ପରେ ମୁଫତି ପୁଣି ଥରେ କହିବା ଆରମ୍ଭ କରିଦେଇଛନ୍ତି । ସେ ଟୁଇଟ କରି ସୁରକ୍ଷା ଆଇନ ଆଧାରରେ ଧାରା ୩୭୦ ଉଚ୍ଛେଦକୁ କଳା ନିଷ୍ପତ୍ତି କହିଛନ୍ତି । କଶ୍ମୀରରେ ସେ ସଂଘର୍ଷ ଜାରି ରଖିବେ । ମୁଁ ୧ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଗୃହବନ୍ଦୀ ରହିବା ପରେ ମୁକୁଳିଛି । ଗତବର୍ଷ ଅଗଷ୍ଟ ୫ରେ ହୋଇଥିବା କେନ୍ଦ୍ର ସରକାରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ମୋ ହୃଦୟରେ ଯୁଦ୍ଧ ଭଳି ପରସ୍ଥିତି ସୃଷ୍ଟି କରିଛି । ଆଶା କରୁଛି ଘାଟୀର ଲୋକେ ମୋତେ ସମର୍ଥନ ଜଣାଇବେ । ସେଦିନର ସେହି କଳା ନିଷ୍ପତ୍ତିକୁ ଜମ୍ମୁକଶ୍ମୀର ବାସୀ ଭୁଲି ନଥିଲେ।

ଧାର ୩୭୦ ଉଚ୍ଛେଦ ପରେ ଜମ୍ମୁ ଓ ଲଦ୍ଦାଖର ସୃଷ୍ଟି

କେନ୍ଦ୍ର ସରକାର ଗତବର୍ଷ ଅଗଷ୍ଟ ୫ ତାରିଖ ଦିନ ଜମ୍ମୁ କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିଥିଲେ । ସେହି ଦିନଟି ଭାରତ ଇତିହାସ ପାଇଁ ଏକ ସ୍ମରଣୀୟ ଦିନ ଥିଲା । ଘାଟୀରେ ୩୫ ହଜାର ଅତିରିକ୍ତ ସେନା ମୁତୟନ କରାଯାଇଥିଲା । ଭବିଷ୍ୟତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ଅଂଚଳରୁ ଯବାନମାନେ କଶ୍ମୀରକୁ ଯାଇଥିଲେ । କଡ଼ା ସୁରକ୍ଷା ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ ଯେ, ଘାଟୀରୁ ଧାରା ୩୭୦ ଉଚ୍ଛେଦ କରାଯାଉଛି । ଏଣିକି ଘାଟୀର ଲୋକେ ଦେଶର ଅନ୍ୟ ରାଜ୍ୟର ଲୋକଙ୍କ ଭଳି ଜୀବନ ଜିଇଁବାର ଅଧିକାର ପାଇବେ । ସେହି ଦିନ ଜମ୍ମୁ ଓ ଲଦ୍ଦାଖ କେନ୍ଦ୍ର ଶାସିତ ରାଜ୍ୟରେ ପରିଣତ ହୋଇଥିଲା ।

ଧାରା ୩୭୦ ଉଚ୍ଛେଦ ପାଇଁ ସ୍ୱତନ୍ତ୍ର ରଣନୀତି

ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ଓ ବିଚ୍ଛିନ୍ନତାବାଦୀଙ୍କ ଆନ୍ଦୋଳନ ଦେଖାଦେବାର ଆଶଙ୍କା ଥିଲା । ଘାଟୀରେ ଉତ୍ତେଜନାପୂର୍ଣ୍ଣ ଥିବାରୁ ଶ୍ରୀନଗର ସମେତ ଅନ୍ୟ କିଛି ଅଞ୍ଚଳରେ ମଧ୍ୟ ଇଣ୍ଟରନେଟ ଓ ମୋବାଇଲ ସେବା ପ୍ରତି କଟକଣା ଲଗାଇ ଦିଆଯାଇଥିଲା । ଶ୍ରୀନଗରରେ ଧାରା ୧୪୪ ଲାଗୁ କରି ଦିଆଯାଇଥିଲା । ସେତେବେଳକୁ ଉମର ଅବଦୁଲା ଓ ମେହେବୁବା ମୁଫତି ନଜରବନ୍ଦୀ ହୋଇସାରିଥିଲେ । ଶ୍ରୀନଗରରେ କେବଳ ଟିଭି ବନ୍ଦ, ରାଜନୈତିକ ରାଲିକୁ ଅନୁମତି ଦିଆଯାଇ ନ ଥିଲା । ସେହିପରି ସ୍କୁଲ-କଲେଜ ସହିତ ଅନ୍ୟ ଅଫିସ ଗୁଡ଼ିକ ସୁରକ୍ଷା ଦୃଷ୍ଟିକୋଣରୁ ବନ୍ଦ ରଖାଯାଇଥିଲା । ସେହିପରି ଶ୍ରଦ୍ଧାଳୁଙ୍କୁ ଧର୍ମାନୁଷ୍ଠାନ ଓ ପର୍ଯର୍୍ୟଟକଙ୍କୁ ଘାଟୀ ଛାଡ଼ିବା ପାଇଁ ପରାମର୍ଶ ଦିଆଯାଇଥିଲା ।

କ’ଣ କହିଥିଲେ ଆମେରିକା ଓ ନେଦରଲ୍ୟାଣ୍ଡ

ଯୁକ୍ତରାଷ୍ଟ୍ର ଆମେରିକା ସବୁ ପକ୍ଷକୁ ନିୟନ୍ତ୍ରଣ ରେଖା (ଏଲଓସି)ରେ ଶାନ୍ତି ଓ ସଦଭାବ ପ୍ରତିଷ୍ଠା କରିବାକୁ ଦାବି କରିଥିଲା । ଆମେରିକୀୟ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ମୋର୍ଗାନ ଓର୍ଟାଗସ କହିଥିଲେ, ଭାରତ ସରକାରଙ୍କ ଦ୍ୱାରା ଧାରା ୩୭୦କୁ ଉଚ୍ଛେଦ କରାଯିବା ପରେ ଜମ୍ମୁ କଶ୍ମୀରରେ ଘଟଣାକ୍ରମ ଉପରେ ପାଖାପାଖି ନଜର ରଖୁଛି । ଓର୍ଟାଗସ ପାକିସ୍ତାନ ନାମ ନ ନେଇ କହିଛି ଯେ, ଆମେ ନିୟନ୍ତ୍ରଣ ରେଖା ଉପରେ ସବୁ ପକ୍ଷଙ୍କୁ ଶାନ୍ତି ଓ ସଦଭାବ ପ୍ରତିଷ୍ଠା ରଖିବାକୁ ଅପିଲ କରୁଛୁ । ନେଦରଲ୍ୟାଣ୍ଡର ସାଂସଦ ଗୀର୍ତ ବିଲଡର୍ସ ମୋଦୀ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରି କହିଥିଲେ, ଭାରତ ହେଉଛି ଗଣତନ୍ତ୍ରରେ ପରିପୂର୍ଣ୍ଣ ଏକ ଦେଶ । ଜମ୍ମୁ କଶ୍ମୀରବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ । କିନ୍ତୁ ସେ କହିଥିଲେ, ପାକିସ୍ତାନ ଏକ ଆତଙ୍କବାଦୀର ଦେଶ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments