Monday, May 20, 2024
Home୫ରେ ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ଫଳ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
Array

୫ରେ ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ଫଳ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ୫ ତାରିଖ (ଶନିବାର) ଦିନ ଅପରାହ୍ନ ୪ଟାରେ ଯୁକ୍ତ ୨ କଳା ପରୀକ୍ଷା ଫଳ  ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କ‌ାର୍ଯ୍ୟାଳୟରେ ଅପରାହ୍‌ଣ ୪ଟାରେ ମନ୍ତ୍ରୀ ଶ୍ରୀ ଦାଶ ଯୁକ୍ତ ୨ କଳାର ପରୀକ୍ଷା ଫଳକୁ ଉନ୍ମୋଚନ କରିବେ।  ଛାତ୍ରଛାତ୍ରୀମାନେ ପରିଷଦର େଓ୍ୱବ୍‌ସାଇଟ୍‌ରେ ସେମାନଙ୍କ ପରୀକ୍ଷା ଫଳ ଜାଣି ପାରିବେ ବୋଲି ମନ୍ତ୍ରୀ ଶ୍ରୀ ଦାଶ ପ୍ରକାଶ କରିଛନ୍ତି।। ଛାତ୍ରଛାତ୍ରୀମାନଙ୍କୁ http://www.orissaresults.in/େଓ୍ୱବ୍‌ସାଇଟ୍‌ରେ ନିଜର ରୋଲ୍‌ ନମ୍ବର ଓ ଆବଶ୍ୟକୀୟ ତଥ୍ୟ ଦେଇ ପରୀକ୍ଷା ଫଳ ଜାଣିବା ପାଇଁ ବିଭାଗ ତରଫରୁ ଅନୁରୋଧ କରାଯାଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments