Monday, May 20, 2024
Homeମନ୍ତ୍ରୀ ପୁଅଙ୍କୁ ବିବାହ କରି ନିର୍ଯାତନା ସହିଲେ!
Array

ମନ୍ତ୍ରୀ ପୁଅଙ୍କୁ ବିବାହ କରି ନିର୍ଯାତନା ସହିଲେ!

ଭୁବନେଶ୍ବର: ନେତାମନ୍ତ୍ରୀଙ୍କ ଘରର ବୋହୂ ହୋଇ ବିଳାସମୟ ଜୀବନ ବିତାଇବା ଯେତିକି ଖୁସି ଲାଗିଥାଏ, ପାରିବାରିକ ବିବାଦ ଆରମ୍ଭ ହୋଇଗଲେ, ଯନ୍ତ୍ରଣା ବଳିପଡ଼େ। ଜଣେ ଝିଅ ଯେତେ ବେଳେ ମନ୍ତ୍ରୀ ଘରର ବୋହୂ ହୋଇଯାଏ, ସେତେବେଳେ ତାର ଖୁସି ଆକାଶ ଠାରୁ ମଧ୍ୟ ବଡ଼ ହୋଇଯାଏ। କିନ୍ତୁ ବିବାହିକ ଜୀବନ ଯଦି ଠିକ୍ଠାକ ନଚାଲେ, ତା’ହେଲେ ପରିସ୍ଥିତି ଓଲଟା ହୋଇଯାଏ। ରାଜ୍ୟରେ ବିଗତ ୨ ବର୍ଷ ମଧ୍ୟରେ ଏକାଧିକ ଏଭଳି ଘଟଣା ଘଟିଛି, ଯାହାକି ଗଣମାଧ୍ୟମରେ ଚର୍ଚ୍ଚାର ପରିସରକୁ ଆସିଛି।

ସବୁଠାରୁ ବଡ଼ କଥା ହେଲା ଯେ, ମହିଳା ସଶକ୍ତୀକରଣକୁ ନେଇ ବାହାସ୍ପୋଟ୍ ମାରୁଥିବା ନବୀନ ସରକାରରେ ଅତୀତରେ ମନ୍ତ୍ରୀ ଥିବା ଅନଙ୍ଗ ଉଦୟ ସିଂହଦେଓ, ଶଶିଭୂଷଣ ବେହେରାଙ୍କ ବୋହୂମାନେ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ସେହିପରି ସ୍ବର୍ଗତ ମନ୍ତ୍ରୀ ବିଷ୍ଣୁ ଚରଣ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କ ନାମରେ ତାଙ୍କର ବାନ୍ଧବୀ ତଥା ପ୍ରେମିକା ପ୍ରତାରଣ ନେଇ ଅଭିଯୋଗ ଆଣିଥିଲେ। ମହିଳାଙ୍କ ସମ୍ମାନରେ କାମ କରାଯାଉଥିବା ନେଇ ଭାଷଣବାଜୀ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଯାତନାର ଶିକାର ହୋଇଥିବା ମହିଳାଙ୍କୁ ନ୍ୟାୟ ଦେଇପାରୁ ନାହାନ୍ତି।

ରାଜପରିବାରରେ ନିର୍ଯାତନାର ନିଆଁ

କିଛି ଦିନ ହେଲା ବଲାଙ୍ଗୀର ରାଜପରିବାରରୁ ନିର୍ଯାତନାର ଧୂଆ ବାହାରିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଅନଙ୍ଗ ଉଦୟ ସିଂହଦେଓଙ୍କ ସାନବୋହୂ ଅଦ୍ରିଜା ମଂଜରୀ ନିଜ ସ୍ବାମୀ ଅର୍କେଶ ଓ ଶ୍ବଶୂର ଘର ଲୋକଙ୍କ ନାମରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଉତ୍ତରାଖଣ୍ଡର ଡେରାଡୁନ୍ସ୍ଥିତ ରାଜପୁତ ରୋଡ୍ ଥାନାରେ ଏତଲା ଦେଇଥିବା ନେଇ ଗଣମାଧ୍ୟମର ପ୍ରତିନିଧିଙ୍କ ଆଗରେ କହିଛନ୍ତି। ଶ୍ୱଶୁର ଅନଙ୍ଗ ଉଦୟ ସିଂହଦେଓ, ଶାଶୂ ବିଜୟଲକ୍ଷ୍ମୀ ସିଂହଦେଓ, ଦେଢ଼ଶୁର କଳିକେଶ ନାରାୟଣ ସିଂହଦେଓ, କଳିକେଶଙ୍କ ପତ୍ନୀ ମେଘନା ସିଂହଦେଓ ଓ ସ୍ବାମୀ ଅର୍କେଶ ସିଂହଦେଓଙ୍କ ନାଁରେ ଥାନାରେ ଲିଖିତ ଭାବରେ ଦେଇଥିବା କହିଛନ୍ତି। ସ୍ବାମୀଙ୍କ ସହିତ ସେ ରହିବାକୁ ଚାହୁଁଥିବା ବେଳେ ତାଙ୍କୁ ମାନିସିକ ଭାବେ ନିର୍ଯାତନା ଦିଆଯାଉଥିବା ସେ କହିଛନ୍ତି। ତାଙ୍କ ସ୍ବାମୀ ଅର୍କେଶ ଗତ ଅଗଷ୍ଟ ମାସରେ ମ୍ୟୁଚୁଆଲରେ ଡିଭୋର୍ସ ଚାହୁଁଥିଲେ। ତା’ ପରଠାରୁ ପରିବାରରେ ଅଶାନ୍ତିର ଝଡ଼ ଆରମ୍ଭ ହୋଇଛି।  

ଶଶି ବେହେରାଙ୍କ ବିରୋଧରେ ବୋହୂଙ୍କ ଅଭିଯୋଗ

ସେହିପରି ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡ଼ାରୁ ବିଜେଡି ବିଧାୟକ ଶଶିଭୂଷଣ ବେହେରାଙ୍କ ପାଇଁ ଅଡ଼ୁଆ ଆରମ୍ଭ ହୋଇଯାଇଛି। ବୋହୂ ରୋନାଲି ବେହେରାଙ୍କ ଅଭିଯୋଗ ଆଧାରରେ ଶଶିଭୂଷଣ ତାଙ୍କ ପୁଅ ସତ୍ୟପ୍ରକାଶ ବେହେରା ଓ ପତ୍ନୀଙ୍କ ସମେତ ପରିବାରର ୫ଜଣ ସଦସ୍ୟଙ୍କ ନାଁରେ ମାମଲା ରୁଜୁ କରିଛି କଟକ ଜିଲ୍ଲା ବାଙ୍କୀ ପୁଲିସ। ରୋନାଲି କହିଛନ୍ତି ଯେ, ଶ୍ବଶୁର ଘରଲୋକେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଘରୁ ବାହାର କରିଦେଇଛନ୍ତି। ୨୦୨୧ ମାର୍ଚ୍ଚ ୩ ତାରିଖରେ ସେ ସତ୍ୟପ୍ରକାଶଙ୍କୁ ବିବାହ କରିଥିଲେ। କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ବେଦପୁରର ଅବସରପ୍ରାପ୍ତ ବିଚାରପତି ଗୋଖା ବେହେରାଙ୍କ ଝିଅ ରୋନାଲି ମନ୍ତ୍ରୀ ଘର ବୋହୂ ହେବେ ବୋଲି ବହୁତ ଖୁସି ଅନୁଭବ କରିଥିଲେ। କିନ୍ତୁ ତାଙ୍କର ଖୁସି ବେଶୀ ଦିନ ଯାଏଁ ତିଷ୍ଠି ପାରି ନଥିଲା। ବିବାହର କିଛି ମାସ ପରେ ଦାମ୍ପତ୍ୟ ଜୀବନରେ ଝଡ଼ ଆରମ୍ଭ ହୋଇଯାଇଥିଲା।  

ବିଜୟ-ସୋମାଲିକା ମାମଲା

ସ୍ବର୍ଗତ ବିଷ୍ଣୁ ଚରଣ ଦାସଙ୍କ ପୁଅ ତଥା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଦୁଷ୍କର୍ମ ମାମଲା କୋର୍ଟରେ ଚାଲିଛି। ପ୍ରେମିକା ସୋମାଲିକା ଦାଶ ଏହି ମାମଲା ଆଣିଛନ୍ତି। ସୋମାଲିକା ଗତ କିଛି ମାସ ପୂର୍ବରୁ କୋର୍ଟରୁ ବାହାରିବା ପରେ ନିଜ ପ୍ରତିକ୍ରିୟାରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କହିଥିଲେ ଯେ, ବିଧାୟକ ବିଜୟ ଶଙ୍କର ଦାସଙ୍କୁ ତୁରନ୍ତ ଗିରଫ କରା ନଗଲେ ରାଜରାସ୍ତାକୁ ଓହ୍ଲାଇବେ। ସୋମାଲିକା ନ୍ୟାୟ ପାଇଁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଭେଟିଥିଲେ। ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବା ପାଇଁ ନିବେଦନ କରିଥିଲେ।  

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ବିଜେଡି ନେତାମାନଙ୍କ ନାରୀ ନିର୍ଯାତନା ଓ ଅସଦାଚରଣର ଲମ୍ବା ତାଲିକା ବୋଲି ବିଜେପି କହିଛି। ମହିଳାମାନଙ୍କୁ ଅତ୍ୟାଚାର, ଅସମ୍ମାନ, ଅସଦାଚରଣ କରୁଥିବା ଯଦି ଅଧିକ ସଂଖ୍ୟକ ନେତା କେଉଁ ଦଳରେ ଥାଆନ୍ତି, ସେ ଦଳ ହେଉଛି ବିଜେଡି ବୋଲି ବିଜେପି ଅଭିଯୋଗ କରିଛି। ଲେଖାଶ୍ରୀ ସାମନ୍ତସିଂହାର ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ଯେ, ମହିଳାମାନଙ୍କୁ ଅତ୍ୟାଚାର, ଅସମ୍ମାନ, ଅସଦାଚାରଣ କରୁଥିବା ବେଶୀ ସଂଖ୍ୟକ ନେତା ହେଉଛି ବିଜେଡି। ବିଜେଡି ନେତାଙ୍କ ପରିବାର ସହ ଜଡ଼ିତ ଦୁଇ ଜଣ ଉଚ୍ଚଶିକ୍ଷିତା ମହିଳା ନିଜର କଷ୍ଟ ଓ ମନର ବ୍ୟଥାକୁ ଗଣମାଧ୍ୟମ ସମ୍ମୁଖରେ ରଖିଛନ୍ତି। ଓଡ଼ିଶାର ସ୍ୱୟଂ ସହାୟକ ଗୋଷ୍ଠୀ କେବଳ ବିଜେଡିର ନୁହଁନ୍ତି ।  ସମୀର ଦାସ,ଶ୍ରକାନ୍ତ ସାହୁ, ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା କ’ଣ କରିଥିଲେ ଯେ ସେମାନଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରାଗଲା, ତା’ର ଉତ୍ତର ଶାସକ ଦଳର ମୁଖିଆ ଦେବେ କି?  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments