Thursday, May 9, 2024
Homeସାକ୍ଷ।ତକାରକବିତା ପଛର କବିତା ହେଉଛି ପ୍ରତ୍ୟକ୍ଷ ଜୀବନାନୁଭୂତି ଓ ନିଚ୍ଛକ ଅନୁଭବ

କବିତା ପଛର କବିତା ହେଉଛି ପ୍ରତ୍ୟକ୍ଷ ଜୀବନାନୁଭୂତି ଓ ନିଚ୍ଛକ ଅନୁଭବ

ନାମ : ଯାଦବେନ୍ଦ୍ର ସାହା ଜନ୍ମ ତାରିଖ: ୦୧।୦୮।୧୯୯୦ 

ଠିକଣା: ବୋରିଂପଦର, କେସିଙ୍ଗା , ଜିଲ୍ଲା-କଳାହାଣ୍ଡି ପିନକୋଡ଼: ୭୬୬୦୧୨ 

ଶିକ୍ଷାଗତ ଯୋଗ୍ୟତା : ସ୍ନାତକୋତ୍ତର ପ୍ରକାଶିତ ପୁସ୍ତକ : ପ୍ରତିବିମ୍ବ ବୃତ୍ତି: ଲାଵ ଟେକ୍ନିସିଆନ

 

🏾 ସାରସ୍ୱତ ପରିଧିକୁ ଆସିବା ବେଳର ପ୍ରଥମ ସ୍ମୃତି ସାଇତି ରଖିଛନ୍ତି କି ?

  – ସାରସ୍ୱତ ପରିଧିକୁ ଆସିବା ବେଳର ପ୍ରଥମ ସ୍ମୃତି କେବେ ବିସ୍ମରି ଯିବାର ନୁହଁ l ତାହା ସଦୟ ମୋ ପାଇଁ ସତେଜ ଓ଼ ପଲ୍ଲବିତ l

🏾 କବିତା ଲେଖିବା ଓ଼ କବି ହେବା ଭିତରେ ନିଜକୁ କେମିତି ଦେଖନ୍ତି ?

   – କବିତା ଲେଖିବା ଓ଼ କବି ହେବା ଭିତରେ ନିଜକୁ ମୁଁ ଜଣେ ଆସାମୀ ରୂପରେ ଦେଖେ l

🏾 କହିବା କଥା କବିତାରେ କହି ନ ପାରିଲେ କ ‘ଣ କରନ୍ତି ?

     – ସମ୍ବାଳୁଆଟିଏ ପ୍ରଜାପତି ରୂପରେ ଘଟ ପରିବର୍ତନ ପ୍ରକ୍ରିୟା ବେଳେ ଯେଉଁ ଯନ୍ତ୍ରଣା ଅନୁଭବ କରେ ସେହି ଯନ୍ତ୍ରଣାଟି ମୋ ଭିତରେ ଆବିଷ୍କାର କରେ l

🏾 ସାରସ୍ୱତ ସୃଷ୍ଟି କେତେବେଳେ ପ୍ରଶ୍ନାଙ୍କନ କରେ ନାହିଁ ?

    – ସାରସ୍ୱତ ସୃଷ୍ଟି ସେତେବେଳେ ପ୍ରଶ୍ନାଙ୍କନ କରେ ନାହିଁ, ଯେତେବେଳେ ଆପଣା ଭଙ୍ଗୀରେ ଯୁକ୍ତିଯୁକ୍ତ, ବୈଧ ଓ଼ ପୂର୍ଣ୍ଣାଙ୍ଗ ହୋଇଥାଏ l

🏾‘ ପ୍ରଭାବିତ ସାହିତ୍ୟ ‘ ପ୍ରତି ଆପଣ ସମ୍ବେଦନଶୀଳ କି ?

     – ପ୍ରଭାବିତ ସାହିତ୍ୟ ମୋର ସମ୍ବେଦନଶୀଳତାକୁ ସର୍ବଦା ମୋହାଚ୍ଛନ କରି ରଖିଛି ଓ଼ କାଳକାଳ ରଖିଥିବ ମଧ୍ୟ୍ୟ l

🏾 ସାହିତ୍ୟ ଆପଣଂକୁ ଖୁଵ ଶ୍ରଦ୍ଧା ଦେଇଛି l କଥାଟାକୁ ପରିଷ୍କାର କରିବା ପାଇଁ କେଉଁ କାର୍ଯ୍ୟକ୍ରମର ଦୃଷ୍ଟାନ୍ତ ଦେବେ ?

  – ମୁଁ କିଛି ପାଇବା ଆଶାରେ ସାହିତ୍ୟ କରୁ ନାହିଁ l ତଥାପି ସାହିତ୍ୟର ରାସ୍ତାରେ ଚାଲୁ ଚାଲୁ ଅନେକ ଗୁଡ଼ାଏ ଘଟଣା ଘଟିଛି l ଯେମିତି 2019ର ସ୍ମୃତି ଏବେ ମନେ ପଡୁଛି l ଆନ୍ତର୍ଜାତୀୟ ଚନ୍ଦ୍ରଭାଗା କବିତା ଉତ୍ସବରେ ପ୍ରଖ୍ୟାତ ସାହିତ୍ୟିକମାନଙ୍କ ଗହଣରେ ମୋତେ କବିତା ପଢିବା ସୁଯୋଗ ମିଳିଥିଲା l  ଆଉ ସେଦିନ ପ୍ରଖ୍ୟାତ କବି ଜୟନ୍ତ ମହାପାତ୍ରଙ୍କୁ ରାତିରେ ତାଙ୍କ ରୁମରେ ଭେଟିବାର ସୁଯୋଗ ପାଇଥିଲି l କଥା ପ୍ରସଙ୍ଗରେ ଯେତେବେଳେ ସେ ମୁଁ ପଢିଥିବା କବିତାର ଦୋଷ ଦୁର୍ବଳତା ସୂଚାଇ ଦେଇଥିଲେ ଏବଂ ତାହା ସଂଗେ ସଂଗେ ତାଙ୍କର କେହି ପଦ କଥା ମୋତେ ଖୁଵ ସାହିତ୍ୟ ମନସ୍କ କରିଥିଲା l କଲେଜରେ ପଢିଲା ବେଳେ ଯାହାଙ୍କୁ ବହିରେ ପଢ଼ୁଥିଲି ତାଙ୍କ ସହ ଏମିତି ଗୋଟେ ସାହିତ୍ୟ ଭିଜାରାତିର ମୁହୂର୍ତ୍ତ କିଛି ସାଉଁଟିବା ସାହିତ୍ୟର ଶ୍ରଦ୍ଧା ନୁହଁ ତ ଆଉ କ’ ଣ ?

🏾 କଳାହାଣ୍ଡିର ସାମ୍ପ୍ରତିକ ସାହିତ୍ୟକୁ ନେଇ ଏକା ଥିବା ବେଳେ କ ‘ଣ ଭାବନ୍ତି ?

   – କଳାହାଣ୍ଡିର ଯୁବ ଲେଖକମାନେ ବର୍ତମାନ ଯେଉଁ ଧରଣର ସବୁ ରଚନା କରୁଛନ୍ତି, ତାହା ଓଡ଼ିଆ ସାହିତ୍ୟରେ ଗୋଟିଏ ନୂତନ ଦିଗର ଆଭାସ କରୁଛି l ମୋର ଆଶା ଯେ, ଆଗାମୀ ସମୟରେ ମୋ ସମସାମୟିକ ଲେଖକମାନେ ଆହୁରି ଅଭିନଵ ଶୈଳୀ ବିଷୟବସ୍ତୁକୁ ନେଇ ଚମକେଇ ଦେଲା ଭଳି ସାହିତ୍ୟ ସୃଷ୍ଟି କରିପାରିବେ l

🏾 ଯୁବ କବି ଯାଦବେନ୍ଦ୍ରଙ୍କ କବିତା ପଛର କବିତା ସମ୍ପର୍କରେ ପଦଟିଏ… I     

– ମୋର କବିତା ପଛର କବିତା ହେଉଛି ପ୍ରତ୍ୟକ୍ଷ ଜୀବନାନୁଭୂତି ଓ ନିଚ୍ଛକ ଅନୁଭବ l

🏾 ଭାଗଫଳରେ କ ‘ଣ ସଂଖ୍ୟା ଦେବେ ?

    – କ୍ଷମା କରିବେ, ଭାଗଫଳ ବିଷୟରେ ମୁଁ ଚିନ୍ତା କରି ନାହିଁ l

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments