Monday, May 20, 2024
Homeଅବହେଳା ପାଇଁ କାରଖାନାରେ ଗ୍ୟାସ୍ ନିର୍ଗତ
Array

ଅବହେଳା ପାଇଁ କାରଖାନାରେ ଗ୍ୟାସ୍ ନିର୍ଗତ

ଭୁବନେଶ୍ବର: ରସାୟନିକ ଦୁର୍ଘଟଣା କେତେ ଯେ ମାରାତ୍ମକ, ତାହା ମଧ୍ୟପ୍ରଦେଶର ରାଜଧାନୀ ଭୋପାଳବାସୀଙ୍କୁ ଭଲଭାବରେ ଜଣା। ୧୯୮୪ ମସିହା ଡିସେମ୍ବର ୨-୩ ତାରିଖ ମଧ୍ୟରାତ୍ରିରେ ୟୁନିୟନ କାରବାଇଡ ଇଣ୍ଡିଆ ଲିମିଟେଡରେ ହୋଇଥିବା ଏହି ଦୁର୍ଘଟଣାକୁ ନେଇ ପୂରା ବିଶ୍ବ ଚକିତ ହୋଇଯାଇଥିଲା। ତିନି ଦଶନ୍ଧି ପୂର୍ବରୁ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା ନଥିଲା। ଏହି କାରଣରୁ ୨୨୫୯ ଜଣ ଲୋକଙ୍କର ଅକାଳ ମୃତ୍ୟୁ ହୋଇଥିଲା।  ମଧ୍ୟପ୍ରଦେଶ ସରକାର ୨୦୦୮ ମସିହାରେ ୩୭୮୭ଟି ପରିବାରକୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିଥିଲେ। ଏହି ଦୁର୍ଘଟଣାରେ ୫,୭୪,୧୨୫ ଜଣ ଅସୁସ୍ଥ ହୋଇଥିଲେ। ୨୦୦୬ ମସିହାରେ ଏକ ଶପଥପାଠରେ କୁହାଯାଇଥିଲା ଯେ, ୫,୫୮,୧୨୫ ଜଣ ଅସୁସ୍ଥ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୩୮,୪୭୮ ଜଣ ସାମାନ୍ୟ ଅସୁସ୍ଥ ହୋଇଥିଲେ। ସେହି ସମୟରେ କୁହାଯାଇଥିଲା ଯେ  ଭୋପାଳ ଗ୍ୟାସ ଦୁର୍ଘଟଣାରେ ୮୦୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା।

କଳକାରଖାନାଗୁଡ଼ିକ ପରିଚାଳିତ ହେବା ପାଇଁ ଇନ୍ଧନ ଭାବେ ବିଭିନ୍ନ ପ୍ରକାରର ଗ୍ୟାସ୍ ଦରକାର ହୋଇଥାଏ। କିନ୍ତୁ ସଂସ୍ଥାଗୁଡ଼ିକର ଅବହେଳା ପାଇଁ ହେଉ ଅଥବା ଅନ୍ୟ କାରଣରୁ ଯେତେବେଳେ  ପାଇପ୍ଲାଇନ୍ରୁ ଦୁର୍ଘଟଣାବଶତଃ ଗ୍ୟାସ୍ ନିର୍ଗତ ହୋଇଥାଏ, ସେତେବେଳେ ପରିସ୍ଥିତି ମାରାତ୍ମକ ହୋଇଥାଏ। ଅନେକଙ୍କ ଜୀବନ ଦୀପ ଲିଭିଯାଇଥାଏ। ଅନେକଙ୍କର ପରିବାର ନିଶ୍ଚିହ୍ନ ହୋଇଯାଇଥାଏ। ସେହିପରି କିଛି ଲୋକଙ୍କୁ ବାପା-ମା’ ଛେଉଣ୍ଡ ହେବାକୁ ପଡ଼ିଥାଏ। ବିଶେଷ କରି କାରଖାନାରେ କାର୍ଯ୍ୟରତ ଶ୍ରମିକଶ୍ରେଣୀର ଲୋକଙ୍କର ବେଶୀ କ୍ଷତି ହୋଇଥାଏ। ରସାୟନିକ ଗ୍ୟାସ୍ ଅଳ୍ପ ସମୟ ମଧ୍ୟରେ ବାୟୁରେ ମିଶ୍ରିତ ହୋଇ ସଂପୃକ୍ତ ଅଞ୍ଚଳକୁ ବିଷମୟ କରିଦିଏ।  

ପଂଜାବରେ ୧୧ ମୃତ

ଗତମାସ ୩୦ ତାରିଖରେ ପଞ୍ଜାବର ଲୁଧିଆନା ଅନ୍ତର୍ଗତ ଗିଆସ୍ପୁରା ଅଞ୍ଚଳରେ ଅବସ୍ଥିତ ଏକ କାରଖାନାରୁ ଗ୍ୟାସ୍ ନିର୍ଗତ ହେବାରୁ ୧୧ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଏହି ଅଘଟଣରେ ଅନ୍ୟ ୧୧ଜଣ ଅସୁସ୍ଥ ହୋଇପଡ଼ିଥିଲେ। ପ୍ରଭାବିତ ଅଞ୍ଚଳକୁ କର୍ଡନ୍ କରାଯାଇ ଉଦ୍ଧାର କାର୍ଯ୍ୟ ଚାଲିଥିଲା। ଘଟଣାସ୍ଥଳରେ ଡାକ୍ତର, ଆମ୍ବୁଲାନ୍ସ୍ ଏବଂ ଦମକଳବାହିନୀ ନିୟୋଜିତ ଥିଲେ।   ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ କହିଥିଲେ ଯେ, ଗିଆସପୁରା ଅଞ୍ଚଳରେ ଏକ କାରଖାନାରୁ ବାଷ୍ପ ଲିକ୍ ହେବା ଘଟଣା ଖୁବ୍ ଦୁଃଖଦାୟକ। ପୁଲିସ, ସରକାର ଓ ‘ଏନ୍ଡିଆର୍ଏଫ୍’ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି ବୋଲି କହିଥିଲେ।

୨୦୦ ମହିଳା ଅସୁସ୍ଥ

ଗତବର୍ଷ ଜୁନ୍ ୩ ତାରିଖରେ ଆନ୍ଧ୍ରପ୍ରଦେଶରେ ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁଁ ପ୍ରାୟ ୨୦୦ ମହିଳା କର୍ମଚାରୀ ଅସୁସ୍ଥ ହୋଇପଡ଼ିଥିଲେନ୍ତି। ବିଶାଖାପାଟନମ୍ର ଅଚ୍ୟୁତପୁରମରେ ଥିବା ଏକ ଔଷଧ କମ୍ପାନି ‘ପୋରୁସ୍ ଲାବ୍ରୋଟୋରି’ରୁ ଘଟଣା ଦିନ ଭୋର ସକାଳୁ ଆମୋନିଆ ଗ୍ୟାସ୍ ଲିକ୍ ହେବା ଫଳରେ କମ୍ପାନିର ଠିକ୍ ପାଖରେ ଥିବା ଅନ୍ୟ ଏକ କାରଖାନାର ମହିଳା ଶ୍ରମିକମାନେ ଅସୁସ୍ଥ ଅନୁଭବ କରିଥିଲେ। ଏଥି ମଧ୍ୟରୁ ଅନେକଙ୍କର ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିବାଲା ଏବଂ ଆଉ କେତେକ ଅଚେତ ହୋଇପଡ଼ିଥିଲେ।  

 ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ୪ ମୃତ

ଗ୍ୟାସ୍ ଲିକ୍ ଯୋଗୁଁ ୨୦୨୧ ଜାନୁଆରି ୬ରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ (ଆର୍ଏସ୍ପି)ର ସିସିଡି ବିଭାଗରେ ରକ୍ଷଣାବେକ୍ଷଣ କାମ ଚାଲିଥିବାବେଳେ ବିଷାକ୍ତ କାର୍ବୋନ୍ ମନୋସ୍କାଇଡ୍ ଗ୍ୟାସ୍ ଲିକ୍ ହୋଇଥିଲା। ଗ୍ୟାସ୍ ସଂସ୍ପର୍ଶରେ ଆସି ୪ ଠିକା ଶ୍ରମିକଙ୍କର ଜୀବନ ଯାଇଥିଲା। ସେମାନଙ୍କ ମଧ୍ୟରେ ଥିଲେ ଠିକା ସଂସ୍ଥାର ସୁପରଭାଇଜର ସେକ୍ଟର-୧, ଏଚ୍-୭୯ର ବ୍ରହ୍ମାନନ୍ଦ ପଣ୍ଡା (୫୧), ଲାଠିକଟା ଥାନା କୁଲାମୁଣ୍ଡାର ଅଭିମନ୍ୟୁ ସା (୩୩), ଟାଙ୍ଗରପାଲି କନଷ୍ଟ୍ରକ୍ସନ କଲୋନିର ରବୀନ୍ଦ୍ର ସାହୁ (୫୯) ଓ ଗଣେଶ ଚାନ୍ଦ ପହିଲ୍ (୫୫)। ମୃତ ଶ୍ରମିକମାନେ ରାଉରକେଲାର ଏକ ଘରୋଇ ଠିକା ସଂସ୍ଥା ‘ଷ୍ଟ୍ରାର କନ୍ଷ୍ଟ୍ରକ୍ସନ’ଅଧୀନରେ କାମ କରୁଥିଲେ। ଆର୍ଏସ୍ପି ସୁରକ୍ଷା ବ୍ୟବସ୍ଥା ଥିବା ତ୍ରୁଟି ଓ ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଥିବା କୁହାଯାଇଥିଲା। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଇସ୍ପାତମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ଦୁଃଖ ପ୍ରକାଶ କରିଥିଲେ। କାର୍ଯ୍ୟାଳୟର ଅବହେଳା ପାଇଁ ରାଉରକେଲା ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ ଉପ ନିର୍ଦ୍ଦେଶକ କାର୍ଯ୍ୟାଳୟର ସହକାରୀ ନିର୍ଦ୍ଦେଶକ ମନୋଜ କୁମାର ମିଶ୍ର ଆରର୍ଏସ୍ପିର ଦୁଇ ଅଧିକାରୀଙ୍କ ବିରୋଧରେ ରାଉରକେଲା ଜେଏମ୍ଏଫ୍ସି (ରୁରାଲ) କୋର୍ଟରେ ମାମଲା ରୁଜୁ କରିଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments