Monday, May 20, 2024
Homeକମୁଛି କରୋନା ସଂକ୍ରମଣ, ଟଳୁନି ବିପଦ
Array

କମୁଛି କରୋନା ସଂକ୍ରମଣ, ଟଳୁନି ବିପଦ

ଭୁବନେଶ୍ୱର: ରାଜ୍ୟରେ ଗତ ମେ’ ମାସରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାର ଅତିକ୍ରମ କରିଥିବା ବେଳେ ଏବେ ଏହା ୩ ହଜାର ୩ ତଳକୁ ହ୍ରାସ ପାଇଛି । କୋଭିଡ-୧୯ର ୨ୟ ଲହର ଧୀରେ ଧୀରେ ହ୍ରାସ ପାଇଛି । ଦେଶର ଏକାଧିକ ରାଜ୍ୟ କଟକଣା ମଧ୍ୟରେ ଅନ୍‌ଲକ ହୋଇଛି । ରେଷ୍ଟୁରାଣ୍ଟ, ମନ୍ଦିର, ପାର୍କ, କ୍ରୀଡ଼ାଳୟ ଖୋଲିଛି । କିନ୍ତୁ ଓଡ଼ିଶରେ କରୋନା ନିୟନ୍ତ୍ରଣକୁ ଆସିନାହିଁ । ରାଜ୍ୟରେ ଜୁନ ୨୯ ତାରିଖରେ ୨୬୪୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ଆଗାମୀ ଜୁଲାଇ ୧ ତାରିଖ ସକାଳ ୫ଟାରେ ଆଂଶିକ ଲକଡାଉନ୍ ଅବଧୀ ଶେଷ ହେବାକୁ ଯାଉଛି । କିନ୍ତୁ ରାଜ୍ୟରେ ଲକ୍‌ଡାଉନ୍ ଅବଧି ଆଗକୁ ବଢ଼ିପାରେ ବୋଲି ଚର୍ଚ୍ଚା ହେଉଛି ।

କୋଭିଡ ନିୟମ ହେବ କଡ଼ାକଡ଼ି

ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିପାରି ନଥିବାରୁ ସରକାର ଆଂଶିକ ଲକଡାଉନ ଅବଧି ନେଇ ମନ୍ଥନ କରୁଛନ୍ତି । କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲା ଗୁଡ଼ିକରେ ନିୟମ କଡ଼ାକଡ଼ି ହେବ । ଯେଉଁ ଜିଲ୍ଲାରେ ଟିଆରପି ୫୦ ପ୍ରତିଶତରୁ ଅଛି, ସେଠାରେ ଲୋକଙ୍କୁ ଅଧିକ ସତର୍କ ରହିବାକୁ କହିଛନ୍ତି । ଶିଶୁ ଓ ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରଥି ନଜର ରଖିବାକୁ ହେବ । ଅନ୍ୟପଟରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଘରକୁ ଘର ବୁଲି ସର୍ଭେକୁ ଆହୁରି ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ସମୀକ୍ଷା ବୈଠକରୁ ଜଣାଯାଇଛି ଯେ, ଆଂଶିକ ଲକ୍‌ଡାଉନ ଥିବା ରାଜ୍ୟରେ ମଧ୍ୟ ସଂକ୍ରମଣ ବଢ଼ିଛି । ସେହିପରି ଖୋର୍ଦ୍ଧା ଏବଂ ପୁରୀ ସମେତ ଉପକୂଳ ଓ ଉତ୍ତର ଓଡ଼ିଶାରେ ସଂକ୍ରମଣ ବଢ଼ିଛି ।

ଗୁରୁତର ରୋଗୀ ୮୦ ହଜାର

ଗତକାଲି ସକାଳ ୬ଟାରୁ ଆଜି ସକାଳ ୬ଟା (୨୪ ଘଣ୍ଟା) ମଧ୍ୟରେ ବିଶ୍ୱରେ ୩ ଲକ୍ଷ ୮ ହଜାର ୭୫ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ଏବଂ ୫ ହଜାର ୬୪୬ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । କରୋନା ସଂକ୍ରମଣ ଆମେରିକା, ଭାରତ, ବ୍ରାଜିଲରେ ଅଧିକ ବ୍ୟାପିଛି । ବିଶ୍ୱରେ ୧୮ କୋଟି ୨୧ ଲକ୍ଷ ୭୩ ହଜାର ୯୬୪ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୩୯ ଲକ୍ଷ ୪୪ ହଜାର ୯୦୮ ଲୋକ ପ୍ରାଣ ହାରିଛନ୍ତି । ୧୬ କୋଟି ୬୭ ଲକ୍ଷ ୨୯ ହଜାର ୩୮୪ ଲୋକ ସୁସ୍ଥ ହୋଇଥିବା ବେଳେ ୧ କୋଟି ୧୪ ଲକ୍ଷ ୯୯ ହଜାର ୬୭୨ ଜଣ ଲୋକ ସକ୍ରିୟ ଅଛନ୍ତି । ୮୦ହଜାର ୪୫୮ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଭାରତରେ ୩.୯୭ ଲକ୍ଷ କୋଭିଡ ମୃତ୍ୟୁ

କୋଭିଡ-୧୯ର ୨ୟ ଲହରର ପ୍ରଭାବ କମିବାରେ ଲାଗିଛି । ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି । ୱେବସାଇଟ ୱାଲଡୋମିଟର ରିପୋର୍ଟ ଅନୁସାରେ ଜୁନ ୨୯ ତାରିଖରେ ଭାରତରେ ୩୭ ହଜାର ୩୭ ଜଣ । ପଜିଟିଭ ଚିହ୍ନଟ ହୋଇଛନ୍ତି । ୯୦୭ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର, ପ୍ରଶାସନିକ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ କାମ କରୁଛନ୍ତି । କିନ୍ତୁ ଏସବୁ ମଧ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆଣିବାକୁ ହେଲେ ଜନସାଧାରଣ ସତର୍କ ଓ ସଚେତନ ରହିବା ଦରକାର । ସରକାର, ପ୍ରଶାସନ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉଦ୍ୟମ ଯୋଗୁଁ ଭାରତରେ କରୋନା ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ହାର ବଢ଼ିବାରେ ଲାଗିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୫୬ ହଜାର ୯୪୮ ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୫୯ ହଜାର୧୨୪କୁ ହ୍ରାସ ପାଇଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୩୧ ଲକ୍ଷ ୬ ହଜାର ପହଂଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୭ ହଜାର ୬୬୮ ଛୁଇଁଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments