Monday, May 20, 2024
Homeଓମିକ୍ରନ୍‌ ସଂକଟ ଭିତରେ ବିତିବ ନୂଆବର୍ଷ
Array

ଓମିକ୍ରନ୍‌ ସଂକଟ ଭିତରେ ବିତିବ ନୂଆବର୍ଷ

ଭୁବନେଶ୍ବର: କ୍ୟାଲେଣ୍ଡର ବର୍ଷ ୨୦୨୧ ଶେଷ ହେବାକୁ ଯାଉଛି। ଅଳ୍ବ କେଇଦିନ ପରେ ଆରମ୍ଭ ହୋଇଯିବ ଆଉ ଏକ ବର୍ଷ। ନୂଆବର୍ଷରେ ଲୋକଙ୍କ ଦ୍ବାରା ହୋଇଥିବା ଯୋଜନା କିନ୍ତୁ ଫଳବତୀ ହେବ କି ନାହିଁ ତାହା ସୁନିଶ୍ଚିତ ନୁହେଁ। ଏହାର କାରଣ ହେଉଛି କୋଭିଡ-୧୯ର ନୂଆ ଭାରିଆଣ୍ଟ ଓମିକ୍ରନ୍‌। ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ନେଇ ବୈଜ୍ଞାନିକ, ଗବେଷକ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

ଆଇଆଇଟି କାନପୁର ପକ୍ଷରୁ କୁହାଯାଇଛି ଯେ, ଜାନୁଆରୀ-ଫେବୃଆରୀ ମାସରେ କରୋନାର ୩ୟ ଲହର ବ୍ୟାପକ ରୂପ ନେଇପାରେ। ଅପରପକ୍ଷେ କରୋନାର ୩ୟ ଲହର ଆସିଲେ ଦୈନିକ ୧୪ ଲକ୍ଷ ଲୋକ ସଂକ୍ରମିତ ହୋଇପାରନ୍ତି ବୋଲି ନୀତି ଆୟୋଗ। ଆଷ୍ଟ୍ରୋଜେନିକା-କୋଭିଶିଲ୍ଡ ଟିକା ନିର୍ମାତା ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ପ୍ରଫେସର ଡେମ ସାରା ଗିଲ୍‌ବଟଙ୍କ ଆକଳନ ଅନୁସାରେ ଡେଲ୍‌ଟା ତୁଳନାରେ ଓମିକ୍ରନ୍‌ ଅଧିକ ବିପଦ ହୋଇପାରେ। ତେଣୁ ଏବେ ଠାରୁ ସତର୍କ ରହିଲେ ଭଲ।  

ସଂକ୍ରମଣ ବଢ଼ିଲେ ଯୋଜନା ଫେଲ୍‌

ଚଳିତ ବର୍ଷ ଭଳି ଆସନ୍ତା ବର୍ଷ ମଧ୍ୟ ବିଶ୍ବବାସୀଙ୍କର ଜୀବନ ଏକ ଘଡ଼ିସନ୍ଧି ମୂହୁର୍ତ୍ତ ଦେଇ ଗତିକରି ପାରେ। ଓମିକ୍ରନ୍‌ ଦ୍ବାରା ସଂକ୍ରମଣ ଯଦି ବଢ଼ି ଚାଲେ, ତା’ହେଲେ ସମସ୍ତ ଯୋଜନା ଫେଲ୍‌ ହୋଇଯିବ। ନୂଆବର୍ଷ ପୂର୍ବରୁ ଉଣା ଅଧିକେ ସମସ୍ତେ ନୂଆ ଯୋଜନାକୁ ରୂପରେଖ ଦେବା ପାଇଁ ଉଦ୍ୟମ କରିଥାନ୍ତି। ମାତ୍ର ଯଦି କୋଭିଡ ପାଇଁ କଟକଣା ଅଧିକ ସକ୍ରିୟ ରହିବ, ତା’ହେଲେ ଯୋଜନା ଆଗକୁ ବଢ଼ିପାରିବ ନାହିଁ।  

ଆମେରିକା-ବ୍ରିଟେନ୍‌ ଓମିକ୍ରନ୍‌ ସକ୍ରିୟ

ନୂଆବର୍ଷ ଆସିବା ପୂର୍ବରୁ କରୋନା ଭାଇରସ୍‌ ଏବେ ଆମେରିକୀୟ ଓ ୟୁରୋପୀୟ ଦେଶରେ ଆତଙ୍କ ସୃଷ୍ଟି କରିଛି। ବ୍ରିଟେନ୍‌ରେ ଜଣେ ବ୍ୟକ୍ତି ଓମିକ୍ରନ୍‌ ଯୋଗୁଁ ପ୍ରାଣହରାଇଛନ୍ତି। ଆମେରିକାରେ ମଧ୍ୟ ଓମିକ୍ରନ୍‌ ପାଇଁ ଜଣଙ୍କର ମୃତ୍ୟୁ ହୋଇଥିବା ଗଣମାଧ୍ୟମର ରିପୋର୍ଟ କହୁଛି। ଆମେରିକାରେ ଦିନକୁ ଲକ୍ଷାଧିକ କରୋନା ପଜିଟିଭ୍‌ ଚିହ୍ନଟ ହେଉଥିବା ବେଳେ ବ୍ରିଟେନ୍‌ରେ ପାଖାପାଖି ୧ ଲକ୍ଷ ରହୁଛି। ଏହାରି ମଧ୍ୟରେ  ନେଦରଲାଣ୍ଡ ସରକାର ଆସନ୍ତା ଜାନୁଆରୀ ୧୪ ତାରିଖ ଯାଏଁ ସଂପୂର୍ଣ୍ଣ ଲକଡାଉନ୍‌ ଘୋଷଣା କରିଛନ୍ତି। ଆମେରିକା ଓ ବ୍ରିଟେନରେ ମଧ୍ୟ ବଡ଼ଦିନ ଓ ନୂଆବର୍ଷରେ କଟକଟା ଅଧିକ ସକ୍ରିୟ ହୋଇପାରେ। ବ୍ରିଟେନ୍‌ରେ ଏହାରି ମଧ୍ୟରେ ନାଇଟ କ୍ଲବ ଓ ପାର୍ଟି ଉପରେ କଟକଣା ଲାଗୁ ହୋଇଯାଇଛି। ଆମରେିକା, କାନାଡା ଓ ଜର୍ମାନୀ ସମେତ ୧୦ଟି ଦେଶକୁ ବିମାନସେବା ବାତିଲ କରିଦେଇଛି ଇସ୍ରାଏଲ୍‌। ଫ୍ରାନ୍ସ ସରକାର ବଡ଼ଦିନ ଓ ନୂଆବର୍ଷରେ ବାଣ ଫୁଟାଇବା ସଂପୂର୍ଣ୍ଣ ବାରଣ କରିଦେଇଛନ୍ତି।

ଭାରତରେ ୧୬୫ ଓମିକ୍ରନ୍‌ ପଜିଟିଭ୍‌

ଭାରତ‌କୁ ମଧ୍ୟ କରୋନାର ନୂଆ ଭାରିଆଣ୍ଟ ଡରାଉଛି। ଡିସେମ୍ବର ୨୦ ସୁଦ୍ଧା ଭାରତରେ ୧୬୫ ଜଣ ଓମିକ୍ରନ୍‌ ଚିହ୍ନଟ ହୋଇ ସାରିଛନ୍ତି। ମହାରାଷ୍ଟ୍ରରେ ୫୪, ଦିଲ୍ଲୀରେ ୩୨, ତେଲେଙ୍ଗାନାରେ ୨୦, ରାଜସ୍ଥାନରେ ୧୭, ଗୁଜରାଟରେ ୧୩, କେରଳରେ ୧୫, କର୍ଣ୍ଣାଟକରେ ୮, ଉତ୍ତରପ୍ରଦେଶରେ ୨, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଚଣ୍ଡୀଗଡ଼ରେ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଲୋକ ସଂଖ୍ୟା ଦୃଷ୍ଟିରୁ ଭାରତ ଯେହେତୁ ବିଶ୍ବର ୨ୟ ଜନଗହଳିପୂର୍ଣ୍ଣ ରାଷ୍ଟ୍ର ଏଠାରେ କମ୍‌ ଦିନରେ ସଂକ୍ରମଣ ବଡ଼ ରୂପ ଧାରଣ କରିବା ବଡ଼ କଥା ନୁହେଁ। ତେଣୁ ବ୍ୟକ୍ତିଗତ ଭାବେ ଲୋକେ ସତର୍କ ରହିବା ଦରକାର ଅଛି।

ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍‌ ଦୁର୍ବଳ!

ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍‌ ଦୁର୍ବଳ ହେଉଛି ବୋଲି କୁହାଯାଇପାରିବ। କାରଣ ବିଗତ ୨୪ ଘଣ୍ଟା ମଧ୍ୟରେ ଦୈନିକ ସଂକ୍ରମଣ ୯ ହଜାର ତଳକୁ ରହିଛି। ଏଠାରେ ଗତ ସୋମବାର ୧୩ ହଜାର ୯୯୨ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।   ନ୍ୟାଶନାଲ ଇଷ୍ଟିଚ୍ୟୁଟ୍‌ ଫର୍‌ କମ୍ୟୁନିକେବଲ ଡିଜିଜ୍‌ ( NICD)ର ତଥ୍ୟ ଅନୁସାରେ ଦକ୍ଷିଣ ଆଫ୍ରିକାରେ ରବିବାର ଯଦିଓ ଟେଷ୍ଟିଂ କମ ହୋଇଥିଲା, ତଥାପି ଆଶା ଅନୁସାରେ କୋଭିଡ ଚିହ୍ନଟ ହୋଇନାହାନ୍ତି। ଓମିକ୍ରନ୍‌ ପୂର୍ବରୁ ଯେଭଳି ଭାବେ ବ୍ୟାପିଚାଲିଥିଲା ଏବଂ ବିଶ୍ବବାସୀଙ୍କୁ ଭୟଭୀତ କରାଇଥିଲା, ଏପର୍ଯ୍ୟନ୍ତ ସଂକଟ ସ୍ଥିତିରେ ପହଞ୍ଚି ସାରିଥାନ୍ତା।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments