Monday, May 20, 2024
Homeକୋଭିଡ-୧୯: ଯେକୌଣସି ସମୟରେ ଫେରିବ ନୂଆ କଟକଣା!
Array

କୋଭିଡ-୧୯: ଯେକୌଣସି ସମୟରେ ଫେରିବ ନୂଆ କଟକଣା!

ଭୁବନେଶ୍ୱର: କରୋନା ଭାଇରସ ମହାମାରୀର ପ୍ରଭାବ ମନରୁ ଲିଭି ନାହିଁ । ଧୀରେ ଧୀରେ ପରିସ୍ଥିତି ସ୍ୱାଭାବିକ ହେବାକୁ ଯାଉଥିବା ବେଳେ ପୁଣି ଥରେ ରାଜ୍ୟବାସୀଙ୍କର ଚିନ୍ତା ବଢ଼ିଯାଇଛି । ରାଜ୍ୟ ସରକାର କରୋନା କଟକଣାକୁ ଶକ୍ତ କରିବା ଲାଗି ଚେତାବନୀ ଦେଇଛନ୍ତି । ଲୋକେ ଯଦି ନିୟମ ଉଲ୍ଲଂଘନ କରିବେ ତା’ହେଲେ ପୁଣି ଗତବର୍ଷର ମାର୍ଚ୍ଚ ୨୨ ତାରିଖର ପରିସ୍ଥିତି ସୃଷ୍ଟି ନହେବ ତା’ହା କହି ହେବ ନାହିଁ । ଓଡ଼ିଶାବାସୀ ଦେଖିଛନ୍ତି ଜନତା କର୍ଫ୍ୟୁ, ରାତ୍ରୀକାଳୀନ କର୍ଫ୍ୟୁ, ଧାରା ୧୪୪, ଲକଡାଉନ ଓ ସଟଡାଉନ । ମହାରାଷ୍ଟ୍ର, କେରଳ, ପଂଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କରୋନା ସଂକ୍ରମଣ ବଢ଼ିଥିବାରୁ ରାଜ୍ୟ ସରକାର ପୂର୍ବରୁ ସତର୍କ ହୋଇଯାଇଛନ୍ତି । ତେଣୁ ଲୋକଙ୍କ ନିକଟରେ ଅପିଲ କରିଛନ୍ତି ଯେ, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାକୁ ଗୁରୁତର ସହିତ ନିଅନ୍ତୁ ।

କରୋନ କଟକଣା କଡ଼ାକଡ଼ି କରିବାକୁ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ପୌରପାଳିକାର କମିଶନର, ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି । ଉପରୋକ୍ତ ୫ଟି ରାଜ୍ୟରେ ଏବେ କରୋନା କଟକଣାକୁ ଗୁରୁତ୍ୱ ଦିଆଯାଇଛି । ମୁମ୍ବାଇର କିଛି ଅଂଚଳକୁ ଏକେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ମହାରାଷ୍ଟ୍ରର ଅମରାବତୀରେ ଲକଡାଉନ ଆରମ୍ଭ ହୋଇଯାଇଥିବା ବେଳେ ଗୁଜୁରାଟର କିଛି ସହରରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହୋଇଯାଇଛି । ଓଡ଼ିଶାକୁ ପ୍ରତ୍ୟେହ ହଜାର ହଜାର ଲୋକ ବାହାର ରାଜ୍ୟରୁ ଆସୁଥିବାରୁ ଏଠାରେ ମଧ୍ୟ ସଂକ୍ରମଣର ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି ।

ଢିଲା ମାରୁଛନ୍ତି ଜନତା

ମାର୍ଚ୍ଚ ୩ୟ ସପ୍ତାହ ଠାରୁ ଅକ୍ଟୋବର କଥା ଚିନ୍ତା କରାଯାଉ, ଲୋକେ ଯେତେବେଳେ ବାହାରକୁ ଯାଉଥିଲେ ମୁହଁରେ ମାସ୍କ ପିନ୍ଧୁଥିଲେ ଏବଂ ହାତରେ ସାନିଟାଇଜର ରଖୁଥିଲେ । ସଚେତନ ନାଗରିକ ହିସାବରେ ସାମାଜିକ ଦୂରତାକୁ ମଧ୍ୟ ଗୁରୁତ୍ୱ ଦେଉଥିଲେ । ଦୋକାନ, ବାଜାର, ସପିଂ ମଲ, ସାଧାରଣ ପରିବହନ ବ୍ୟବସ୍ଥା ସ୍ୱାଭାବିକ ହେବାର ଆରମ୍ଭରୁ ଉଭୟ ଦୋକାନ ମାଲିକ ଓ ଗ୍ରାହକ ମଧ୍ୟ ସତର୍କତା ଅବଲମ୍ବନ କରୁଥିଲେ । କିନ୍ତୁ ଡିସେମ୍ବର ପରଠାରୁ ଲୋକେ ଆଉ ପୂର୍ବଭଳି ସତର୍କ ରହୁ ନାହାନ୍ତି । ଜାନୁଆରୀ ମାସ ପରେ ରାଜ୍ୟର ବିଭିନ୍ନ ବଡ଼ ବଡ଼ ଧାର୍ମିକ ଅନୁଷ୍ଠାନ ଗୁଡ଼ିକ ପର୍ଯ୍ୟାୟକ୍ରମେ ଜନସାଧାରଣଙ୍କ ଲାଗି ଖୋଲିଯିବା ପରେ ଲୋକେ ଏବେ ଅଧିକ ଢିଲା ଦେଖାଯାଉଛନ୍ତି ।

ସତର୍କ ରୁହନ୍ତୁ ଲୋକେ

ଡିଏମ୍‌ଇଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତିଙ୍କ ଅନୁସାରେ ବ୍ରିଟେନ ଓ ଆମେରିକା ଭଳି ରାଜ୍ୟରେ ସଂକ୍ରମଣ ଦେଖାଯାଉ ନାହିଁ । ବାହାରୁ ଆସୁଥିବା ଲୋକଙ୍କ ଉପରେ ସର୍ଭେଲାନ୍ସ ଟିମ ନଜର ରଖିଛନ୍ତି । ତେଣୁ ଯଦି କେହି ଲକ୍ଷଣ ଥିବା ଅନୁଭବ କରୁଛନ୍ତି ସେମାନେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଏବେ ରାଜ୍ୟରେ କରୋନା ଭାଇରସ ନିୟନ୍ତ୍ରଣ ରହିଛି । ଏହା ସତ୍ତ୍ୱେ ଲୋକେ ସତର୍କ ରହିବା ଦରକାର । ଲେକେ ନିୟମ ଉଲ୍ଲଂଘନ କଲେ କରୋନା ବ୍ୟାପିବାର ଆଶଙ୍କା ରହିଛି । ଦରକାର ପଡ଼ିଲେ ସରକାର ପୁଣି ଥରେ ଲକଡାଉନ ମଧ୍ୟ ଲକଡାଉନ ଲାଗୁ କରିବା ବଡ଼ କଥାନୁହେଁ ।

ରାଜ୍ୟରେ ୩ ଲକ୍ଷ ୩୬ ହଜାର ପଜିଟିଭ

ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କ ୧୮ଟି ଜିଲ୍ଲାରେ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨ଟି ଜିଲ୍ଲାରେ କେହି ରୋଗୀ ଚିହ୍ନଟ ହୋଇ ନାହାନ୍ତି । ଏଥି ସହିତ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୬୩୬କୁ ବୃଦ୍ଧି ପାଇଛି । ଗତକାଲି ପର୍ଯ୍ୟନ୍ତ ୩ ଲକ୍ଷ ୩୪ ହଜାର ୫୩ ଜଣ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୬୧୬ ଜଣ ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି ।

ଟିକା ନେଲେଣି ୫ ଲକ୍ଷ

କରୋନା ମୁକାବିଲା ଲାଗି ଗତ ଜାନୁଆରୀ ୧୬ ତାରିଖରେ ସମଗ୍ର ଦେଶ ସମେତ ରାଜ୍ୟରେ କରୋନା ଟିକାକରଣ ଆରମ୍ଭ ହୋଇଥିଲା । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ସମୁଦାୟ ୨ ଲକ୍ଷ ୯ ହଜାର ୯୩୯ ଜଣ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ତି । ସେହିପରି ୧ ଲକ୍ଷ ୪୭ ହଜାର ୧୧୮ ଜଣ ଆଗଧାଡ଼ିର ଯୋଦ୍ଧା ଟିକା ନେଇସାରିଛନ୍ତି । ମୋଟ ୫ ଲକ୍ଷ ୩୩ ହଜାର ୯୩ ଜଣ କରୋନା ଟିକା ନେଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments