Monday, May 20, 2024
Homeଅନ୍ୟାନ୍ୟଜାତୀୟ ଲୋକ ଅଦାଲତରେ ୪୧,୯୧୫ଟି ମାମଲାର ଫଇସଲା

ଜାତୀୟ ଲୋକ ଅଦାଲତରେ ୪୧,୯୧୫ଟି ମାମଲାର ଫଇସଲା

ଭୁବନେଶ୍ୱର, ୧୩/୦୫/୨୦୨୩ : ସଂପ୍ରତି ନୂଆଦିଲ୍ଲୀ ଜାତୀୟ ଆଇନ ସେବା ପ୍ରାଧିକରଣ ଓ କଟକ ସ୍ଥିତ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶମତେ ଚଳିତ ବର୍ଷ ୨୦୨୩ର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ- ତଥା-ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ ନିଶିଥ ନିଶାଙ୍କଙ୍କ ନିର୍ଦ୍ଦେଶମତେ ଆଜି ଭୁବନେଶ୍ୱର , ଖୋର୍ଦ୍ଧା, ବାଣପୁର, ଜଟଣୀ, ଚିଲିକା ଓ ଟାଙ୍ଗୀଠାରେ ଥିବା ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଫୌଜଦାରୀ୍ (ସାକିସ୍‌ଯୋଗ୍ୟ), ଚେକ୍ ବାଉନ୍ସ ମାମଲା, ବ୍ୟାଙ୍କ ଋଣ, ଦୁର୍ଘଟଣାଜନିତ କ୍ଷତିପୂ୍‌ରଣ, ଶ୍ରମ ଓ ନିଯୁକ୍ତୁି, ବୈବାହିକ (ଛାଡ଼ପତ୍ର ବ୍ୟତୀତ) , ଜମି ଅଧିଗ୍ରହଣ, ବିଦ୍ୟୁତ ଓ ଜଳ, ଟେଲିଫୋନ, ଇତ୍ୟାଦି ମାମଲା ଓ ପ୍ରାକ୍ ମୋøାକଦ୍ଦମା ବ୍ୟାଙ୍କ ଋଣ ଅନାଦେୟ, ଦୂରସଂଚାର ଅନାଦେୟ ବିଲ,ରାଜସ୍ୱ ପାରିବାରିକ ଓ ବିଭିନ୍ନ ଜନ ଉପଯୋଗୀ ମାମଲାଗୁଡ଼ିକ ଅଦାଲତଙ୍କ ପକ୍ଷରୁ ସର୍ବମୋଟ ୬୮,୧୨୪ ଗୋଟି ମାମଲା ଫଇସଲା କରାଯାଇଥିଲା ।

ଏଥିରେ ୧୪କୋଟି ୪୨ ଲକ୍ଷ ୩ ହଜାର ୩୧୧ ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ଏହି ଲୋକ ଅଦାଲତରେ ସଚିବ ସୌଦାମିନୀ ସିଂଙ୍କ ସମେତ ସମସ୍ତେ ବିଚାର ବିଭାଗୀୟ ଅଧିକାରୀମାନେ ନିଜ ନିଜ ଅଦାଲତରେ ମାମଲା ଫଇସଲା କରିଥିଲେ । ଶେଷରେ ଜିଲ୍ଲା ଜଜ୍ ନିଶିଥ ନିଶାଙ୍କ ଏହି ରାଷ୍ଟ୍ରୀୟ ଲୋକ ଅଦାଲତର ସଫଳତା ପାଇଁ ସମସ୍ତ ବିଚାର ବିଭାଗୀୟ ଅଧି୍‌ୀକାରୀ, ଆଇନଜୀବୀ ଏବଂ ସମସ୍ତ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ପରବର୍ତ୍ତୀ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ସେପ୍ଟମ୍ବର ୯ତାରିଖ ରେ ଅନୁଷ୍ଠିତ ହେବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments