Thursday, May 9, 2024
Homeଅନ୍ୟାନ୍ୟମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ଯୋଜନାର ସମୀକ୍ଷା

ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ଯୋଜନାର ସମୀକ୍ଷା

ରିୱାର୍ଡ ଓ ଫାର୍ମପଣ୍ଡ ପ୍ଲସ୍‌ ଯୋଜନା ଓ କଫିଚାଷ ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର, ୧୭/୦୫/୨୦୨୩ : ରିୱାର୍ଡ ଯୋଜନାରେ ଅଭିନବ ଜ୍ଞାନକୌଶଳ ମାଧ୍ୟମରେ ଜଳଛାୟାଗୁଡ଼ିକର ପୁନରୁଦ୍ଧାର ଓ ଉପଯୁକ୍ତ ପରିଚାଳନା କରି କୃଷିି କ୍ଷେତ୍ରକୁ ଅଧିକ ସହନଶୀଳ କରାଯାଇପାରୁଛିା ଚାଷଜମିର ଉନ୍ନତି ଓ ଜଳସଂରକ୍ଷଣ ଦ୍ୱାରା ଫସଲ ଉତ୍ପାଦନ ବୃଦ୍ଧି ପାଉଛି। ଏହି ପରିପ୍ରେକ୍ଷୀରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ସଂପର୍କିତ କାର୍ଯ୍ୟରେ ଅଭିଜ୍ଞ କୃଷକ ଉତ୍ପାଦକ ସଂଗଠନମାନଙ୍କୁ ଏହି ଯୋଜନା ରୂପାୟନରେ ସାମିଲ କରାଯିବା ଉପରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି ।
ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଅଧିନରେ କାର୍ଯ୍ୟକାରୀ ହେଉଥିବା ରିୱାର୍ଡ, କଫିଚାଷ, ପ୍ରଧାନମନ୍ତ୍ରୀ ସିଚାଇ ଯୋଜନା ଓ ଫାର୍ମପଣ୍ଡ ପ୍ଲସ୍‌ ଆଦି ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଜଳାଶୟମାନଙ୍କରେ ପଙ୍କୋଦ୍ଧାର କରି ତାି୩୯;ର ଜଳଧାରଣ କ୍ଷମତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟର ମୃତ୍ତିକା ଓ ଜଳବାୟୁ ଅନୁକୂଳ ଅଞ୍ଚଳରେ କଫିଚାଷକୁ ବ୍ୟାପକ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଥିବା ପରିପ୍ରେକ୍ଷୀରେ ଭାରତ ସରକାରଙ୍କ କଫି ବୋର୍ଡର ସହାୟତାରେ କଫିଚାଷ ସଂପର୍କରେ ରାଜ୍ୟର ଚାଷୀମାନଙ୍କୁ ତାଲିମ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟରେ କଫିଚାଷକୁ ପ୍ରସାରିତ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସହାୟତାରେ କଫି ନର୍ସରୀ କରାଯାଇ ଚାରା ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ଏଥି ସହିତ କଫି ଚାଷ କ୍ଷେତରେ ଗୋଲମରିଚ ଚାଷର ଉପଯୁକ୍ତ ସମ୍ମିଶ୍ରଣ କରାଯାଇ ଚାଷୀମାନଙ୍କର ଆୟବୃଦ୍ଧି ଦିଗରେ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଜଳବିଭାଜିକା ଉନ୍ନୟନ ପ୍ରକଳ୍ପ ଅଞ୍ଚଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଛେଳିଚାଷ କରାଗଲେ ଗ୍ରାମୀଣ ମହିଳାମାନଙ୍କ ଆୟବୃଦ୍ଧି ଘଟିବ ଏବଂ ଗ୍ରାମୀଣ ଅର୍ଥନୀତିରେ ସେମାନଙ୍କ ଭାଗୀଦାରିତା ବୃଦ୍ଧି ପାଇବ ବୋଲି ମନ୍ତ୍ରୀ କହିଥିଲେ । ନିର୍ଦ୍ଦେଶାଳୟ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଫାର୍ମପଣ୍ଡ ପ୍ଲସ୍‌ ଯୋଜନାରେ କୃଷି, ଉଦ୍ୟାନକୃଷି, ମତ୍ସ୍ୟ ଏବଂ ପ୍ରାଣୀଚିକିତ୍ସା ଓ ପ୍ରାଣୀପାଳନ ନିର୍ଦ୍ଦେଶାଳୟର ଉପଯୁକ୍ତ ସମନ୍ୱୟ ରକ୍ଷା କରି ସମନ୍ୱିତ କୃଷିରେ ଫଳଚାଷ, ମାଛଚାଷ ଓ କୁକୁଡ଼ା, ବତକ ଆଦି ଚାଷ ଦ୍ୱାରା କୃଷିଜାତ ଓ ପ୍ରାଣୀଜ ଖାଦ୍ୟଦ୍ରବ୍ୟର ଉତ୍ପାଦନ ବୃଦ୍ଧି ପାଇବ । ଏହା ଦ୍ୱାରା ଚାଷୀମାନଙ୍କ ମଧ୍ୟରେ ଫାର୍ମପଣ୍ଡ ପ୍ଲସ୍‌ ଯୋଜନା ଅଧିକ ଲୋକପି୍ରୟ ଓ ଲୋକାଭିମୁଖୀ ହୋଇପାରିବ । ବ୍ଲକ୍‌ ସ୍ତରରେ ସଂପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଫାର୍ମପଣ୍ଡ ପ୍ଲସ୍‌ ଯୋଜନାର ସୁଫଳକୁ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।


ସମସ୍ତ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ସଠିକ୍‌ ଆକଳନ ନିମନ୍ତେ ଆଡାପଫ ପୋର୍ଟାଲରେ ସମସ୍ତ ତଥ୍ୟ ଅପ୍‌ଡେଟ୍‌ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ । ଚାଷୀମାନଙ୍କ ହିତ ଦୃଷ୍ଟିରୁ ଯୋଜନା ରୂପାୟନ ସମୟରେ କୌଣସି ପ୍ରକାରର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ଏବଂ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜିଲ୍ଲାଗୁଡ଼ିକୁ ପୁରସ୍କୃତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।
ବୈଠକରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ଶୁଭମ୍‌ ସାକ୍ସେନା ଯୋଜନାର ଅଗ୍ରଗତି ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ବୈଠକରେ ସମସ୍ତ ଜିଲ୍ଲାର ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନର ପ୍ରକଳ୍ପ ନିର୍ଦ୍ଦେଶକ ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments