Monday, May 20, 2024
Homeଆମ ପିଲା କେତେ ପ୍ରତିଯୋଗୀ, ଅଭିଭାବକ କେତେ ସଚେତନ?
Array

ଆମ ପିଲା କେତେ ପ୍ରତିଯୋଗୀ, ଅଭିଭାବକ କେତେ ସଚେତନ?

ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ ଯୋଗୁଁ ଶିକ୍ଷାବର୍ଷ ୨୦୨୦-୨୧ରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବାର୍ଷିକ ପରୀକ୍ଷା ହୋଇପାରିଲା ନାହିଁ । ଜଣେ ପିଲା ପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବହୁତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ସଂକ୍ରମଣ ଯୋଗୁଁ ପିଲାମାନଙ୍କର କ୍ୟାରିୟର ଉପରେ ବଡ଼ ପ୍ରଭାବ ପଡ଼ିଛି । ସରକାର ଅନ୍ୟ ଉପାୟ ନପାଇ ବିକଳ୍ପ ବ୍ୟବସ୍ଥା କରି ପରୀକ୍ଷା ଫଳ ବାହାର କଲେ । ଦଶମର ରେଜଲ୍ଟ ୯ମ ବାର୍ଷିକ ପରୀକ୍ଷାକୁ ଆଧାର କରି ବାହାରିଲା । ସେହିପରି ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାକୁ ଆଧାର କରି ଦ୍ୱାଦଶ ଶ୍ରେଣୀ ବାର୍ଷୀକ ଫଳ ପ୍ରକାଶ କରାଗଲା ।

ରେଜଲ୍ଟ ପ୍ରକାଶନ ହେବାର ପୂର୍ବରୁ ସରକାର ଘୋଷଣା କରିଥିଲେ ଯେ, ଦଶମ ଶ୍ରେଣୀର ଅସନ୍ତୁଷ୍ଟ ଛାତ୍ରମାନେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇପାରିବେ । ଏହି ଆଧାରରେ ଗତ ଜୁଲାଇ ମାସରେ୧୫ ହଜାର ୧୩୬ ଜଣ ପିଲାଙ୍କର ଫର୍ମଫିଲପ ହୋଇଥିଲା । ଜୁଲାଇ ୩୦ ତାରିଖ ଠାରୁ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଛନ୍ତି । କିନ୍ତୁ ରାଜ୍ୟବ୍ୟାପୀ ପ୍ରାୟ ୩ ହଜାର ପିଲା ଏହି ପରୀକ୍ଷାରେ ଅନୁପସ୍ଥିତ ରହୁଛନ୍ତି । ରାଜ୍ୟରେ ବର୍ଷକୁ ପ୍ରାୟ ୬ ଲକ୍ଷ ପିଲା ମାଟ୍ରିକ ପଢ଼ିଥାନ୍ତି । ଯେଉଁ ପିଲାମାନେ ଫର୍ମଫିଲପ କରି ମଧ୍ୟ ପରୀକ୍ଷାରେ ଉପସ୍ଥିତ ରହି ନାହାନ୍ତି, ସେମାନଙ୍କର ଆତ୍ମବଳ ନାହିଁ କହିଲେ ଚଳିବ । କାରଣ ସେମାନଙ୍କର ଆତ୍ମବଳ ଥିଲେ, ପରୀକ୍ଷାରେ ଅଧିକ ନମ୍ବର ଆଣି ପ୍ରତିଭାର ପରିଚୟ ଦେଇଥାନ୍ତେ ।

ସାବାସ୍ ଅଭିଭାବକ

ରାଜ୍ୟର ଅଭିଭାବକ ମାନଙ୍କୁ ମଧ୍ୟ ସାବାସ୍ ଦେବକୁ ହେବ । କାରଣ ସେମାନେ ଜାଣିବାକୁ ଚାହୁଁନାହାନ୍ତି ଯେ, ନିଜର ପିଲାର ଦକ୍ଷତା କେତେ? ଦଶମ ଶ୍ରେଣୀର ଛାତ୍ରଙ୍କୁ ପରୀକ୍ଷା ଦେଇ ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ସୁଯୋଗ ମିଳିଥିଲା । କିନ୍ତୁ ପ୍ରାୟ ସାଢ଼େ ୫ ଲକ୍ଷ ପିଲା ବିନା ପରୀକ୍ଷାରେ ଫଳ ପାଇ ସନ୍ତୁଷ୍ଟ ହୋଇଗଲେ । ଦ୍ୱାଦଶ ଶ୍ରେଣୀର ପିଲାମାନେ ଓ ଅଭିଭାବକ ମାନେ ରେଜଲ୍ଟରେ ସନ୍ତୁଷ୍ଟ ହୋଇଛନ୍ତି । ପିଲାମାନେ ଭବିଷ୍ୟତରେ ଜାତୀୟ ସ୍ତରୀୟ ପରୀକ୍ଷାରେ କେତେ ପ୍ରଦର୍ଶନ କରିବେ, ସେନେଇ ଅଭିଭାବକ ସଚେତନ ନୁହଁନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ରେଜଲ୍ଟରେ ଦ୍ୱାଦଶ ଶ୍ରେଣୀ ପିଲା ଖୁସି

କରୋନା ଯୋଗୁଁ ମାଟ୍ରିକ ପିଲାମାନଙ୍କୁ ବାର୍ଷିକ ପରୀକ୍ଷା ଦେବାକୁ ପଡ଼ି ନାହିଁ ସତ, କିନ୍ତୁ ଫଳ କିଛି କମ ଆସିନାହିଁ । ବିନା ପରୀକ୍ଷାରେ ସ୍କୁଲ ଗୁଡ଼ିକ ମଧ୍ୟ ଭଲ ପ୍ରଦର୍ଶନ ଦେଖାଇଛନ୍ତି । ରାଜ୍ୟର ୫ହଜାର ୯୪୫ ସ୍କୁଲରେ ପାସ୍‌ହାର ଶତପ୍ରତିଶତ ହୋଇଛି । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପୂର୍ବରୁ ଏତେ ପ୍ରତିଶତ ପିଲା ପାସ୍ କରି ନଥିଲେ । ୨୦୨୧ ବାର୍ଷିକ ପରୀକ୍ଷାରେ ଯୁକ୍ତ୨ ବିଜ୍ଞାନରେ ୯୫.୧୫ ପ୍ରତିଶତ ଏବଂ ବାଣିଜ୍ୟରେ ୯୪ ପ୍ରତିଶତ ୯୬ ପ୍ରତିଶତ ପିଲା ପାସ୍ କରିଛନ୍ତି । ବିଜ୍ଞାନ ଓ ବାଣିଜ୍ୟ ପିଲା ଏବଂ ସେମାନଙ୍କର ଅଭିଭାବକ ରେଜଲ୍ଟ ନେଇ ପୂରା ଖୁସିରେ ଅଛନ୍ତି । କୌଣସି ସ୍ଥାନରେ ଅସନ୍ତୁଷ୍ଟ ଦେଖାଯାଇନାହାନ୍ତି । କାରଣ ପ୍ରତକ୍ଷ୍ୟ ଭାବରେ ପରୀକ୍ଷା ଦେଇଥିଲେ, ଏମିତି ରେଜଲ୍ଟ ଆସି ପାରି ନାଥାନ୍ତା । ଆମେ ଦେଖି ଆସିଛୁ ଯେ, ଅଧିକାଂଶ ପିଲାଙ୍କର ମାଟ୍ରିକ ପରୀକ୍ଷା ତୁଳନାରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ କମ ହୋଇଥାଏ ।

ଶ୍ରେଣୀରେ ଉପସ୍ଥାନ ନୈରାଶ୍ୟଜନକ

ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଅନ୍‌ଲାଇନ୍ କ୍ଲାସ ଗତ ଜୁନ ମାସ ୨୧ ତାରିଖ ଠାରୁ ଆରମ୍ଭ ହୋଇଯାଇଛି । ସେହିପରି କୋଭିଡ-୧୯ କଟକଣା ମଧ୍ୟରେ ଦଶମ ଶ୍ରେଣୀ ପିଲାଙ୍କର ଅଫଲାଇନ୍ କ୍ଲାସ ଜୁଲାଇ ୨୬ ତାରିଖ ଠାରୁ ଚାଲିଛି । ଉଭୟ ଅନ୍‌ଲାଇନ୍ ଏବଂ ଅଫ୍‌ଲାଇନ୍ କ୍ଲାସରେ ଛାତ୍ରଛାତ୍ରୀମାନଙ୍କର ଉପସ୍ଥିତି ନୈରାଶ୍ୟଜନକ । ଧରାଯାଉ ଦଶମ ଶ୍ରେଣୀରେ ସାଢ଼େ ୫ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଥିବା ବେଳେ ସେଥିରୁ ପାଖାପାଖି ୩୦ ହଜାର ପିଲା ଅନ୍‌ଲାଇନ୍‌ରେ ସିଧାସଳଖ ପାଠ ପଢୁଛନ୍ତି । ଏହା ୟୁଟ୍ୟୁବ ଜରିଆରେ ପରିଚାଳିତ ହେଉଥିବାରୁ ଅବଶ୍ୟ କିଛି ପିଲା ପରେ ପଢୁଥିବେ । ଅଫଲାଇନ୍‌ରେ ମଧ୍ୟ ସମାନ ଦଶା । ସ୍କୁଲ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୪୦ ପ୍ରତିଶ୍ରତ ଅତିକ୍ରମ କରୁନାହିଁ । ଅଭିଭାବକଙ୍କ କହିବା ଅନୁସାରେ କରୋନା ଯୋଗୁଁ ସେମାନେ ଭୟରେ ପିଲାମାନଙ୍କୁ ଛାଡୁ ନାହାନ୍ତି । ଏଠାରେ ସୂଚନାଯୋଗ୍ୟ ଯଦି କରୋନା ଯୋଗୁଁ ପିଲାମାନଙ୍କୁ ସ୍କୁଲ ପଠାଯାଇ ପାରିବ ନାହିଁ, ତାହେଲେ ଅନ୍‌ଲାଇନ୍‌ରେ ପାଠ ପଢ଼ାଯାଇପାରିବ । ଯଦି ସମସ୍ତଙ୍କ ଘରେ ସ୍ମାର୍ଟଫୋନ ନାହିଁ, ତାହେଲେ ଗାଁରେ ଗୋଟିଏ ସ୍ମାର୍ଟଫୋନରେ ଏକାଧିକ ପିଲା ପାଠ ପଢ଼ିପାରିବେ । କାରଣ କମ ପିଲା ମଧ୍ୟରେ ସହଜରେ କୋଭିଡ-୧୯ ଗାଇଡଲାଇନ ପାଳନ କରାଯାଇପାରିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments