Monday, May 20, 2024
Home୪୦ ଦିନର ଲକ୍‌ଡାଉନ୍‌ରେ ଲୋକେ ବ୍ୟସ୍ତ!
Array

୪୦ ଦିନର ଲକ୍‌ଡାଉନ୍‌ରେ ଲୋକେ ବ୍ୟସ୍ତ!

ଭୁବନେଶ୍ୱର: ରାଜ୍ୟରେ ଲକ୍‌ଡାଉନ୍‌କୁ ୪୦ ଦିନ ପୁରିଛି । କରୋନା ଭାଇରସ ସଂକ୍ରମଣ ବଢ଼ିବା ଯୋଗୁଁ ରାଜ୍ୟ ସରକାର ଗତ ମେ’ ମାସ ୫ ତାରିଖରୁ ଲକ୍‌ଡାଉନ୍ ଲାଗୁ କରିଥିଲେ । ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ, ଆଗାମୀ ୧୮ ତାରିଖରୁ ରାଜ୍ୟ ସୁନିଶ୍ଚିତ ଭାବେ ଅନ୍‌ଲକ୍ ହୋଇଥାନ୍ତା । କିନ୍ତୁ ବର୍ତ୍ତମାନ ରାଜ୍ୟର ସ୍ଥିତି ଯାହା ଅଛି, ଲକ୍‌ଡାଉନ୍ ଖୋଲିଲେ ଭାଇରସ ଆହୁରି ବ୍ୟାପିବାର ଆଶଙ୍କା ରହୁଛି । ରାଜ୍ୟର ୨୩ଟି ଜିଲ୍ଲାରେ ଦୈନିକ ସଂକ୍ରମଣ କମିବାରେ ଲାଗିଥିବା ବେଳେ ଅନ୍ୟ ୭ଟି ଜିଲ୍ଲାରେ ସ୍ଥିତି ଜଟିଳ ରହିଛି । ଖୋର୍ଦ୍ଧା ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ୱର, କଟକ, ବାଲେଶ୍ୱର ଜିଲ୍ଲାରେ କରୋନା ନିୟନ୍ତ୍ରଣକୁ ଆସିପାରି ନାହିଁ । ଯେହେତୁ କରୋନା ନିୟନ୍ତ୍ରଣକୁ ଆସିପାରି ନାହିଁ, ରାଜ୍ୟବାସୀ ଲକ୍‌ଡାଉନ୍ ନେଇ ବ୍ୟସ୍ତ ନ ହେବା ଦରକାର । କାରଣ ସଂକ୍ରମଣ ଥରେ ବଢ଼ିଗଲେ, ପୁଣି ନିୟନ୍ତ୍ରଣକୁ ଆସିବାରେ ବହୁ ସମୟ ଲାଗୁଛି ।

ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା ନେଇ ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି, ପଜିଟିଭ ହାର କମୁଛି । ଆମର ଆଶା ଯେ, ଏହା ଆହୁରି କମିବ । ଏବେ ଲକ୍‌ଡାଉନ ଓ ଅନ୍‌ଲକ୍ ପ୍ରକିୟା ହୋଇଯାଇଛି । କିନ୍ତୁ କ’ଣ କରାଯିବ, ଲୋକଙ୍କର ବ୍ୟବହାର ଉପରେ ନିର୍ଭର କରୁଛି । ପରିସ୍ଥିତି ଦେଖି ସମୀକ୍ଷା କରାଯିବ । ଅନ୍‌ଲକ୍ ହେଲେ ସଂକ୍ରମଣ ଆଉ ଥରେ ହେବାର ସମ୍ଭାବନା ଉପରେ ଅନୁଧ୍ୟାନ କରାଯିବ । ତା’ ପରେ ସରକାର ପଦକ୍ଷେପ ନେବେ ।

ଲୋକେ ସତର୍କ ରହିଲେ ସୁଫଳ ମିଳିବ

ସେହିପରି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସର ନିର୍ଦ୍ଦେଶକ କହିଛନ୍ତି, ଲୋକେ କରୋନା ନିୟମ ପାଳନ କରନ୍ତୁ ନହେଲେ ପୁଣି ଥରେ ସଂକ୍ରମଣ ବଢ଼ିପାରେ । ଲୋକେ ଯେତିକି ସତର୍କ ଓ ସଚେତନ ରହିବେ, କରୋନା ସେତିକି ନିୟନ୍ତ୍ରିତ ରହିବ । ଏଥିରୁ ରାଜ୍ୟବାସୀଙ୍କୁ ସୁଫଳ ମିଳିପାରିବ । ଗତ ୨ ଦିନହେବ ସଂକ୍ରମଣ ହାର ୪ରୁ ୫ ହଜାର ଭିତରେ ରହୁଛି । ୭ଟି ଜିଲ୍ଲାରେ ପଜିଟିଭ୍ ଦର ଅଧିକ ରହୁଛି । ଅନ୍ୟ ରାଜ୍ୟରେ ପର୍ଯ୍ୟାୟକ୍ରମେ କଟକଣା କୋହଳ କରାଯାଉଛି । ଲୋକମାନେ ସହଯୋଗ କଲେ କଟକଣାର ଆବଶ୍ୟକତା ନାହିଁ ।

ସାମାଜିକ ଗଣମାଧ୍ୟମରେ ଭାଇରାଲ

ଆଗାମୀ ୧୭ ତାରିଖ ଠାରୁ ରାଜ୍ୟ ଅନ୍‌ଲକ୍ ହେବା ନେଇ ସାମାଜିକ ଗଣମାଧ୍ୟମରେ କିଛି ବ୍ୟକ୍ତି ଗାଇଡଲାଇନ୍ ଭାଇରାଲ କରିଛନ୍ତି । ଯେଉଁ ୟୁଜର୍ସ ଏହାକୁ ଦେଖିଛନ୍ତି ବ୍ୟସ୍ତ ହୋଇପଡ଼ିଛନ୍ତି । କାରଣ ଏହା ସରକାରଙ୍କ ଦ୍ୱାରା ଜାରି ହୋଇଛି, ନାଁ କିଛି ଖଳ ପ୍ରକୃତିର ଲୋକ ଏମିତି କାମ କରିଛନ୍ତି । ଘଟଣା ଉପରୁ ପରଦା ଉଠାଇବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଟୁଇଟ କରି କହିଛନ୍ତି, ରାଜ୍ୟ ସରକାର ଅଗାମୀ ୧୭ ତାରିଖ ଠାରୁ ଲକ୍‌ଡାଉନ ଅଥବା ଅନ୍‌ଲକ୍ ନେଇ କୌଣସି ଗାଇଡଲାଇନ ଜାରି କରିନାହାନ୍ତି । ତେଣୁ ମିଛ ଖବରକୁ ପଢ଼ି ଲୋକେ ବିଶ୍ୱାସ କରନ୍ତୁ ନାହିଁ । ସରକାର ଠିକ ସମୟରେ ଗାଇଡଲାଇନ୍ ଜାରି କରିବେ ।

୧୬ରୁ ଖୋଲିବ କୋଣାର୍କ!

ଗତ ଏପ୍ରିଲ ୧୫ ତାରିଖ ଠାରୁ ବନ୍ଦ ଥିବା ଦେଶର ଐତିହ୍ୟସ୍ଥଳୀ ଗୁଡ଼ିକ ଦିନକ ପରେ ଅର୍ଥାତ ଚଳିତ ମାସ ୧୬ ତାରିଖରେ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବ । ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ଏଭଳି ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଐତିହ୍ୟସ୍ଥଳୀ ଓ ସଂଗ୍ରହାଳୟ ଗୁଡ଼ିକରେ ସେହି ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ କରୋନା ନିୟମାବଳୀ ପାଳନ ହେବ । ଓଡ଼ିଶାରେ ଯେହେତୁ ଆଗାମୀ ୧୭ ତାରିଖ ଯାଏଁ ଲକ୍‌ଡାଉନ ଜାରି ରହିବ, ଏଏସ୍‌ଆଇ ଅଧିନରେ ଥିବା ରାଜ୍ୟର ୮୦ଟି ଐତିହ୍ୟସ୍ଥଳୀ କେମିତି ଖୋଲିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟରେ ଏଏସ୍‌ଆଇ ଦ୍ୱାରା ପରିଚାଳିତ ଐତିହ୍ୟସ୍ଥଳୀ ଗୁଡ଼ିକ ଖୋଲିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଲୋକେ ବାହାରକୁ ବୁଲିଯିବାକୁ ଯୋଜନା ମଧ୍ୟ କରିସାରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments