Thursday, May 9, 2024
Homeଚାଷ ଓ ଚାଷୀଜଳ ସଂପଦ ବିଭାଗ ତରଫରୁ ପ୍ରାକ୍ ବନ୍ୟା ଓ ବାତ୍ୟା ପ୍ରସ୍ତୁତି ବୈଠକ

ଜଳ ସଂପଦ ବିଭାଗ ତରଫରୁ ପ୍ରାକ୍ ବନ୍ୟା ଓ ବାତ୍ୟା ପ୍ରସ୍ତୁତି ବୈଠକ

ସମସ୍ତଙ୍କ ସହଯୋଗରେ ଗତ ବର୍ଷ ବନ୍ୟାକୁ ବିଭାଗ ସଫଳତାର ସହ ମୁକାବିଲା କରିଛି ।
ଗତ ବନ୍ୟାରେ ରହିଥିବା ତ୍ରୁଟିକୁ ଅନୁଧ୍ୟାନ କରି ଆଗାମୀ ବିପର୍ଯୟ ମୁକବିଲା ପାଇଁ ପ୍ରସ୍ତୁତ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ

ଭୁବନେଶ୍ୱର, ୧୨/୦୫/୨୦୨୩: ଆଗାମୀ ବର୍ଷା ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ଜଳ ବିଭାଗ ତରଫରୁ ଏକ ପ୍ରାକ୍ ବନ୍ୟା ବାତ୍ୟା ପ୍ରସ୍ତୁତ ବୈଠକ ଆଜି ଅପରହ୍ନରେ ରାଜୀବ ଭବନ ସ୍ଥିତ ଜଳ ସଂପଦ ବିଭାବ ସମ୍ମିଳନୀ କକ୍ଷରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ଏହି ବୈଠକରେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଭକ୍ତ ରଞ୍ଜନ ମହାନ୍ତିଙ୍କ ସମେତ ବିଭାଗର ବରିଷ୍ଠ ପଦାଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ରାଜ୍ୟର ବିଭିନ୍ନ ନଦୀ ଅବାହିକା ଅନ୍ତର୍ଗତ ଡିଭିଜନଗୁଡ଼ିକରେ ଅବସ୍ଥିତ ଜଳ ସଂପଦ ବିଭାଗରେ ମୁଖ୍ୟଯନ୍ତ୍ରୀ, ସହକାରୀ ମୁଖ୍ୟଯନ୍ତ୍ରୀମାନେ ଆଭାସୀ ମାଧ୍ୟମରେ ଏହି ବୈଠକରେ ଯୋଗ ଦେଇଥିଲେ ।


ପ୍ରାରମ୍ଭରେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ ମହାନ୍ତି ଉଏଣ୍ଟ ମାଧ୍ୟମରେ ବନ୍ୟା ଓ ବାତ୍ୟା ପ୍ରସ୍ତୁତି ସଂପର୍କରେ ତଥ୍ୟ ଉପସ୍ଥାପନ କରି ରାଜ୍ୟରେ ଥିବା ମହାନଦୀ, ବ୍ରାହ୍ମଣୀ ବୈତରଣୀ, ସୁବର୍ଣ୍ଣରେଖା ସମେତ ୧୧ ଟି ଅବାହିକାରେ ଥିବା ୮ଟି ବୃହତ ଜଳ ଭଣ୍ଡାର ଓ ୪୭ଟି ମଧ୍ୟମ ଜଳ ଭଣ୍ଡାର ସ୍ଥିିତି ସଂପର୍କରେ ଅବଗତ କରିଥଲେ । ଏହି ପରି ପ୍ରେକ୍ଷରେ ସର୍ବୋଚ୍ଚ ଯନ୍ତ୍ରି କହିଥିଲେ ଯେ, ଗତ ବର୍ଷ ୨୦୨୨ ଅଗଷ୍ଟ ମାସ ବନ୍ୟାରେ ଆମେ ଆଖପାଖ ୧୨ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେବ ବେଳେ ବନ୍ୟା ପରିଚଳନା ସଫଳତାର ସହ କରିଥିଲୁ । ଏହି ବର୍ଷ ଆମର ବୃହତ ଓ ମଧ୍ୟମ ଜଳ ଭଣ୍ଡାରଗୁଡ଼ିକର ସ୍ଥିତି ଭଲ ରହିଛି । ଆମ ବନ୍ୟା ପରିଚଳନା ନେଇ ଯେଉଁ ମଡେଲ ରହିଛି, ଏହାକୁ ଆଧାର କରି ଆଗାମୀ ଦିନରେ ବନ୍ୟା ଓ ବାତ୍ୟାର ସଫଳ ମୁକାବିଲା କରି ପାରିବୁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଇଂ ମହାନ୍ତି ପ୍ରକାଶ କରିଥିଲେ ।
ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଥିଲେ ଯେ, ଗତ ବର୍ଷ ଆମେ ସଫଳତାର ସହ ମୁକାବିଲା କରିଛୁ । କିନ୍ତୁ ଏଥିରେ ଆମେ ସନ୍ତୁଷ୍ଟ ନ ହୋଇ ଆମକୁ ଅଧିକ ଯନ୍ତ୍ର ଓ ସତର୍କତା ସହ କାର୍ଯ୍ୟ କରିବାକୁ ପଡ଼ିବ । ଗତ ବର୍ଷ ବନ୍ୟମୁକାବିଲାରେ ରହିଥିବା ତ୍ରୁଟିକୁ ଅନୁଧ୍ୟନ କରି ଆଗାମୀ ବନ୍ୟା ବାତ୍ୟା ପାଇଁ ପ୍ରସ୍ତୁତ କରିବାକୁ ଶ୍ରୀମତୀ ଗର୍ଗ ପରାମର୍ଶ ଦେଇଛନ୍ତି । ବନ୍ୟା-ବାତ୍ୟା ସହ ବନ୍ୟା ଛାଡ଼ିବା ପରେ ଜଳ ସଂଚୟ ପାଇଁ ଗେଟ୍ ଗୁଡ଼ିକର ସ୍ଥିତି ଯେପରି ଠିକ୍ ରୁହେ, ସେଥିପାଇଁ ଦୃଷ୍ଟି ଦେବାକୁ ଶ୍ରୀମତୀ ଗର୍ଗ ପରାମର୍ଶ ଦେଇଛନ୍ତି । ଆହୁରି ମଧ୍ୟ ବନ୍ୟା ସମୟରେ ନଦୀ ବନ୍ଧ ଗୁଡ଼ିକ ଯେପରି ଅତ୍ୟାବଶ୍ୟକ ଦ୍ରବ୍ୟ ପରିବହନ ଓ ଜନସାଧାରଣ ସହାୟତ ପାଇଁ ସୁବିଧା ରହେ, ସେଥିପାଇଁ ଧ୍ୟାନ ଦେଇ ରାସ୍ତାଗୁଡ଼ିକର ସ୍ଥିତି ଯାଂଚ କରି ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ସମୟରେ ଛୋଟ ଛୋଟ ଘଳିଆ ସୂଚନା ମିଳିବା ସାଙ୍ଗେ ସାଙ୍ଗେ ତୁରନ୍ତ ଦୃଷ୍ଟିକୁ ନେଇ ବାନ୍ଧ ମରାମତି କରିବକୁ ଶ୍ରୀମତି ଗର୍ଗ ନିର୍ଦ୍ଦେଶ ଦେଇଥିଲେ ।


ବୈଠକରୁ ଜଣା ପଡ଼ୁଛି ଯେ, ଗତ ଥର ହୋଇଥିବା ୮ଟି ସ୍ଥାନରେ ଘାଇ ମଧ୍ୟରେ ୩ ଟି ସଂପୂର୍ଣ୍ଣ ମରାମତି ସରିଛି ଓ ଅନ୍ୟ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟୟରେ ପହଞ୍ଚଛି । ଚଳିତ ମଇ ମାସ ୧୦ ତାରିଖ ସୁଦ୍ଧା ଜଳ ସଂପଦ ବିଭାଗରୁ ସଂପୃକ୍ତ ଅତିରିକ୍ତ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳ ଜରିଆରେ ବିଭିନ୍ନ ନଦୀ ବନ୍ଧର ସ୍ଥିତି ସଂପର୍କରେ ଯୁଗ୍ମ ତନଖି ବିବରଣୀ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସବୁ ଜିଲ୍ଲାରେ ଯୁଗ୍ମ ତନଖି କାର୍ଯ୍ୟ ସରିଛି । ରାଜ୍ୟର ବିଭିନ୍ନ ଜଳସଂପଦ ଡିଭିଜନରେ ମୋଟ ୭୪୭୩.୨୦୬ କିମି ବନ୍ଧ ତଟ ରହିଛି । ସେଥିରୁ ୧୬୩୫.୯୪୫ କିମି ଲୁଣି ବନ୍ଧ ରହିଛି । ବିଭିନ୍ନ ନଦୀ ଓ ଜଳ ଭଣ୍ଡାର ଗେଟ୍‌, ସ୍କୁଇସ୍ ଗେଟ୍‌, ଦୁର୍ବଳ ଓ ସମ୍ବେଦନଶୀଳ ନଦୀ ବନ୍ଧ ଗୁଡ଼ିକର ମରାମତି ଓ ସ୍ଥିତି ସଂପର୍କରେ ଆଲୋଚନା କରାଯାଇଛି । ପ୍ରତି ବର୍ଷ ଭଳି ଆବଶ୍ୟକ ସ୍ଥାନରେ ଡିଭିଜନୱାରୀ ବାଲିରାସ୍ତା, ବାଲିବ୍ୟାଗ, ବନ୍ୟା-ବାତ୍ୟା ମୁକାବିଲା ପାଇଁ ଆବଶ୍ୟକ ଯାନ୍ତ୍ରୀକ ବ୍ୟବସ୍ଥା ଓ ଉପକରଣ ପ୍ରକ୍ରିୟା ଜାରି ରହିଛି । ଉପରୋକ୍ତ ବ୍ୟବସ୍ତା ପାଇଁ ଦାୟତ୍ୱରେ ଥିବା ଅଧିକାରୀ ଓ ସଂସ୍ଥାମାନଙ୍କର ଜରୁରୀ କାଳୀନ ଟେଲିଫନ ନମ୍ବର ରଖି ନିୟମିତ ଯୋଗାଯୋଗରେ ରହିବାକୁ ବୈଠକ ନିର୍ଦ୍ଦେଶ ଦିଆଯାଇଛି । ଜରୁ୍‌ରୀ କାଳୀନ ଯୋଗଯୋଗ ପାଇଁ ଅଧିକାରୀମାନଙ୍କ ଟେଲେଫନ୍ ନମ୍ବର ସଂପୃକ୍ତ ସମସ୍ତଙ୍କୁ ଦିଆଯିବା ପାଇଁ ବୈଠକରେ କରାମର୍ଶ ଦିଆଯାଇଛି । ବନ୍ୟା-ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ସ୍ତରରେ ଜନ ପ୍ରତିନିଧିô, ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ,ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ସହିତ ବୈଠକ କରାଯାଛି। ଜଳ ସଂପଦ ବିଭାଗର କର୍ତ୍ତୃପକ୍ଷମାନଙ୍କୁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଓ ସ୍ଥାନୀୟ ପ୍ରତିନିଧିମାନଙ୍କର ସହିତ ଯୋଗାଯୋଗରେ ରହିବାକୁ କୁହାଯାଇଛି । ଜୁନ ୧ ତାରିଖକୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ସେଚସେଦନସ୍ଥିତ ବନ୍ୟା ନିୟନ୍ତ୍ରଣ କକ୍ଷ ୨୫୪ ଘଣ୍ଟିଆ କାର୍ଯ୍ୟ କରିବ । ସେହିପରି ବନ୍ୟା-ବାତ୍ୟା ସମୟରେ ଡିଭିଜନ ଓ ସର୍କଲ କାର୍ଯ୍ୟଳୟରେ ନିମନ୍ତ୍ରଣ କକ୍ଷ କର୍ଯ୍ୟକ୍ରମ ହେବ ଓ ଏହକୁ ସହକାରୀ ମୁଖ୍ୟ ଯନ୍ତ୍ରୀ ଓ ମୁଖ୍ୟଯନ୍ତ୍ରୀମାନେ ତଦାରଖ କରିବାକୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ସଂପର୍କିତ ବୁଲେଟିନ୍ ନିୟମିତ ପ୍ରଦାନ ବନ୍ୟାଜଳ ଛାଡ଼ିବା ପୂର୍ବରୁ ସତର୍କ ସୂଚନା ସଂପୃକ୍ତ ସମସ୍ତଙ୍କୁ ଜଣାଇବା ସହ ଗଣମାଧ୍ୟମରେ ପ୍ରକାଶକ ଓ ପ୍ରଶାରଣ ସଂପର୍କରେ ବୈଠକରେ ଆଲୋଚନା କରାଯ୍ଧବଥିଲା । ଅନ୍ୟ ପକ୍ଷରେ ବନ୍ୟା ସମୟରେ ବିଭିନ୍ନ ଜଳ ଭଣ୍ଡାରରୁ ପ୍ରବେଶ କରିବାକୁ ଥିବା ଜଳ ପରିମାଣ ଜଣିବା ପାଇ ସଂପୃକ୍ତ ପଡ଼ୋଶୀ ରାଜ୍ୟରେ ଯନ୍ତ୍ରୀମାନଙ୍କ ସହିତ ଯୋଗାଯୋଗରେ ରହିବାକୁ ସଂପୃକ୍ତ ମୁଖ୍ୟଯନ୍ତ୍ରୀ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ନବନିଯୁକ୍ତ କନିଷ୍ଟ ଯନ୍ତ୍ରୀମାନେ କ୍ଷେତ୍ରସ୍ତରରେ କିପରି ବନ୍ୟା ସଂପର୍କରେ ପେଟ୍ରୋଲିଂ କରାଯାଏ, ସେ ସଂପର୍କରେ ଏବେଠୁ ପ୍ରଶିକ୍ଷଣ ନେବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇ ସେମାନଙ୍କ ଠାରୁ ଶତ ପ୍ରତିଶତ ସେବା ଆଶା କରିଛନ୍ତି ।


ବୈଠକରେ ସର୍ବୋଚ୍ଛ ଯନ୍ତ୍ରୀ (ଯୋଜନା ଓ ନକ୍ସଙ୍କନ), ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା ଉଠା ଜଳସେଚନ, ମୁଖ୍ୟ ଯନ୍ତ୍ରୀ ଓ ଅବବାହିକା ପରିଚାଳକ, ମହାନଦୀ-କାଠଯୋଡ଼ି , ମୁଖ୍ୟ ଯନ୍ତ୍ରୀ,ଏଚ୍‌ଏଚ୍ ଏବଂ ଜିଆଇଏସ୍ ସିଏମ୍ ଭୁବନେଶ୍ୱର, ମୁଖ୍ୟ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ, ମୁଖ୍ୟ ଯନ୍ତ୍ରୀ ଡ୍ରେନେଜ, ମୁଖ୍ୟ ଯନ୍ତ୍ରୀ ମନିଟରିଂ, ମୁଖ୍ୟଯନ୍ତ୍ରୀ ବନ୍ଧ ନିରାପରିତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments